ସୋନାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ()  ସୋନାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ।  ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମେତ ୫ ଜଣଙ୍କ ବିରୋଧରେ ୨୪ ଲକ୍ଷ ଟଙ୍କା ଠକେଇ ମାମଲାରେ ଉତ୍ତରପ୍ରଦେଶ ପୋଲିସ ଗୁରୁବାର ବଡ଼ କାର୍ୟ୍ୟାନୁଷ୍ଠାନ ନେଇଛି । ପୋଲିସ ଗୁରୁବାର ମୁମ୍ବାଇରେ ସୋନାକ୍ଷୀ ସିହ୍ନାଙ୍କ ଜୁହୁସ୍ଥିତ ‘ରାମାୟଣ ବଙ୍ଗଳା’ ପହଂଚିଛି । ମାତ୍ର ସୋନାକ୍ଷୀ ବଙ୍ଗଳାରେ ନଥିଲେ ।

କଟଘର ଅଂଚଳର ଶିବପୁରୀ ଗ୍ରାମ ନିବାସୀ ପ୍ରମୋଦ ଶର୍ମା ଗତ ନଭେମ୍ବର ୨୪ରେ ମୁରାଦାବାଦର ଏସଏସପିଙ୍କ ନିକଟରେ ସୋନାକ୍ଷୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ପ୍ରାମୋଦଙ୍କ ମୁତାବକ ସେ ଦିଲ୍ଲୀରେ ସେପ୍ଟେମ୍ବର ୩୦ରେ ଇଣ୍ଡିଆ ଫ୍ୟାଶନ ଆଣ୍ଡ ବ୍ୟୁଟି ଆୱାର୍ଡ କାର୍ୟ୍ୟକ୍ରର ଆୟୋଜନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଆୱାର୍ଡ ବିତରଣ କରିବା ପାଇଁ ସୋନାକ୍ଷୀଙ୍କୁ ଆସିବାର ଥିଲା । ସେଥିପାଇଁ ସୋନାକ୍ଷୀଙ୍କ ବ୍ୟକ୍ତିଗତ ସଚିବ ମାଲଭିକା ପଂଜାବୀଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ଆକାଉଣ୍ଟରେ ୨୪ ଲକ୍ଷ ଟଙ୍କା ଅନଲାଇନ ଟ୍ରାନ୍ସଫର କରିଥିଲେ । ମାତ୍ର ପରେ ସୋନାକ୍ଷୀ କାର୍ୟ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

four × 4 =