Business

ଇଣ୍ଟରନେଟ୍ ବ୍ୟାଙ୍କିଂ ଅଭିଜ୍ଞତାକୁ ରୂପାନ୍ତରିତ କରିବ ଏନବିବିଏଲର ବ୍ୟାଙ୍କିଂ କନେକ୍ଟ

ଭୁବନେଶ୍ୱର: ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ମାଲିକାନା ଥିବା ସହାୟକ କମ୍ପାନୀ ଏନପିସିଆଇ ଭାରତ ବିଲ୍‌ପେ’ ଲିମିଟେଡ୍ (ଏନବିବିଏଲ୍‌), ବ୍ୟାଙ୍କିଂ କନେକ୍ଟ ସହିତ ଏହାର ଡିଜିଟାଲ୍ ପେମେଣ୍ଟ ଦୃଷ୍ଟିକୋଣକୁ ଆଗକୁ ବଢାଇଛି, ଏହା ଏକ ନୂତନ ଅନ୍ତଃ-ପରିଚାଳିତ ପ୍ଲାଟଫର୍ମ ଯାହା ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟାଙ୍କିଂ ଅଭିଜ୍ଞତାକୁ ପୁନଃ ପରିଭାଷିତ କରିବାର ପ୍ରତିଶ୍ରୁତି ଦିଏ। ମାନ୍ୟବର ଆରବିଆଇ ଗଭର୍ଣ୍ଣର ଶ୍ରୀ ସଞ୍ଜୟ ମାଲହୋତ୍ରାଙ୍କ ଉପସ୍ଥିତିରେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟିଭାଲ୍ ୨୦୨୫ ସମୟରେ ବ୍ୟାଙ୍କିଂ କନେକ୍ଟ ଆରମ୍ଭ କରାଯାଇଥିଲା।
ଆଜିର ନେଟ୍ ବ୍ୟାଙ୍କିଂ କାର୍ଯ୍ୟପ୍ରଣାଳୀ ପାଇଁ ପ୍ରାୟତଃ ବହୁବିଧ ସମନ୍ୱୟ, ଜଟିଳ ଗ୍ରାହକ ପ୍ରମାଣପତ୍ର ଏବଂ ଅଣ-ମାନକିତ ସମାଧାନ ପ୍ରକ୍ରିୟା ଆବଶ୍ୟକ ହୁଏ। ବ୍ୟବସାୟୀ ଏବଂ ପେମେଣ୍ଟ ଏଗ୍ରିଗେଟର୍ ଅନବୋର୍ଡିଂ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ସମୟ ନେଇପାରେ, ଯାହା ପେମେଣ୍ଟ ଇକୋସିଷ୍ଟମରେ ଅସନ୍ତୋଷ ସୃଷ୍ଟି କରିଥାଏ।
ଇକୋସିଷ୍ଟମ୍ ପାର୍ଟନରମାନଙ୍କ ସହଯୋଗରେ ଏନବିବିଏଲ ଦ୍ୱାରା ବିକଶିତ, ବ୍ୟାଙ୍କିଂ କନେକ୍ଟ ଗ୍ରାହକ, ବ୍ୟାଙ୍କ ଏବଂ ପେମେଣ୍ଟ ଏଗ୍ରିଗେଟର ସମେତ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ ଯାତ୍ରାକୁ ସରଳ ଏବଂ ଆଧୁନିକୀକରଣ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି।
