Businessରାଜ୍ୟ

ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ବ୍ରାଇଡ୍‌ସ୍ ଅଫ୍ ଇଣ୍ଡିଆର ୧୫ତମ ସଂସ୍କରଣର ଭବ୍ୟ ଉନ୍ମୋଚନ, ଭାରତର ବିବିଧ ବ୍ରାଇଡାଲ୍ ଐତିହର ପାଳନ

ଭୁବନେଶ୍ୱର: ପ୍ରତି ଭାରତୀୟ ବଧୂ, ଭାବନାର ଏକ ଦୁନିଆକୁ ଧରି ରଖିଥାନ୍ତି। ତାହା ହେଉଛି ସେ ବଢ଼ୁଥିବା ବେଳେ ଦେଖିଥିବା ରୀତିନୀତି, ସେ ଆଣିଥିବା ସଂସ୍କୃତି, ତାଙ୍କ ନିକଟତର ଥିବା ସ୍ମୃତି ଓ ତାଙ୍କ ଜୀବନର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନରେ ତାଙ୍କ ପରିଚୟର ଅଂଶ ପାଲଟିଥିବା ଗହଣା। ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ବିଶ୍ୱର ସର୍ବବୃହତ୍ ସୁନା ଓ ହୀରାର ରିଟେଲ ଚେନ ଯାହାକି ଭାରତର ସମୃଦ୍ଧ ସାଂସ୍କୃତିକ ଦୃଶ୍ୟପଟ୍ଟରେ ବ୍ରାଇଡାଲ୍ ଗହଣାର ଗୁରୁତ୍ୱକୁ ବହୁତ ଦିନରୁ ଭଲ ଭାବେ ବୁଝିଛି। ବ୍ରାଇଡାଲ ଗହଣା ବର୍ଗମାଳାରେ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଚିନ୍ତାଶୀଳ ଭାବେ ପ୍ରସ୍ତୁତ, କାରିଗରୀ ଓ ବିକାଶ କରାଯାଇଥିବା ଡିଜାଇନର ମିଶ୍ରଣ ରହିଛି ଯାହା ଗହଣାକୁ ଶୁଦ୍ଧତା, ଉଦ୍ଦେଶ୍ୟ ଓ କାରିଗରୀ ସହ ପ୍ରସ୍ତୁତ କରାଯାଇଥିବା ନିଶ୍ଚିତ କରୁଥିବା ବେଳେ ତାହା ପ୍ରତି ବଧୂର ପରମ୍ପରାକୁ ସମ୍ମାନ ଜଣାଉଛି। ବ୍ରାଇଡାଲ୍ କାରିଗରୀରେ ବିଶେଷତା ସହିତ ଡିଜାଇନ ସୃଷ୍ଟି କରିବାରେ ବ୍ରାଣ୍ଡ ଅତୁଳନୀୟ ପରମ୍ପରା ଗଠନ କରିଛି ଯାହା ସାରା ଭାରତରେ ବଧୁମାନଙ୍କ ସ୍ୱତନ୍ତ୍ର ପରମ୍ପରାକୁ ସମ୍ମାନ ଜଣାଉଛି।

ଏକ ପ୍ରମୁଖ ମାଇଲଷ୍ଟୋନ ସ୍ୱରୂପ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଆଜି ଏହାର ପ୍ରମୁଖ ବ୍ରାଇଡ୍‌ସ ଅଫ୍ ଇଣ୍ଡିଆର ୧୫ତମ ସଂସ୍କରଣ ଉନ୍ମୋଚନ କରାଯାଇଛି ଯାହା ଭାରତର ସର୍ବବୃହତ ଓ ସବୁଠୁ ପ୍ରତିକ୍ଷୀତ ବ୍ରାଇଡାଲ ଗହଣା ଭାବେ ସ୍ୱୀକୃତି ହାସଲ କରିଛି। ଚଳିତ ବର୍ଷ ସଂସ୍କରଣରେ ସବ୍ୟସାଚୀ ମିଶ୍ର, ଆଲିଆ ଭଟ୍ଟ, କରିନା କପୁର ଖାନ, ଏନଟିଆର, କାର୍ତି, ଅନିଲ କପୁର, ଶ୍ରୀନିଧି ସେଟ୍ଟି, ରୁକ୍ମିଣୀ ମୈତ୍ର, ପ୍ରର୍ଥନା ବେହେରେ ଓ ମାନସି ପାରିଖଙ୍କ ସମେତ ୨୨ ବଧୂ ଓ ୧୦ ସେଲିବ୍ରିଟି ଏକତ୍ରୀତ ହୋଇଛନ୍ତି ଯାହା ଏହି ଅଭିଯାନର ବ୍ୟାପକତା, ବିବିଧତା ଓ ଆବେଗିତ ଗଭୀରତାକୁ ଦର୍ଶାଉଛି।

