ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଭାରତୀୟ ଛାତ୍ରଙ୍କ ମୃତ୍ୟୁ ସଂପର୍କରେ ବୈଦେଶିକ ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଛି । ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ ସହରରେ ଋଷ ସେନାର ଘନ ଘନ ବୋମାମାଡ ଲାଗି ରହିଛି । ମିଳିଥିବା ସୂଚନା ଅନୁଯାୟୀ ବୋମାମାଡରେ ଖାରକିଭ୍ ସହରରେ ବୋମାମାଡରେ ଏକ ବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଋଷ ସେନା ଖାରକିଭ୍ ସହର ଦଖଲ ପାଇଁ କ୍ଷେପଣାସ୍ତ୍ର ମାଡ କରୁଥିବା ଜଣାପଡିଛି । ଖାରକିଭରେ ୫୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

4 × two =