ରାଜନୀତି

BJD ର ହୁଇପ ମାନିଲେନି କି ସନା?, ଭୋଟ ଦେବାପରେ କହିଲେ ଏମିତି…

ଚାଲିଛ ରାଜ୍ୟସଭା ଭୋଟ । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଚାଲିଛି ଭୋଟିଂ । ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଂଚୁଥିବା ଦେଖିବାକୁ ମିଳିଛି.
ଏହି ଅବସରରେ ଭୋଟ ଦେଇଥିଲେ ସନାତନ ମହାକୁଡ଼ । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେଲେ । ଭୋଟ୍ ଦେବା ପରେ କହିଛନ୍ତି ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା ।

କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି । ମୁଁ ଯାହାକୁ ଭୋଟ ଦେଇଛି, ଗଣତି ପରେ ଜାଣିବେ । ବିଜେଡିର ହୁଇପ ମୋ ଉପରେ କାହିଁକି ଲାଗିବ ? ନିଲମ୍ବନ ପରେ ହୁଇପ କାମ କରେନି । ଏହା କେଉଁ ଆଇନରେ ଅଛି ? ଯିଏ ରାଜ୍ୟ ସ୍ୱାର୍ଥ ପାଇଁ କାମ କରିବ, ତାକୁ ଭୋଟ ଦେଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ବିଜେପି ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପି ସମର୍ଥନରେ ସ୍ବାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍‌) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍‌ ପ୍ରାର୍ଥୀ କରାଯାଇଛି। ୩ ଦଳର ସମର୍ଥନରେ ଦତ୍ତେଶ୍ୱର ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ୪ ଆସନ ଲାଗି ୫ ଜଣ ପ୍ରାର୍ଥୀ ଥିବାରୁ ରାଜ୍ୟ ସଭା ପାଇଁ ନିର୍ବାଚନ ହେଉଛି।

Share

Leave a Reply

Your email address will not be published. Required fields are marked *

3 × 5 =