ଏହି ସିନେମାର ନିର୍ଦ୍ଦେଶନା ଅଭିଶେକ ବର୍ମନ ଦେଇଥିବା ବେଳେ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ଶୁଭଜିତ ମୁଖାର୍ଜୀ। ଏକ ଦୃଶ୍ୟ ଓ ସଙ୍ଗୀତର ବ୍ୟାଖ୍ୟାକୁ ଏହା ଏକତ୍ରୀତ କରିଛି ଯାହା ଭାରତର ବହୁ ବଧୂ ସଂସ୍କୃତିକର ଭାବକୁ ତୋଳି ଧରିଥିବା ବେଳେ ପ୍ରତି ବଧୂ କାହାଣୀକୁ ଆକାର ଦେଉଥିବା ରୀତିନୀତି, ଆବେଗ ଓ ଐତିହ୍ୟକୁ ପାଳନ କରୁଛି।

୧୫ତମ ସଂସ୍କରଣର ଗୁରୁତ୍ୱ ସମ୍ପର୍କରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ ପି ଅହମ୍ମଦ କହିଛନ୍ତି ଯେ, “ପ୍ରତିବର୍ଷ ବ୍ରାଇଡ୍‌ସ ଅଫ୍ ଇଣ୍ଡିଆ ଅଭିଯାନ ହେେଉଛି ଦେଶର ବଧୂମାନଙ୍କ ପ୍ରତି ଆମ ସମ୍ମାନ ଏବଂ ୧୫ତମ ସଂସ୍କରଣ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ। ବଧୂମାନେ କିଭଳି ନିଜ ପରମ୍ପରାକୁ ସମ୍ମାନ ଜଣାନ୍ତି ଓ ସେମାନେ ନିଜକୁ ପରିପ୍ରକାଶ କରନ୍ତି ତାହା ଉପରେ ଆମେ ଆଲୋକପାତ କରିଛୁ। ତାଙ୍କୁ ଦର୍ଶାଉଥିବା ସ୍ମୃତି, ରୀତିନୀତି ଓ ସମ୍ପର୍କ ଆଦିର ସେହି ଗଭୀର ପରମ୍ପରାକୁ ଏହି ସଂସ୍କରଣ ପାଳନ କରୁଛି। ସ୍ୱଚ୍ଛତା ଓ ଗୁଣାତ୍ମକ ପ୍ରତିଶ୍ରୁତି ପ୍ରତି ମାଲାବାରର ପ୍ରତିବଦ୍ଧତା ସହିତ ଗହଣା ଚୟନ ବେଳେ ପ୍ରତିଟି ପରିବାର ବିଶ୍ୱସ୍ତ ମନେ କରନ୍ତୁ ଯାହା ଅର୍ଥପୂର୍ଣ୍ଣ ଓ ଭରସାଯୋଗ୍ୟ ହୋଇଥିବ।”

ଭାରତର ବିବିଧତାର ଏକ ଉତ୍ସବ:

ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର “ବ୍ରାଇଡସ୍ ଅଫ ଇଣ୍ଡିଆ’, ଭାରତୀୟ ବଧୂ ପରମ୍ପରାର ଅସାଧାରଣ ବିବିଧତାକୁ ସର୍ବଦା ସମ୍ମାନିତ କରୁଛି ଏବଂ ଏହି ସଂସ୍କରଣର କେନ୍ଦ୍ରରେ ଦେଶର ସମ୍ପୂର୍ଣ୍ଣ ବର୍ଣ୍ଣାଳୀ ରହିଛି। ଏହି ସଂଗ୍ରହ ଉତରରୁ ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଚଳକୁ ବ୍ୟାପିଥିବା ବେଳେ ପ୍ରତ୍ୟେକ ସାଂସ୍କୃତିକ ପରିଚୟ ପାଇଁ ନିର୍ମିତ ଅଳଙ୍କାର ପ୍ରଦାନ କରୁଛି। ଏଥିରେ ରାଜସ୍ଥାନର ରାଜସୀ ପୋଲକୀ କାରୁକାର୍ଯ୍ୟ, ତାମିଲନାଡୁର ମନ୍ଦିର-ପ୍ରେରିତ ସ୍ୱର୍ଣ୍ଣ ଶିଳ୍ପକଳା, କେରଳର ପାରମ୍ପରିକ କସବୁ-ପ୍ରେରିତ ବଧୂ ସ୍ୱର୍ଣ୍ଣ, ଏବଂ ପଶ୍ଚିମ ବଙ୍ଗର ଅଳଙ୍କାର ଐତିହ୍ୟକୁ ବ୍ୟାଖ୍ୟା କରୁଥିବା ଜଟିଳ ରୂପକଥା ରହିିଛି।

ସମଗ୍ର ଭାରତ ଯାତ୍ରା କରୁଥିବା ପରମ୍ପରା:

ଏହି ସଂଗ୍ରହକୁ ଆହୁରି ସ୍ୱତନ୍ତ୍ର କରୁଥିବା କାରଣ ହେଉଛି ଏହାର ସର୍ବଭାରତୀୟ ଉପଲବ୍ଧତା ଯାହା ଦ୍ୱାରା ଯେ କୌଣସି ବଧୂ, ଯେକୌଣସି ସ୍ଥାନରେ, ଯେକୌଣସି ସାଂସ୍କୃତିକ ଶୈଳୀର ଅଳଙ୍କାର ଚୟନ କରିପାରିବେ। ଚେନ୍ନାଇର ଜଣେ ବଧୂ ରାଜସ୍ଥାନୀ ପୋଲକୀ ସେଟ୍ ବାଛିପାରିବେ, ଠିକ୍ ଯେପରି ଦିଲ୍ଲୀର ଜଣେ ବଧୂ ଦକ୍ଷିଣର ଟେମ୍ପଲ ଜ୍ୱେଲେରୀ ଘରକୁ ଆଣିପାରିବେ। ଏହା ମାଲାବାରର ବିସ୍ତୃତ ଡିଜାଇନ୍ ସଂରକ୍ଷଣାଗାର ଏବଂ କଷ୍ଟମାଇଜେସନ୍ କୁଶଳତାର ଏକ ପ୍ରତିଫଳନ।
୨୦୨୫ ସଂସ୍କରଣ ମାଲାବାରର କେତେକ ସିଗ୍ନେଚର ବ୍ରାଇଡାଲ ଗହଣାକୁ ଏକତ୍ରୀତ କରିଛି ଯେଉଁଥିରେ ଭାରତୀୟ ଐତିହ୍ୟ ଏବଂ ମନ୍ଦିର କଳାରୁ ଅନୁପ୍ରାଣିତ କରି ତିଆରି କରାଯାଇଥିବା “ଡିଭାଇନ୍ କଲେକ୍ସନ୍‌”, ରୁବି, ନବରତ୍ନ, ଏବଂ ନୀଲମରେ ଭରପୂର “ପ୍ରିସିଆ କଲେକ୍ସନ୍‌’ ଏବଂ ସମକାଳୀନ କିନ୍ତୁ ପରମ୍ପରାରେ ଗଭୀର ଭାବରେ ଗଢ଼ି ଉଠିଥିବା “ଡାଏମଣ୍ଡ କଲେକ୍ସନ୍‌” ଅଛି ଯାହା ଉଜ୍ଜ୍ୱଳ ହୀରା ସହିତ ଭାରତର ସାଂସ୍କୃତିକ ଲକ୍ଷଣରୁ ଆସିଥିବା ରୂପକଥାକୁ ମିଶ୍ରଣ କରୁଛି। ଏହି ସଂଗ୍ରହଗୁଡିକ ଭାରତୀୟ ବଧୂ ପରିଚୟର ଏକ ଜ୍ୱଳନ୍ତ କାହାଣୀ ଗଠନ କରୁଛି ଏବଂ ଗତ ୧୫ ବର୍ଷ ଧରି “ବ୍ରାଇଡସ୍ ଅଫ ଇଣ୍ଡିଆ” ଯେଉଁ ଐଶ୍ୱର୍ଯ୍ୟଶାଳୀ ଐତିହ ଗଠନ କରିଛି, ତାହାକୁ ଜାରି ରଖିଛି।

