ରାଜ୍ୟ ଖୋ-ଖୋ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଲେ ଟିପିଡବ୍ଲୁଓଡିଏଲ୍ ସମର୍ଥିତ ଯୁବ ପ୍ରତିଭା ଦିଶାନ ବୁଡ଼ା
- ଟିପିଡବ୍ଲୁଓଡିଏଲ୍ ସମର୍ଥିତ ଦୁଇ ଯୁବ ଖେଳାଳି ୧୩ ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ଖୋ-ଖୋ ଚାମ୍ପିଅନସିପ ପାଇଁ ମନୋନୀତ ହୋଇଥିଲେ ।
- ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ସ୍ଥିତ ଟଙ୍କଧର ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ର ଦିଶାନ ବୁଡ଼ା ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି ।
- ଏହି କ୍ରୀଡା ପ୍ରୋତ୍ସାହନ ପଦକ୍ଷେପ ଅଧୀନରେ, ଟିପିଡବ୍ଲୁଓଡିଏଲ୍ ତାଲିମ ଶିବିର, ଆନ୍ତଃ-ସ୍କୁଲ ଟୁର୍ଣ୍ଣାମେଣ୍ଟ ଏବଂ ଶାରୀରିକ ସୁସ୍ଥତା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ।
ବୁର୍ଲା : ଗ୍ରାମୀଣ ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍), ଲକ୍ଷ୍ନୌ ସ୍ଥିତ ଟ୍ରଷ୍ଟ ଅଫ୍ ପିପୁଲ (ଟପ୍) ଏନଜିଓର ସହଭାଗୀତାରେ ପଶ୍ଚିମ ଓଡ଼ିଶାର ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରୋତ୍ସାହନକୁ ଦ୍ରୁତଗତିରେ ଅଗ୍ରସର କରୁଅଛି । ଏହି ପଦକ୍ଷପର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀ ତଥା ଯୁବପିଢ଼ିଙ୍କ ମଧ୍ୟରେ ଫିଟନେସ୍, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟର ସଂସ୍କୃତି ଗଠନ କରିବା ।
ଏହି ପ୍ରଚେଷ୍ଟାର ଅଂଶାସ୍ୱରୂପ ଟିପିଡବ୍ଲୁଓଡିଏଲ୍ ସମର୍ଥିତ ୭ ଜଣ ଯୁବ ଖେଳାଳି ଗତ ୨୩ ନଭେମ୍ବର ୨୦୨୫ ଦିନ ସୁନ୍ଦରଗଡ଼ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ଶୁଭମ ଖଡିଆ (୧୧), ପ୍ରିତି ମୁଣ୍ଡା (୧୫), ସନ୍ତୋଷିନୀ ମୁଣ୍ଡା (୧୪), ରୁଦ୍ର ଖଡିଆ (୧୩), ଦୀପକ ଡିଲା (୧୩), ସୋହନ କାଲୋ (୧୪) ଏବଂ ଦିଶାନ ବୁଡ଼ା (୧୪) ।
ତେବେ ସେମାନଙ୍କ ମଧ୍ୟରୁ ପୁରୀରେ ଅନୁଷ୍ଠିତ ହୋଇଥିବା ୧୩ ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ଖୋ-ଖୋ ଚାମ୍ପିଅନସିପ ପାଇଁ ଦୁଇ ଜଣ ଖେଳାଳି ସନ୍ତୋଷିନୀ ମୁଣ୍ଡା ଏବଂ ଦିଶାନ ବୁଡା ଯୋଗ୍ୟତା ହାସଲ କରିଥିଲେ । ଯେଉଁଠାରେ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ସ୍ଥିତ ଟଙ୍କଧର ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ର ଦିଶାନ ବୁଡ଼ା ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି ।
ଏହି ସଫଳତାରେ ଖୁସି ବ୍ୟକ୍ତ କରି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, “ଏହି ପଦକ କେବଳ ଛାତ୍ରଙ୍କ ପାଇଁ ନୁହେଁ ବରଂ ସମଗ୍ର ସୁନ୍ଦରଗଡ଼ ଜିଲ୍ଲ ପାଇଁ ଗର୍ବର ମୁହୂର୍ତ୍ତ । କମ୍ପାନୀ ତାର ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ଗ୍ରାମୀଣ ପ୍ରତିଭାକୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରି ସେମାନଙ୍କୁ ଉଚ୍ଚ ମଞ୍ଚରେ ଉତ୍କର୍ଷ ହାସଲ କରିବାର ସମସ୍ତ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ” ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି କ୍ରୀଡା ପ୍ରୋତ୍ସାହନ ପଦକ୍ଷେପ ଅଧୀନରେ, ଟିପିଡବ୍ଲୁଓଡିଏଲ୍ ତାଲିମ ଶିବିର, ଆନ୍ତଃ-ସ୍କୁଲ ଟୁର୍ଣ୍ଣାମେଣ୍ଟ ଏବଂ ଶାରୀରିକ ସୁସ୍ଥତା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି ସଂରଚିତ ପ୍ରୟାସଗୁଡ଼ିକ ପ୍ରତିଶ୍ରୁତିବଦ୍ଧ ଖେଳାଳିମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରଶିକ୍ଷଣ ସହାୟତା ପ୍ରଦାନ କରିବା ଏବଂ ଲିଙ୍ଗଗତ ପାର୍ଥକ୍ୟ ନିର୍ବିଶେଷରେ ଅନ୍ତର୍ଭୁକ୍ତ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଅଛି ।