ବ୍ୟାଙ୍କିଂ କନେକ୍ଟ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ, ସୁରକ୍ଷିତ ଏବଂ ଦକ୍ଷ ପେମେଣ୍ଟ ସିଷ୍ଟମ ସହିତ ଏହି ସମସ୍ୟାଗୁଡ଼ିକର ସମାଧାନ କରେ ଯାହା ପ୍ରଦାନ କରିଥାଏ। ସେଗୁଡ଼ିକ ହେଲା, ଅନ୍ତଃକାର୍ଯ୍ୟକ୍ଷମତା; ବ୍ୟାଙ୍କ ଏବଂ ପେମେଣ୍ଟ ଏଗ୍ରିଗେଟରମାନଙ୍କ ପାଇଁ ସୁଗମ ସମନ୍ୱୟ, ପେମେଣ୍ଟ ପ୍ରକ୍ରିୟାକୁ ସରଳ କରିଥାଏ। ସମାନ ଅଭିଜ୍ଞତା- ସହଜ ଏବଂ ପରିଚିତତା ପାଇଁ ସେବା ପ୍ରଦାନକାରୀମାନଙ୍କ ମଧ୍ୟରେ ସ୍ଥିର ବ୍ୟବହାରକାରୀ ଇଣ୍ଟରଫେସ୍ ପ୍ରଦାନ କରୁଥାଏ। ସେହିପରି ମୋବାଇଲ୍‌-ପ୍ରଥମ ପଦ୍ଧତି ଦ୍ୱାରା ବାୟୋମେଟ୍ରିକ୍‌-ସକ୍ଷମ କାରବାର ସମେତ ମୋବାଇଲ୍ ପେମେଣ୍ଟର ବର୍ଦ୍ଧିତ ଚାହିଦା ପାଇଁ ଡିଜାଇନ୍ କରାଯାଇଛି। ପୁଣି କାରବାର ଉପରେ କୌଣସି ସୀମା ନାହିଁ, ଯାହା ବିବିଧ ବ୍ୟବହାର ମାମଲା ପାଇଁ ଅପ୍ରତିବନ୍ଧିତ ନେଣଦେଣକୁ ସମର୍ଥନ କରେ। ଏଥିରେ ରହିଥିବା ସୁରକ୍ଷା ଏବଂ ବିଶ୍ୱାସ, ଏକ ସୁରକ୍ଷିତ ଅଭିଜ୍ଞତା ପାଇଁ ଉନ୍ନତ ସୁରକ୍ଷା ପଦକ୍ଷେପ, କାରବାର ମନିଟରିଂ ଏବଂ ବିବାଦ ପରିଚାଳନା ପାଇଁ ସକ୍ଷମ କରିଥାଏ । ଏଥିରେ ଥିବା କୋଡ୍‌/ନୋ-କୋଡ୍ ସମନ୍ୱୟ ବ୍ୟବସାୟୀମାନଙ୍କ ପାଇଁ ସର୍ବନିମ୍ନ କୋଡ୍ ପରିବର୍ତ୍ତନ, ଦ୍ରୁତ ଗ୍ରହଣକୁ ସକ୍ଷମ କରିଥାଏ। ଉନ୍ନତ ନେଣଦେଣ ସଫଳତା ହାର ପ୍ଲାଟଫର୍ମ ମାନକିତ ଏପିଆଇ ବ୍ୟବହାର ମାଧ୍ୟମରେ ପରିଚାଳିତ ଏବଂ ପୁନଃନିର୍ଦ୍ଦେଶନ କିମ୍ବା ସମୟ ସମାପ୍ତି ତ୍ରୁଟି ଯୋଗୁଁ ହେଉଥିବା ବିଳମ୍ବ କିମ୍ବା ଡ୍ରପ୍‌-ଅଫ୍ ହ୍ରାସ କରିଥାଏ ଯାହା ସାଧାରଣତଃ ବର୍ତ୍ତମାନର ନେଟ୍ ବ୍ୟାଙ୍କିଂ ପ୍ରବାହରେ ଘଟେ।
ଏନବିବିଏଲର ଏମଡି ଏବଂ ସିଇଓ ଶ୍ରୀମତୀ ନୁପୁର ଚତୁର୍ବେଦୀ କହିଛନ୍ତି; “ନେଟ୍ ବ୍ୟାଙ୍କିଂ ପ୍ରାରମ୍ଭିକ ପେମେଣ୍ଟ ପଦ୍ଧତି ମଧ୍ୟରୁ ଗୋଟିଏ, ଯାହାକୁ ଆଜି ପର୍ଯ୍ୟନ୍ତ ଉଚ୍ଚ ପେମେଣ୍ଟ ପାଇଁ ପସନ୍ଦ କରାଯାଉଛି। ବ୍ୟାଙ୍କିଂ କନେକ୍ଟ ଏହାର ନୂତନ ଅବତାର, ଏକୀକୃତ, ସୁରକ୍ଷିତ ଏବଂ ଆନ୍ତଃ-ପରିଚାଳିତ ପ୍ଲାଟଫର୍ମ ପ୍ରଦାନ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି, ଯାହା ସମନ୍ୱୟକୁ ସରଳ କରିବ। ଗ୍ରାହକଙ୍କ ବ୍ୟାଙ୍କ ଏବଂ ପେମେଣ୍ଟ ଏଗ୍ରିଗେଟରଙ୍କ ପାଇଁ ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟାଙ୍କିଂ ଅଭିଜ୍ଞତାକୁ ଉନ୍ନତ କରିବ। ଏହି ଭବିଷ୍ୟତ-ପ୍ରସ୍ତୁତ ସମାଧାନ କେବଳ ବିଶ୍ୱାସ ଏବଂ ସୁରକ୍ଷାକୁ ସୁଦୃଢ଼ କରିନଥାଏ ବରଂ ସମଗ୍ର ଇକୋସିଷ୍ଟମରେ ଆର୍ôଥକ ଅନ୍ତର୍ଭୁକ୍ତି ଏବଂ ଡିଜିଟାଲ୍ ପ୍ରବେଶଯୋଗ୍ୟତାକୁ ତ୍ୱରାନ୍ୱିତ କରିବ।”
