ମୁମ୍ବାଇ ମଲାଡ ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ
ମୁମ୍ବାଇ ମଲାଡ ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଥିଲେ । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ମଲାଡ(ପଶ୍ଚିମ)ର ମାଲବଣୀ ଅଞ୍ଚଳରେ ଭାରତ ମାତା ସ୍କୁଲ ନିକଟରେ ବିସ୍ଫୋରଣ ହୋଇଥିଲା । ସକାଳ ୯.୨୫ ମିନିଟ ସମୟରେ ଏକ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଯୋଗୁଁ ୬ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ନିବାସୀ ହସପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣା ବିଷୟରେ ସୂଚନା ମିଳିବା ପରେ ଅଗ୍ନିଶମ ଦଳ ଏବଂ ଅନ୍ୟ ଏଜେନ୍ସୀ କର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣାରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ପୁଣେର ଦାଣ୍ଡେ ସହର ନିଜକଟରେ ଏକ ହୋଟେଲରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୧୦ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ପୁଣେର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ରୋଷେଇ ଘରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଦୁର୍ଘଟଣା ଘଟିଥିଲା ।