ବଧୂ ସଂଗ୍ରହର ପ୍ରତ୍ୟେକ ଗହଣା ଡିଜାଇନ ଗୁଡିକ ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଶ୍ରେଷ୍ଠ କାରିଗରମାନେ ପ୍ରସ୍ତୁତ ଓ ନିର୍ମାଣ କରିଛନ୍ତି ଯାହା ଅଳଙ୍କାରଗୁଡିକ ସେମାନଙ୍କ ସଂସ୍କୃତି, ଆଚରଣ ଓ ବିବାହ ସହ ଜଡ଼ିତ ମଙ୍ଗଳମୟ ମୁହୂର୍ତଗୁଡିକୁ ସମ୍ମାନିତ କରିବା ନିଶ୍ଚିତ କରୁଛି।
ଓଡ଼ିଆ ବଧୂମାନେ ମନ୍ଦିର ପରମ୍ପରାର ଶାନ୍ତି ଏବଂ ଉତ୍ସବର ଉଷ୍ମତାକୁ ବହନ କରନ୍ତି। ସେମାନଙ୍କ ବିବାହ ଐତ୍‌ିହ୍ୟକୁ ହୃଦୟସ୍ପର୍ଶୀ ସରଳତା ସହିତ ମିଶ୍ରଣ କରୁଛି। ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଅଳଙ୍କାର ଏହି ସନ୍ତୁଳନକୁ ସମ୍ମାନିତ କରୁଛି ଯାହାକି ଓଡ଼ିଆ ବଧୂ ପରିଚୟକୁ ବ୍ୟାଖ୍ୟା କରୁଥିବା ମଧୁରତା, ଶକ୍ତି ଏବଂ ସାଂସ୍କୃତିକ ସମୃଦ୍ଧିକୁ ପ୍ରତିଫଳିତ କରୁଛି।

ଏହି ଅବସରରେ ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, “ଓଡ଼ିଆ ବିବାହ ପରମ୍ପରା ସହ ଗଭୀର ଭାବେ ଜଡ଼ିତ ଥିଲେ ମଧ୍ୟ ସର୍ବଦା ଆନ୍ତରିକ ଏବଂ ଉଷ୍ମ ଅନୁଭୂତ ହୋଇଥାଏ। ରୀତିନୀତିଗୁଡିକ ସରଳ ହୋଇପାରେ, କିନ୍ତୁ ପ୍ରତ୍ୟେକ ଅଭିବ୍ୟକ୍ତି ମହତ୍ୱ ବହନ କରିଥାଏ। “ବ୍ରାଇଡସ୍ ଅଫ ଇଣ୍ଡିଆ’ ଆମ ପରମ୍ପରାର ଅଭିନ୍ନ ଅଂଶ ଥିବା ମୋଟିଫ୍ ଓ କାରିଗରୀ ଉପରେ ଆଲୋକପାତ କରି ମନୋହର ଭାବକୁ କିପରି ସମ୍ମାନିତ କରୁଛି ଓ ଓଡ଼ିଆ ବଧୂମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ପରିପ୍ରକାଶ କରିବାର ସୁଯୋଗ ଦେଉଛି, ତାହାକୁ ମୁଁ ତାହାରି ପ୍ରଶଂସା କରୁଛି।”

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ କହିଛନ୍ତି ଯେ, “ପ୍ରତ୍ୟେକ ବଧୂ ନିଜ ବାହାଘରରେ ନିଜ ବ୍ୟକ୍ତିତ୍ୱ ପ୍ରକାଶ କରିଥାନ୍ତି ଏବଂ ପରମ୍ପରାକୁ ଏପରି ଭାବରେ ପ୍ରକାଶ କରନ୍ତି ଯାହା ତାଙ୍କୁ ବାସ୍ତବ ମନେ ହୁଏ। “ବ୍ରାଇଡସ୍ ଅଫ ଇଣ୍ଡିଆ’ ୍‌ତାହାର ପ୍ରତିନିଧିତ୍ୱ କରୁଛି। ମାଲାବାର୍ ଅର୍ଥପୂର୍ଣ୍ଣ, ସମକାଳୀନ ଏବଂ ସେମାନଙ୍କ କାହାଣୀ ସହିତ ଜଡ଼ିତ ଅଳଙ୍କାର ମାଧ୍ୟମରେ ଏହାକୁ ଅତି ସୁନ୍ଦର ଭାବରେ ତୋଳି ଧରିଥାଏ।’’

