Uncategorized

ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବିତରଣ କମ୍ପାନୀର ଉପଭୋକ୍ତା ସେବା ମୂଲ୍ୟାଙ୍କନ ରିପୋର୍ଟ, ଭାରତର ସର୍ବୋତ୍ତମ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ମଧ୍ୟରେ ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡିକୁ ମିଳିଲା ସ୍ଥାନ

ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୬: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଆର୍ଥିକ ବର୍ଷ ୨୦୨୪-୨୫ର ବିତରଣ କମ୍ପାନୀର ଉପଭୋକ୍ତା ସେବା ମୂଲ୍ୟାଙ୍କନ ରିପୋର୍ଟ (ସିଏସଆରଡି) ରେ ଓଡ଼ିଶାର ଚାରୋଟିଯାକ ଡିସକମ୍ ଯଥା ଟିପିସିଓଡିଏଲ, ଟିପିଏସଓଡିଏଲ, ଟିପିଡବ୍ଲୁଓଡିଏଲ୍ ଏବଂ ଟିପିଏନଓଡିଏଲ ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ୟୁଟିଲିଟି ମଧ୍ୟରେ ସ୍ଥାନ ପାଇଛନ୍ତି। ଟାଟା ପାୱାର ନେତୃତ୍ୱରେ ପରିଚାଳିତ ଏହି ଚାରୋଟିଯାକ ଡିସକମ୍ ‘ଏ’ ମାନ୍ୟତା ପାଇ ପ୍ରମାଣିତ କରିଛନ୍ତି ଯେ ବିଦ୍ୟୁତ ବିତରଣ କ୍ଷେତ୍ରରେ ହୋଇଥିବା ସଂସ୍କାର ପାଇଁ ଓଡ଼ିଶା ଆଜି ସାରା ଭାରତରେ ଏକ ଅଗ୍ରଣୀ ଓ ଆଦର୍ଶ ମଡେଲ୍‌ରେ ପରିଣତ ହୋଇଛି।
ରାଜ୍ୟର ୧୦ ମିଲିୟନରୁ ଅଧିକ (ପ୍ରାୟ ୧ କୋଟି) ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ଏହି ଡିସକମ୍ ଗୁଡ଼ିକ ସମଗ୍ର ରାଜ୍ୟରେ ଭରସାଯୋଗ୍ୟ ଏବଂ ଗ୍ରାହକ-କୈନ୍ଦ୍ରିକ ବିଦ୍ୟୁତ ଯୋଗାଣ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଜାରି ରଖିଛନ୍ତି।
ଗ୍ରାହକମାନଙ୍କୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡରେ ଏହି ଡିସକମ୍ ଗୁଡ଼ିକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ବିଶେଷ କରି ବିଦ୍ୟୁତ ଜନିତ ତ୍ରୁଟିର ସମାଧାନ ଏବଂ ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ କ୍ଷେତ୍ରରେ ସେମାନେ ‘ଏ’ ଏବଂ ‘ଏ+’ ମାନ୍ୟତା ହାସଲ କରିଛନ୍ତି। ଏହା ଉପଭୋକ୍ତାଙ୍କ ସମସ୍ୟାକୁ ସଠିକ୍ ସମୟରେ ଦୂର କରିବା ପାଇଁ ସେମାନଙ୍କର ତତ୍ପରତା ଓ ନିଷ୍ଠାକୁ ପ୍ରମାଣିତ କରୁଛି।
ନିଜର ପରିଚାଳନାଗତ ଦକ୍ଷତାକୁ ଆହୁରି ସୁଦୃଢ଼ କରି ଓଡ଼ିଶାର ଚାରୋଟିଯାକ ଡିସକମ୍ ପରିଚାଳନା କ୍ଷେତ୍ରରେ ନିର୍ଭରଯୋଗ୍ୟତା କ୍ଷେତ୍ରରେ ‘ଏ+’ ମାନ୍ୟତା ହାସଲ କରିଛନ୍ତି। ଏହା ସେମାନଙ୍କର ବିଦ୍ୟୁତ ନେଟୱାର୍କର ଉନ୍ନତି ଏବଂ ବିନା ବାଧାରେ ଉପଭୋକ୍ତାମାନଙ୍କୁ ନିରନ୍ତର ସେବା ଯୋଗାଇବାର ସଫଳତାକୁ ଦର୍ଶାଉଛି।
ଏହି ସଫଳତା ଚଳିତ ବର୍ଷର ପୂର୍ବ ସଫଳତା ଉପରେ ପର୍ଯ୍ୟବେସିତ। ପୂର୍ବରୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆର୍ଥିକ ବର୍ଷ ୨୦୨୫ ପାଇଁ ବିଦ୍ୟୁତ ବିତରଣ ଯୁଟିଲିଟିର ୧୪ତମ ସମନ୍ୱିତ ରେଟିଂ ଏବଂ ରାଙ୍କିଙ୍ଗ ରିପୋର୍ଟ ରେ ମଧ୍ୟ ଟାଟା ପାୱାର ଓଡ଼ିଶା ନେତୃତ୍ଵାଧୀନ ଦୁଇଟି ଡିସକମ୍ ‘ଏ+’ ମାନ୍ୟତା ପାଇଥିଲେ। ଏହା ଜାତୀୟ ସ୍ତରରେ ସେମାନଙ୍କର କ୍ରମାଗତ ଉତ୍କର୍ଷତାକୁ ପ୍ରମାଣିତ କରୁଛି। ଜାତୀୟ ସ୍ତରର ବିଭିନ୍ନ ମାନଦଣ୍ଡରେ ଓଡ଼ିଶାର ବିଦ୍ୟୁତ ସଂସ୍ଥାଗୁଡ଼ିକ ଯେ କ୍ରମାଗତ ଭାବେ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛନ୍ତି, ଏହି ନୂଆ ମାନ୍ୟତା ତାହାକୁ ପୁଣି ଥରେ ପ୍ରମାଣିତ କରିଛି।

