Business

ସୁନା ବଜାରରେ ନିଆଁ, ଦେଢ଼ ଲକ୍ଷ ପାର

ସୁନା ବଜାରରେ ନିଆଁ। ସୁନା ମୂଲ୍ୟରେ ଏବେ ସାରା ବିଶ୍ୱରେ ନିଆଁ ଲାଗିଛି। ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଲା ଦର। ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ରେଟ୍ ରହିଛି ୧ଲକ୍ଷ ୫୧ହଜାର ୪୭୫ ଟଙ୍କା। ୨୨ କ୍ୟାରେଟର ୧୦ ଗ୍ରାମ ପିଛା ଦର ରହିଛି ୧ଲକ୍ଷ ୩୭ହଜାର ୩୧୦ ଟଙ୍କା।

ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଭୂରାଜନୈତିକ କାରଣ ସହ ଇଣ୍ଡଷ୍ଟ୍ରିଆଲ ଡିମାଣ୍ଡ ଯୋଗୁଁ ବଢୁଛି ସୁନା ଦର। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି।

ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ମୂଲ୍ୟ । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏହା ୧.୫ ଲକ୍ଷ ଟଙ୍କା ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ଏହି ଦର ବୃଦ୍ଧି ପଛରେ ଥିବା ୬ଟି ମୁଖ୍ୟ କାରଣ ହେଲା:

ବିଶ୍ୱ ଯୁଦ୍ଧ ପରିସ୍ଥିତି: ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ଅଶାନ୍ତି ଯୋଗୁଁ ନିବେଶକମାନେ ସୁନା କିଣିବାକୁ ଅଧିକ ନିରାପଦ ମଣୁଛନ୍ତି ।

ସୁଧ ହାର କମିବା: ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର କମାଇବା ପରେ ସୁନାର ଚାହିଦା ବଢ଼ିଯାଇଛି ।

ବ୍ୟାଙ୍କଗୁଡ଼ିକର ସୁନା ସଞ୍ଚୟ: ବିଶ୍ୱର ବଡ଼ ବଡ଼ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ପାଖରେ ବିପୁଳ ପରିମାଣର ସୁନା ମହଜୁଦ ରଖୁଛନ୍ତି ।

ଟଙ୍କାର ମୂଲ୍ୟ ହ୍ରାସ: ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି ।

ପର୍ବପର୍ବାଣୀ ଓ ବିବାହ ଋତୁ: ଭାରତରେ ଏବେ ବାହାଘର ଋତୁ ଚାଲିଥିବାରୁ ସୁନାର ଚାହିଦା ପ୍ରବଳ ରହିଛି ।

ସୁରକ୍ଷିତ ନିବେଶ: ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + 15 =