Business

ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଟିପିସିଓଡିଏଲ୍‌କୁ ପ୍ରତିଷ୍ଠିତ ସିଆଇଆଇ ଓଡ଼ିଶା ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ପକ୍ଷରୁ ଆୟୋଜିତ ୩୮ତମ ରାଜ୍ୟସ୍ତରୀୟ କ୍ୟୁସି ସର୍କଲ ସମ୍ମିଳନୀ ୨୦୨୫ରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌)କୁ “ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ” ପାଇଁ ସମ୍ମାନିତ କରାଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶା ସରକାରଙ୍କ ଶିଳ୍ପ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ୍ କାଉନସିଲ୍‌ର ଅଧ୍ୟକ୍ଷ ଅନିଲ କୁମାର ସିଂ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ଏହି ସଫଳତା ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ ସିଂ କହିଛନ୍ତି ଯେ, “ସିଆଇଆଇ ପକ୍ଷରୁ ମିଳିଥିବା ଏହି ସମ୍ମାନ ଟିପିସିଓଡିଏଲ୍ ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ। ସୁଦୃଢ଼ ଓ ପ୍ରଗତିଶୀଳ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ ହିଁ ଏକ ସଂସ୍ଥାର ମୂଳଦୁଆ ହୋଇଥାଏ। ଆମର ଏଚଆର୍ ବିଭାଗ ଏବଂ କର୍ମଚାରୀମାନେ ପରସ୍ପର ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଜାୟ ରଖିବା ସହ କାର୍ଯ୍ୟଧାରାରେ ନିରନ୍ତର ଉନ୍ନତି ଆଣିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଆସିଛନ୍ତି।”

ଏହି ସ୍ୱୀକୃତି ଟିପିସିଓଡିଏଲ୍‌ର ଏକ ସକାରାତ୍ମକ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଏବଂ କର୍ମଚାରୀଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। କମ୍ପାନୀର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଦୀର୍ଘସ୍ଥାୟୀ ପ୍ରଗତିର ଲକ୍ଷ୍ୟ ସହିତ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ ର ସର୍ବୋତ୍ତମ ପଦ୍ଧତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଟିପିସିଓଡିଏଲ୍ ସର୍ବଦା ଗୁରୁତ୍ୱ ଦେଇଆସିଛି।

Share

Leave a Reply

Your email address will not be published. Required fields are marked *

fourteen − 11 =