ଅଭିନେତ୍ରୀ କରୀନା କପୂର ଖାନ୍ କହିଛନ୍ତି ଯେ, “ପ୍ରତ୍ୟେକ ବଧୂ ସେମାନେ ବଢ଼ିଥିବା ସମୟର ପରମ୍ପରାକୁ ଧରି ରଖନ୍ତି ଏବଂ ବିବାହ ପ୍ରତ୍ୟେକ ରୀତିନୀତି ଏବଂ ମୁହୂର୍ତ ମାଧ୍ୟମରେ ଏହି ଐତିହ୍ୟକୁ ଜୀବନ୍ତ କରିଥାଏ। “ବ୍ରାଇଡସ୍ ଅଫ ଇଣ୍ଡିଆ’ ବିଷୟରେ ମୁଁ ଯାହାକୁ ପ୍ରଶଂସା କରୁଛି ତାହା ହେଉଛି ମାଲାବାର୍ କିପରି ଏହି କାହାଣୀଗୁଡିକୁ ଗୋଟିଏ ସାଂସ୍କୃତିକ ବ୍ୟାଖା ଅଧୀନରେ ଏକତ୍ରିତ କରିଛି ଏବଂ ବଧୂମାନଙ୍କୁ କେନ୍ଦ୍ରବିନ୍ଦୁରେ ରଖିଛି। ଏହି ଅଭିଯାନର ଅଂଶ ହେବା ସର୍ବଦା ସ୍ୱତନ୍ତ୍ର ଅନୁଭୂତ ହୋଇରହିଛି କାରଣ ଏହା ଆମର ଅସ୍ଥିତ୍ୱକୁ ନିଷ୍ଠା ଏବଂ ମନୋହର ଭାବ ସହିତ ପାଳନ କରୁଛି।’’

୧୫ତମ ସଂସ୍କରଣ ସହିତ ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ନିଜକୁ ଭାରତର ୱାନ-ଷ୍ଟପ୍ ବ୍ରାଇଡାଲ୍ ସ୍ଥଳ ଭାବେ ଉପସ୍ଥାପିତ କରି ସୁନା, ହୀରା, ପ୍ଲାଟିନମ୍ ଏବଂ ରତ୍ନ ଅଳଙ୍କାରରେ ସଂସ୍କୃତି ସ୍ୱତନ୍ତ୍ର ତଥା ସମସାମୟିକ ଡିଜାଇନ ପ୍ରଦାନ କରୁଛି। ଏହାର ଡିଜାଇନ୍ ଗଭୀରତା ଏବଂ ସଂସ୍କୃତି ଦୃଷ୍ଟିରୁ ଗଭୀର ଭାବରେ ଗଢ଼ି ଉଠିଥିବା ବଧୂ କାରୁକାର୍ଯ୍ୟ ସହ ମାଲାବାର୍ ସେହିସବୁ ପରିବାରମାନଙ୍କ ସେବା ଜାରି ରଖିଛି ଯେଉଁମାନେ ମଙ୍ଗଳମୟ ଏବଂ ସେମାନଙ୍କ ନିଜସ୍ୱ ଅଳଙ୍କାର ସନ୍ଧାନ କରୁଛନ୍ତି। ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ବଧୂମାନଙ୍କୁ ସେମାନଙ୍କର ଐତିହ୍ୟ, ସେମାନଙ୍କର ପରିଚୟ ଏବଂ ସେମାନେ ଆଗକୁ ବହନ କରିବାକୁ ଚାହୁଁଥିବା ସ୍ମୃତିଗୁଡିକୁ ପ୍ରତିଫଳିତ କରୁଥିବା ଅଳଙ୍କାର ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି।

Share

Leave a Reply

Your email address will not be published. Required fields are marked *

9 + 13 =