ଅବରାରଙ୍କୁ କିଣି ବିବାଦରେ କାବ୍ୟା
ଆଇପିଏଲ ପୂର୍ବରୁ ବିବାଦରେ ଫସିଲେ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା । ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ । ଏମିତିକି ଏସଆରଏଚ ଟିମକୁ ବୟକଟ କରିବାକୁ ମଧ୍ୟ ଦାବି ଉଠାଉଛନ୍ତି ୟୁଜର୍ସ । ତେବେ ଏହା ଫଛରେ ରହିଛନ୍ତି ପାକିସ୍ତାନୀ କ୍ରିକେଟର । ଦି ହଣ୍ଡେରଡ ପାଇଁ ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ କିଣିଛନ୍ତି କାବ୍ୟା । ନିଜ ଟିମରେ ସେ ସାମିଲ କରିବା ପରେ ଏବେ ଭାରତରେ ତାଙ୍କୁ ବିରୋଧ କରାଯାଉଛି । ଲଣ୍ଡନରେ ଚାଳିଥିବା ନିଲାମୀରେ ସେ ତାଙ୍କୁ ଦଳରେ ସାମିଲ କରିଛନ୍ତି ।
କାବ୍ୟା ୨ କୋଟି ୩୪ ଲକ୍ଷରୁ ଅଧିକ ଟଙ୍କାରେ ପାକିସ୍ତାନୀ ସ୍ପିନରଙ୍କୁ ସନରାଇଜର୍ସ ଲିଡ୍ସରେ ସାମିଲ କରିଛନ୍ତି । ମୁମ୍ବାଇ ଆକ୍ରମଣ ପରଠାରୁ ଆଇପିଏଲରେ ପାକିସ୍ତାନୀ କ୍ରିକେଟରଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ଏପରିକି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । କିନ୍ତୁ ଏପରିକି ସମୟରେ କାବ୍ୟା ଅବରାରଙ୍କୁ ନିଜ ଦଳରେ ସାମିଲ କରିବା ପରେ ତାଙ୍କୁ ଟ୍ରୋଲ କରାଯାଉଛି । ଏହାସହ ଅବରାରଙ୍କୁ ଦଳରୁ ରିଲିଜ୍ କରନ୍ତୁ ନହେଲେ ଆଇପିଏଲରେ ହାଇଦ୍ରାବାଦକୁ ସମର୍ଥନ ଜଣାଇବେ ନାହିଁ ବୋଲି ମଧ୍ୟ ଫ୍ୟାନ୍ସମାନେ ଦାବି କରିଛନ୍ତି । କାରଣ ପୂର୍ବରୁ ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପରିହାସ କରିଥିଲେ ଅବରାର । ଏହାସହ ଭାରତ ମ୍ୟାଚ ସମୟରେ ସେ ଖେଳାଳିଙ୍କୁ ମଧ୍ୟ ସମାଲୋଚନା କରିଥାନ୍ତି । ଏଣୁ ତାଙ୍କୁ ଦଳରେ ସୁଯୋଗ ଦେବା ପରେ ଫ୍ୟାନ୍ସଙ୍କ ସମାଲୋଚନାର ଶିକାର ହୋଇଛନ୍ତି।
ଦି ହଣ୍ଡ୍ରେଡ୍ର ୮ଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ଚାରୋଟି ଏବେ ଭାରତୀୟଙ୍କ ମାଲିକାନାରେ ଅଛି। ଏହି ଫ୍ରାଞ୍ଚାଇଜଗୁଡ଼ିକରେ ମାଞ୍ଚେଷ୍ଟର ସୁପର ଜାଏଣ୍ଟ୍ସ, MI ଲଣ୍ଡନ, ସାଉଦର୍ଣ୍ଣ ବ୍ରେଭ୍ ଏବଂ ସନରାଇଜର୍ସ ଲିଡ୍ସ ଅନ୍ତର୍ଭୁକ୍ତ। ୨୦୨୨ ମସିହାରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିବା ଅବରାର ଅହମ୍ମଦଙ୍କୁ ପ୍ରଥମେ ଟେଷ୍ଟ ବିଶେଷଜ୍ଞ ଭାବରେ ଚୟନ କରାଯାଉଥିଲା। ୨୦୨୪ ମସିହାରେ ଟି-୨୦ ଡେବ୍ୟୁ କରିବା ପରଠାରୁ, ଅବରାର ୩୮ ମ୍ୟାଚ ୫୨ ୱିକେଟ୍ ନେଇଛନ୍ତି।
ICC ପୁରୁଷ T20 ବିଶ୍ୱକପ୍ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ମ୍ୟାଚରେ ୬ଟି ୱିକେଟ୍ ନେଇଥିଲେ ଅବରାର । କୌଣସି ଭାରତୀୟ ଫ୍ରାଞ୍ଚାଇଜ ପାକିସ୍ତାନୀ ଖେଳାଳିଙ୍କୁ ସାମିଲ କରିବେ ନାହିଁ ବୋଲି ଯେଉଁ କଳ୍ପନା କରାଯାଉଥିଲା, ସେଥିରେ ସନରାଇଜର୍ସ ଲିଡ୍ସ ବିରାମ ଟାଣିଛି । ଅବରାରଙ୍କୁ ଦଳରେ ସାମିଲ କରିଛି ସନରାଇଜର୍ସ ଲିଡ୍ସ ।

