ରାଜ୍ୟ

ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ: ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ

ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ । ନିଲମ୍ବିତ ହେଲେ ଦୁଇ ଅବକାରୀ ଅଧିକାରୀ । କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି । ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣାରେ ନିଲମ୍ବନ ହୋଇଛନ୍ତି । ନିଲମ୍ବିତ ଅଧିକାରୀ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ଅବକାରୀ କମିଶନର ASI ପ୍ରଦୀପ ମଲ୍ଲିକ । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଅବକାରୀ କମିଶନର ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ।

ଗତ ୨୮ ତାରିଖରେ ରାଜନଗର ବାରଦିଆରେ ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳର ବିନୋଦ କୁମାର ଦାସ । ଏହି ଘଟଣାରେ ଚଢାଉ ବେଳେ ଫଟୋ ଉଠାଇବାରୁ ଅବକାରୀ ଅଧିକାରୀ ମାଡ ମାରିଥିବା ଅଭିଯୋଗ କରିଥିଲେ ବିନୋଦ । ଏହା ପରେ ଦୁଇ ଅଧିକାରୀଙ୍କ ବଦଳି ହୋଇଥିଲା । ତେବେ ସେମାନଙ୍କୁ ନିଲମ୍ବିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × three =