ରାଜନୀତି

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ନିର୍ବାଚନ କମିଶନ ଏହି ୫ ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଛି । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ ଟା ସୁଦ୍ଧା ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଆଶା କରାଯାଉଛି । ଯେଉଁ ରାଜ୍ୟଗୁଡିକରେ ନିର୍ବାଚନ ସ୍ଥିର କରାଯାଇଛି ସେହି ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ସେଥିରେ ସାମିଲ ରହିଛି ।

ସୂଚନାନୁଯାୟୀ, ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ଆସାମରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ମଧ୍ୟ ଏକାସାଙ୍ଗରେ ଘୋଷଣା ହୋଇପାରେ । ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପାଇଁ ନିର୍ବାଚନ କମିଶନ ଅପରାହ୍ଣ ୪ଟାରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି ।

ଅନ୍ୟପଟେ ଯେଉଁ ୫ଟି ଦେଶରେ ବିଧାନସଭା ନିର୍ବାଚନ କରାଯିବ ସେହି ରାଜ୍ୟର କାର୍ଯ୍ୟକାଳ ମେ ଏଂବ ଜୁନ ମାସର ଅଲଗା ଅଲଗା ତାରିଖରେ ଶେଷ ହେବାକୁ ଯାଉଛି । ୪ ରାଜ୍ୟରେ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଶେଷ ଭୋଟର ତାଲିକା ସ୍ବତନ୍ତ୍ର ମତଦାତା ସୂଚୀ ସଂଶୋଧନ ଅଧୀନରେ ପ୍ରକାଶିତ ହୋଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ଦଳ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି ।

Share

Leave a Reply

Your email address will not be published. Required fields are marked *

sixteen − fifteen =