ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗ୍ୟାରେଂଟ୍‌କୋ ସହଯୋଗିତାରେ ଇଲେକ୍ଟ୍ରିକ୍ ଯାନ କିଣିବା ପାଇଁ ଏଭରେଷ୍ଟ ଫ୍ଲିଟ୍‌କୁ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପ୍ରାଇଭେଟ୍ ଇନଫ୍ରାଷ୍ଟ୍ରକ୍‌ଚର୍ ଡେଭେଲପ୍‌ମେଂଟ୍ ଗ୍ରୁପ୍‌ର ଏକ ଅଂଶ ଗ୍ୟାରେଂଟ୍‌କୋ ସହ ସହଯୋଗିତାରେ ଭାରତର ଅଗ୍ରଣୀ ଫ୍ଲିଟ୍ ପରିଚାଳନା ସଂସ୍ଥା ଏଭରେଷ୍ଟ ଫ୍ଲିଟ୍‌କୁ ଚାରି ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଦେଶରେ ଗ୍ରିନ୍ ଟାକ୍ସି ଚଳାଚଳକୁ ବ୍ୟାପକ କରିବା ପାଇଁ କଂପାନି ସେହି ରାଶିରେ ଇଲେକ୍ଟ୍ରିକ୍ ଯାନ କିଣିବ । ୨୦୨୨ରେ ଆକ୍ସିସ୍ ବ୍ୟାଙ୍କ ଓ ଗ୍ୟାରେଂଟ୍‌କୋ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଅନୁସାରେ ଏହି ଋଣ ପ୍ରଦାନ କରାଯାଇଛି ।
ଏହି କାରବାର ଜରିଆରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଲାଗି ଏଭରେଷ୍ଟ ଫ୍ଲିଟ୍‌ର ରଣନୀତିକୁ ଆକ୍ସିସ୍ ବ୍ୟାଙ୍କ ଓ ଗ୍ୟାରେଂଟ୍‌କୋ ସହାୟତା ପ୍ରଦାନ କରିବେ । ବର୍ତମାନ ଦେଶରେ ବିକ୍ରି ହେଉଥିବା ଗାଡ଼ି ମଧ୍ୟରୁ ୧ ପ୍ରତିଶତରୁ କମ୍ ଗାଡ଼ି ହେଉଛି ଇଲେକ୍ଟ୍ରିକ୍ ଯାନ । ଏହି କାରବାର ଲାଗି ଗ୍ୟାରେଂଟ୍‌କୋ ପକ୍ଷରୁ ଆକ୍ସିସ୍ ବ୍ୟାଙ୍କ ଦୁଇ ତୃତୀୟାଂଶ ଅନ୍‌-ଡିମାଣ୍ଡ ଋଣ ଗ୍ୟାରେଂଟି ପ୍ରଦାନ କରାଯାଇଛି । ଭାରତରେ ଇ-ଯାନ କଂପାନିଗୁଡ଼ିକୁ ୨.୫ ବିଲିଅନ ଡଲାର ଋଣ ପ୍ରଦାନ କରିବା ଲାଗି ରହିଥିବା ଫ୍ରେମ୍‌ୱର୍କ ଅଧୀନରେ ଏହା ହେଉଛି ଦ୍ୱିତୀୟ କାରବାର ।
ଏହି କାରବାର ଦ୍ୱାରା ୧୦୦୦ରୁ ଅଧିକ ଡ୍ରାଇଭର ଉପକୃତ ହେବେ ଯାହା ସ୍ଥୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ବିଭିନ୍ନ ଦିଗକୁ ପ୍ରଭାବିତ କରିବ ।
ଆକ୍ସିସ୍ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ରାଜୀବ ଆନନ୍ଦ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଭାରତରେ ଇ-ଗମନାଗମନ ବିପ୍ଳବକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଗ୍ୟାରେଂଟ୍‌କୋ ସହିତ ସହଯୋଗିତାରେ ଆମେ ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ସ୍ଥାୟୀ ପରିବହନ ସମାଧାନ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରୁଥିବା କମ୍ପାନିଗୁଡିକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ମିଳିତ ଆର୍ôଥକ କାରବାର ମାଧ୍ୟମରେ ଆମେ ଏକ ସେବା ମଡେଲକୁ ସମର୍ଥନ କରିଛୁ ଏବଂ ବିକାଶ ପୁଞ୍ଜି ସଂଗ୍ରହ କରିଛୁ । ଆମେ କେବଳ ସମୁଦାୟମାନଙ୍କୁ ଇଲେକ୍ଟ୍ରିକ୍ ଯାନ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସ କରୁନାହୁଁ ବରଂ ସମସ୍ତଙ୍କ ପାଇଁ ଏକ ସବୁଜ, ସ୍ୱଚ୍ଛ ଭବିଷ୍ୟତ ଦିଗରେ ଅଗ୍ରଗତିକୁ ପ୍ରୋତ୍ସାହିତ କରୁଛୁ । ଏହା ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।’’