ଏହି ସଫଳତା ଓଡ଼ିଶା ମଡେଲର ନିରନ୍ତର ସଫଳତାକୁ ଦର୍ଶାଉଛି, ଯାହା ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଥିବା ସରକାରୀ-ବେସରକାରୀ ସହଭାଗିତା (ପିପିପି) ଦ୍ୱାରା ପରିଚାଳିତ। ଏହି ସହଭାଗିତା ରାଜ୍ୟରେ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିଛି।
ଚଳିତ ବର୍ଷ ପ୍ରକାଶିତ ଏହି ପଞ୍ଚମ ସଂସ୍କରଣ ରିପୋର୍ଟ (ଆର୍ଥିକ ବର୍ଷ ୨୦୨୪-୨୫) ରେ ଦେଶର ମୋଟ ୬୬ଟି ୟୁଟିଲିଟି ଅଂଶଗ୍ରହଣ କରିଥିଲେ।
କେନ୍ଦ୍ର ସରକାରଙ୍କ ଏହି ସିଏସଆରଡି ରିପୋର୍ଟ ଡିସକମ୍ ଗୁଡ଼ିକୁ ସେମାନଙ୍କର ପ୍ରଦର୍ଶନରେ ଥିବା ଅଭାବକୁ ଚିହ୍ନଟ କରିବା ସହ ଉନ୍ନତ ପ୍ରଣାଳୀରେ ଉପଭୋକ୍ତା ସେବା ଓ ଉପଭୋକ୍ତା ସନ୍ତୁଷ୍ଟି କ୍ଷେତ୍ରରେ କ୍ରମାଗତ ଉନ୍ନତି ଆଣିପାରୁଛନ୍ତି।
ଟାଟା ପାୱାର ନେତୃତ୍ୱରେ ଚାଲିଥିବା ଏହି ସଂସ୍କାର ପରିଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ଡିଜିଟାଲାଇଜେସନକୁ ତ୍ୱରାନ୍ୱିତ କରିବା ଏବଂ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏହା ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହେବା ସହ ସମଗ୍ର ଦେଶର ବିଦ୍ୟୁତ କ୍ଷେତ୍ର ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।

Share

Leave a Reply

Your email address will not be published. Required fields are marked *

20 − thirteen =