ବ୍ୟାଙ୍କିଂ କନେକ୍ଟ ଏହାର ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଅନେକ ସୁବିଧା ଆଣିବ। ଗ୍ରାହକମାନଙ୍କ ପାଇଁ, ଏହା ଏକ ଭବିଷ୍ୟତ-ପ୍ରସ୍ତୁତ, ମୋବାଇଲ୍‌-ପ୍ରଥମ ସମାଧାନ ପ୍ରଦାନ କରେ ଯାହା ବାୟୋମେଟ୍ରିକ୍‌-ସକ୍ଷମ ପେମେଣ୍ଟ ଏବଂ କ୍ୟୁଆର କୋଡ୍ ପେମେଣ୍ଟକୁ ସମର୍ଥନ କରୁଛି, ସୁବିଧା, ସୁରକ୍ଷା ଏବଂ ଦ୍ରୁତ ନେଣଦେଣକୁ ସୁନିଶ୍ଚିତ କରେ।
ମୋବାଇଲ୍ ବ୍ୟାଙ୍କିଂ ଆପ୍ସରେ ବର୍ଦ୍ଧିତ ସମ୍ପୃକ୍ତି, ପାରମ୍ପରିକ ପୈଠ ଅସମ୍ପର୍ଣ୍ଣତା ତୁଳନାରେ ସରଳୀକୃତ ସମନ୍ୱୟ ଏବଂ ବର୍ଦ୍ଧିତ ଠକେଇ ନିବାରଣ ପଦକ୍ଷେପରୁ ବ୍ୟାଙ୍କଗୁଡ଼ିକ ଲାଭ ପାଆନ୍ତି। ଏହା ସହିତ, ପେମେଣ୍ଟ ଏଗ୍ରିଗେଟରମାନେ ଏକକ ସମନ୍ୱୟରୁ ଲାଭ ପାଆନ୍ତି ଯାହା ସମସ୍ତ ବ୍ୟାଙ୍କକୁ ନେଣଦେଣ/ କାରବାରକୁ ସମର୍ଥନ କରେ, ସେହିପରି ଏହାର ଉନ୍ନତ ପ୍ରଣାଳୀ ସୁଗମ ମର୍ଚ୍ଚାଣ୍ଟ ଅନବୋର୍ଡିଂ, ମାନକୀକରଣ ତ୍ରୁଟି କୋଡ୍ ଏବଂ ଉନ୍ନତ ସୁରକ୍ଷା, ଜଟିଳତା ଏବଂ କାର୍ଯ୍ୟକ୍ଷମ ଓଭରହେଡ୍ ହ୍ରାସ କରୁଛି।
ବ୍ୟାଙ୍କିଂ କନେକ୍ଟ ପୂର୍ବରୁ ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ, ୟେସ୍ ବ୍ୟାଙ୍କ, ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏବଂ ଫେଡେରାଲ୍ ବ୍ୟାଙ୍କ ଏବଂ ଇନଫିବିମ୍‌, ପେୟୁ ପିନେଲେବସ୍‌, କେସଫ୍ରି, ରୋଜରପେ’, ଏଚଡ଼ିଏଫସି ବ୍ୟାଙ୍କ ସ୍ମାର୍ଟ ଗେଟୱେ, ଜୋହୋ, ଇଜିବଜ୍ ଜସପେ’, ଓପେନ ଏବଂ ଏବିଆଇ ଇ-ପେ’ ଭଳି ପେମେଣ୍ଟ ଏଗ୍ରିଗେଟରମାନଙ୍କ ସହିତ ସକ୍ରିୟ ଅଛି।

Share

Leave a Reply

Your email address will not be published. Required fields are marked *

twenty + 12 =