ଟାଟା ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ରାଉରକେଲାରେ ନୂଆ ଶାଖା ସହ ଓଡ଼ିଶାରେ ଉପସ୍ଥିତିର ସମ୍ପ୍ରସାରଣ
ଭୁବନେଶ୍ୱର/ରାଉରକେଲା: ସାରା ଭାରତରେ ନିବେଶ ସମାଧାନର ସମ୍ପ୍ରସାରଣ କରିବା ପାଇଁ ରହିଥିବା ପ୍ରତିବଦ୍ଧତା ଅନୁସାରେ ଟାଟା ଆସେଟ ମ୍ୟାନେଜମେଂଟ ପକ୍ଷରୁ ଓଡ଼ିଶାର ରାଉରକେଲାରେ ଏକ ନୂତନ ଶାଖା ଖୋଲାଯାଇଛି। ଏହି ନୂତନ ଶାଖା ଜରିଆରେ ଏହି ଅଂଚଳର ନିବେଶକ, ବିତରକ ଓ ଆର୍ôଥକ ଉପଦେଷ୍ଟାଙ୍କ ପାଖରେ ଟାଟା ମ୍ୟୁଚୁଆଲ ଫଣ୍ଡର ବ୍ୟାପକ ନିବେଶ ଉତ୍ପାଦ ଓ ସେବା ପହଂଚିପାରିବ ଏବଂ ଆର୍ôଥକ ଯୋଜନା ଓ ଦୀର୍ଘକାଳୀନ ସଂପତି ସୃଷ୍ଟି ସମ୍ବନ୍ଧୀୟ ସଚେତନତାର ବ୍ୟାପକ ପ୍ରସାର ହୋଇପାରିବ।
ଏହି ନୂଆ ଶାଖାକୁ କମ୍ପାନିର ବରିଷ୍ଠ ଜୋନାଲ ମୁଖ୍ୟ-ସେଲସ ଉତ୍ତର ଓ ପୂର୍ବ ସନ୍ଦୀପ ମାଥୁର ଉଦଘାଟନ କରିଥିଲେ। ଏହି ଅବସରରେ ଟାଟା ଆସେଟ ମ୍ୟାନେଜମେଂଟର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଆର୍ôଥକ ସମୁଦାୟର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ନୂଆ ଶାଖା ରାଉରକେଲାର ମେନ ରୋଡସ୍ଥିତ କେଶରୀର ଭବନର ପ୍ରଥମ ମହଲାରେ ରହିଛି। ଏହା ସୋମବାରରୁ ଶନିବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲାରହିବ।
କମ୍ପାନି ଏଭଳି ଏକ ସମୟରେ ଏହି ଶାଖା ଖୋଲିଛି ଯେତେବେଳେ ଓଡ଼ିଶାରେ ଏସଆଇପି ସଂସ୍କୃତି ଅଧିକ ପ୍ରାସଙ୍ଗିକ ହୋଇଛି। ୨୦୨୬ ମେ ତଥ୍ୟ ଅନୁସାରେ ଟାଟା ଆସେଟ ମ୍ୟାନେଜମେଂଟର ପରିଚାଳନା ଅଧୀନ ସଂପତି (ଏୟୁଏମ୦ ୪୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ଗତ ମାସ ତୁଳନାରେ ୧୪.୪୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏଥିରେ ଇକ୍ୱିଟି, ଡେବଟ, ବାଲାନ୍ସଡ ଫଣ୍ଡ ଓ ଇଟିଏଫରେ ନିବେଶ ସାମିଲ ରହିଛି।
ଏହି ସ୍ଥାନୀୟ ଧାରା ଜାତୀୟ ସ୍ତରରେ ମଧ୍ୟ ପ୍ରତିଫଳିତ ହୋଇଛି ଯେଉଁଠାରେ ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ (ଏସଆଇପି)ରେ ମାସିକ ନିବେଶ ବାର୍ଷିକ ଭାବେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୦୨୫ ଏପ୍ରିଲ ସୁଦ୍ଧା ୨୬,୪୦୦ କୋଟି ଟଙ୍କାରେ ପହଂଚିଛି। ବଜାରରେ ଅସ୍ଥିରତା ସତ୍ୱେ ଏଆଇପିରେ ନିବେଶ ପ୍ରାୟ ସ୍ଥିର ରହିଛି ଏବଂ ୨୦୨୬ର ପ୍ରଥମ ଚାରି ମାସରେ ୩୦,୦୦୦ କୋଟି ଟଙ୍କାର ନିବେଶ ହାସଲ କରିଛି।
ରାଉରକେଲାରେ ଖୋଲାଯାଇଥିବା ନୂତନ ଶାଖାକୁ ନେଇ ଟାଟା ଆସେଟ ମ୍ୟାନେଜମେଂଟର ବଂଟନ ମୁଖ୍ୟ ଓ ଡିଜିଟାଲ ଅଧିକାରୀ ହେମନ୍ତ କୁମାର କହିଛନ୍ତି ଯେ, “ଅଭିବୃଦ୍ଧିର ବ୍ୟାପକ ସମ୍ଭାବନା ଥିବା ଏକ ସହରକୁ ସମ୍ପ୍ରସାରଣ କରି ଆମେ ଉଲ୍ଲସିତ। ଏହି ଅଂଚଳର ସମୁଦାୟ ପାଖରେ ସଂପତି ଗଠନ ସୁଯୋଗ ପହଂଚାଇବା ଓ ଆର୍ôଥକ ସାକ୍ଷରତାରେ ଉନ୍ନତି ଆଣିବା ପାଇଁ ଆମର ରହିଥିବା ସମର୍ପଣ ଭାବକୁ ଏହି ପଦକ୍ଷେପ ସୁଦୃଢ଼ କରୁଛି।”
ଏଏମଏଫଆଇ ତଥ୍ୟ ଅନୁସାରେ ୨୦୨୬ ଏପ୍ରିଲ ସୁଦ୍ଧା ଓଡ଼ିଶାର ନିବେଶକମାନଙ୍କ ହାରାହାରି ଏୟୁଏମ ୧୨୮୬ କୋଟି ଟଙ୍କା ରହିଛି ଯାହା ଗତ ଦୁଇ ବର୍ଷ ମଧ୍ୟରେ ୫୪ ପ୍ରତିଶତ ବୃଦ୍ଧି ପାଇଛି। ଏହି ଶାଖା ଖୋଲିବା ସହ ପୂର୍ବ ଜୋନର ଟାଟା ମ୍ୟୁଚୁଆଲ ଫଣ୍ଡର ଶାଖା ସଂଖ୍ୟା ୧୨ରେ ପହଂଚିଛି ଏବଂ ସର୍ବଭାରତୀୟ ସ୍ତରରେ ଏହା ପ୍ରାୟ ୧୦୦ ସ୍ଥାନରେ ଆବାସିକ ପ୍ରତିନିଧି ଜରିଆରେ ସେବା ଯୋଗାଉଛି।

