Business

ବ୍ୟାପକ ସୁରକ୍ଷା ତାଲିମ ଓ ସଚେତନତା ଅଭିଯାନ ମାଧ୍ୟମରେ ‘ଜିରୋ ହାର୍ମ’ ସଂକଳ୍ପକୁ ସୁଦୃଢ଼ କରୁଛି ଟିପିସିଓଡିଏଲ୍

ଭୁବନେଶ୍ୱର, ୦୩ ଜାନୁଆରୀ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ଚଳିତ ବର୍ଷ ସେଣ୍ଟ୍ରାଲ ଓଡ଼ିଶାର ବିଭିନ୍ନ ସମୁଦାୟ ମଧ୍ୟରେ ବ୍ୟାପକ ବିଦ୍ୟୁତ୍ ସୁରକ୍ଷା ସଚେତନତା ଅଭିଯାନ ଚଳାଇ ନିଜର ‘ଜିରୋ ହାର୍ମ’ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଏହି ଅଭିଯାନରେ ଗ୍ରାମବାସୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଦ୍ୟୁତ୍ ଉପଭୋକ୍ତାଙ୍କ ସମେତ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ବିଭିନ୍ନ ସାଂଗଠନିକ ଆଲୋଚନା ଚକ୍ର ଏବଂ ପ୍ରତ୍ୟକ୍ଷ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସାମିଲ କରାଯାଇଛି।”

ଜନସାଧାରଣଙ୍କ ସମ୍ପୃକ୍ତି ସହିତ କମ୍ପାନୀର ବିଭିନ୍ନ ସେବାଯୋଗାଣ କ୍ଷେତ୍ରରେ କର୍ମଚାରୀ ଏବଂ ବିଜନେସ୍ ଆସୋସିଏଟ୍ କର୍ମକର୍ତ୍ତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ତାଲିମ ପ୍ରଦାନ କରାଯାଇଛି। ଏହା ଦୈନନ୍ଦିନ ବିଦ୍ୟୁତ୍ ବିତରଣ କାର୍ଯ୍ୟରେ ନିରାପଦ କାର୍ଯ୍ୟଶୈଳୀକୁ ଅଧିକ ସୁଦୃଢ଼ କରିବା ସହ ଏକ ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି।

ସୁରକ୍ଷା ସଚେତନତାକୁ କେବଳ ଶ୍ରେଣୀଗୃହ କିମ୍ବା ତାଲିମ କେନ୍ଦ୍ର ମଧ୍ୟରେ ସୀମିତ ନ ରଖି ଏହାକୁ ଏକ ବ୍ୟାପକ ରୂପ ଦିଆଯାଇଛି। ଏଥିପାଇଁ ଏକ ଶକ୍ତିଶାଳୀ ପ୍ରାତିଷ୍ଠାନିକ ଭିତ୍ତିଭୂମି ଅଧୀନରେ ଏକ ପରିଚାଳନା ବିକାଶ କେନ୍ଦ୍ର (ଏମଡିସି), ୫ଟି ଦକ୍ଷତା ବିକାଶ କେନ୍ଦ୍ର ଏବଂ ୧୩ଟି ଡିଭିଜନାଲ୍ ସୁରକ୍ଷା ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସହିତ ଦୂରଦୂରାନ୍ତ ଏବଂ ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା ପାଇଁ ‘ଟ୍ରେନିଂ ଅନ୍ ହୁଇଲ୍ସ’ ଏବଂ ‘ସୁରକ୍ଷା ସଚେତନ ରଥ’ ଭଳି ମୋବାଇଲ୍ ପ୍ଲାଟଫର୍ମର ସହାୟତା ନିଆଯାଉଛି।

ଏହି ସମସ୍ତ ପଦକ୍ଷେପ ‘ଜିରୋ ହାର୍ମ’ ଫିଲୋସୋପି ଉପରେ ଆଧାରିତ, ଯାହା ମଣିଷ, ପଶୁ ଏବଂ ସମ୍ପତ୍ତି ପ୍ରତି ଥିବା ବିପଦକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାକୁ ଲକ୍ଷ୍ୟ ରଖିଛି। ଏହା ବିଦ୍ୟୁତ୍ ବିତରଣ କାର୍ଯ୍ୟର ପ୍ରତିଟି ସ୍ତରରେ ସୁରକ୍ଷାକୁ ଏକ ଅପରିହାର୍ଯ୍ୟ ତଥା ସାଲିସବିହୀନ ଅଙ୍ଗ ଭାବରେ ସ୍ଥାପିତ କରୁଛି।
ଏହି ତାଲିମ ମଡ୍ୟୁଲଗୁଡ଼ିକ ବିଦ୍ୟୁତ୍ ସୁରକ୍ଷା, ବୈଷୟିକ ଓ ବ୍ୟବହାରିକ ଦକ୍ଷତା ଏବଂ ନୈତିକତା ଶିକ୍ଷା ମାଧ୍ୟମରେ କର୍ମଚାରୀଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଥାଏ। ଅଭିଜ୍ଞ ପ୍ରଶିକ୍ଷକ ଏବଂ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଅଧା ଦିନରୁ ଦୁଇ ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ଅଧିବେଶନଗୁଡ଼ିକ ଶ୍ରେଷ୍ଠ ସୁରକ୍ଷା ଅଭ୍ୟାସକୁ ଅଧିକ ସୁଦୃଢ଼ କରେ, ବିଶେଷ କରି ଉପଭୋକ୍ତାଙ୍କ ସହ ସିଧାସଳଖ ଜଡ଼ିତ ଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ।

ସୁରକ୍ଷା କ୍ଷେତ୍ରରେ ଏହି ନିରନ୍ତର ପ୍ରତିବଦ୍ଧତା ପାଇଁ କମ୍ପାନୀକୁ ୱାର୍ଲ୍ଡ ସେଫ୍ଟି ଅର୍ଗାନାଇଜେସନ ପକ୍ଷରୁ ‘ଗୋଲ୍ଡ ଟ୍ରଫି’ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭାଇରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ପକ୍ଷରୁ ‘କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ପ୍ରିମିୟମ ଆୱାର୍ଡ ୨୦୨୫’ ପ୍ରଦାନ କରାଯାଇଛି।

କମ୍ପାନୀର ନିରନ୍ତର ସୁରକ୍ଷା ଅଭିଯାନ ବିଷୟରେ ସୂଚନା ଦେଇ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍ ଏକ ଦାୟିତ୍ୱବାନ ଏବଂ ସୁରକ୍ଷା ପ୍ରତି ସଚେତନ କାର୍ଯ୍ୟବଳ ଗଠନ ପ୍ରକ୍ରିୟା ଜାରି ରଖିଛି। ବିଶ୍ୱସ୍ତରୀୟ ତାଲିମ ପ୍ରଣାଳୀ ଏବଂ ଅନୁଶାସନ ମାଧ୍ୟମରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରି ଆମେ ଆମର ଉଭୟ କର୍ମଚାରୀ ଓ ଉପଭୋକ୍ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ‘ଜିରୋ ହାର୍ମ’ ସଂକଳ୍ପକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ରହିଛୁ।

ଏଭଳି ପଦକ୍ଷେପ ମାଧ୍ୟମରେ ଟିପିସିଓଡିଏଲ୍ ସୁରକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ ଜନସାଧାରଣଙ୍କ ମଙ୍ଗଳକୁ ପ୍ରାଥମିକତା ଦେଇ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

eighteen + eleven =