ଏଭରେଷ୍ଟ ଫ୍ଲିଟ୍‌ର ପ୍ରତିଷ୍ଠାତା ଏବଂ ସିଇଓ ସିଦ୍ଧାର୍ଥ ଲଡସାରିଆ କହିଛନ୍ତି ଯେ, “ଆମେ ଏକ ସବୁଜ ଭବିଷ୍ୟତ ଦିଗରେ ଏହି ପରିବର୍ତନକାରୀ ଯାତ୍ରା ଆରମ୍ଭ କରୁଥିବା ବେଳେ ଏଭରେଷ୍ଟ ଫ୍ଲିଟ୍ ଗ୍ୟାରେଂଟ୍‌କୋ ଦ୍ୱାରା ପ୍ରଦାନ କରାଯାଇଥିବା ଅତୁଟ ପ୍ରତିବଦ୍ଧତା ଏବଂ ଉପକରଣ ସହାୟତାରୁ ପ୍ରେରଣା ପାଇଛି । ଆମ ସହିତ ଏହି ଦୀର୍ଘମିଆଦୀ ସହଯୋଗିତା ଗଠନ କରିବା ପାଇଁ ଆମେ ଆକ୍ସିସ୍ ବ୍ୟାଙ୍କକୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯେଉଁଥିରେ ବିଚାର କରିବା, ଗଠନ ଠାରୁ ଆରମ୍ଭ କରି କାରବାରକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ସହଯୋଗ କରାଯାଇଛି । ସେମାନଙ୍କର ରଣନୈତିକ ପାଣ୍ଠି ଭାରତର ରାଇଡ୍‌-ହେଲିଂ ପରିଦୃଶ୍ୟରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଆମର ମିସନରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ । ଏହି କାରବାର ଏଭରେଷ୍ଟ ଫ୍ଲିଟ୍‌ର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ନିର୍ଗମନ ହ୍ରାସ କରିବା, ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ଗମନାଗମନ କ୍ଷେତ୍ରରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଏକ ସାମୂହିକ ପ୍ରତିବଦ୍ଧତାକୁ ସୂଚିତ କରୁଛି ।’
ଗ୍ୟାରେଂଟ୍‌କୋର ସିଇଓ ଲେଥ୍ ଅଲ୍‌-ଫାଲାକି କହିଛନ୍ତି ଯେ, “୨୦୨୨ ମେ\’ ମାସରେ ଆକ୍ସିସ୍ ବ୍ୟାଙ୍କ ସହ ସ୍ୱାକ୍ଷରିତ ଫ୍ରେମୱାର୍କ ଗ୍ୟାରେଂଟ୍‌କୋ ଚୁକ୍ତି ଅନୁଯାୟୀ ଏଭରେଷ୍ଟ ଫ୍ଲିଟ୍ ସହ କାରବାର କରି ଆମେ ଆନନ୍ଦିତ । ଆକ୍ସିସ୍ ବ୍ୟାଙ୍କ ଚୁକ୍ତି ଅନୁଯାୟୀ ଏହା ହେଉଛି ଦ୍ୱିତୀୟ କାରବାର ଯାହାକୁ ଆମେ ସମ୍ପାଦନ କରିଛୁ । ଏହା ବଜାରରେ ପରିବର୍ତନ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ଯାହା ଭାରତରେ ସବୁଜ ଯାନ ଚଳାଚଳ କମ୍ପାନିଗୁଡିକ ଦ୍ୱାରା ଅଧିକ ଇଲେକ୍ଟ୍ରିକ୍ ଯାନ ମୁତୟନ କରିବାରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ଭାରତରେ ଇ-ଗମନାଗମନ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ଏବଂ ପିଆଇଡିଜି ୨୦୩୦ ରଣନୀତି ସହିତ ସଂଯୁକ୍ତ ଆମର ଜଳବାୟୁ କାର୍ଯ୍ୟ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଆମେ ଆକ୍ସିସ ବ୍ୟାଙ୍କ ସହିତ ଜଳବାୟୁ ପ୍ରସମନ ଗ୍ୟାରେଂଟି ବ୍ୟବହାର ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

five + eleven =