Business

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ମଲ୍ଟି-ଆସେଟ୍ ଆକ୍ଟିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ମଲ୍ଟି ଆସେଟ୍ ଆକ୍ଟିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍‌ଓଏଫ୍‌) ଘୋଷଣା କରାଯାଇଛି। ଇକ୍ୱିଟି ଓ ଡେବ୍‌ଟ ଫଣ୍ଡ୍ ସ୍କିମ୍ ଓ କମୋଡିଟି ଆଧାରିତ ଇଟିଏଫ୍‌ରେ ନିବେଶ କରିବା ଲାଗି ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍‌। ନୂଆ ଫଣ୍ଡ୍‌ର ଅଫର ସବସ୍କ୍ରିପନ୍‌ସନ୍ ପାଇଁ ୨୦୨୫ ନଭେମ୍ବର ୨୧ରେ ଖୋଲିବ ଓ ଡିସେମ୍ବର ୫ରେ ବନ୍ଦ ହେବ।
ଆକ୍ସିସ୍ ମଲ୍‌ଟି-ଆସେଟ୍ ଆକ୍ଟିଭ୍ ଏଫ୍‌ଓଏଫ୍‌କୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ନିବେଶକମାନଙ୍କୁ ଇକ୍ୱିଟି, ଡେବଟ୍‌, ସୁନା ଓ ରୁପା ଭଳି ବିବିଧ ସଂପତିରେ ନିବେଶ କରିବା ଲାଗି ଏକକ ସମାଧାନ ପ୍ରଦାନ କରିବ। ବିଭିନ୍ନ ସଂପତି ବର୍ଗରେ ନିବେଶ କରି ଏହି ଫଣ୍ଡ୍ ଦୀର୍ଘକାଳୀନ ସଂପତି ବୃଦ୍ଧି ସୁଯୋଗ ପ୍ରଦାନ କରିବ। ମୂଲ୍ୟାଙ୍କନ, ମାନକ, ବଜାର ଧାରା ଓ କମୋଡିଟି ଆଦି ବିଷୟ ବିଚାରକୁ ନେଇ ନିବେଶ ନିଷ୍ପତି ଗ୍ରହଣ କରାଯିବ।
ଫଣ୍ଡ୍ ଅଫ୍ ଫଣ୍ଡ୍‌ସ ଢ଼ାଂଚା ନିବେଶକମାନଙ୍କୁ ଉଲ୍ଲେଖନୀୟ ଲାଭ ପ୍ରଦାନ କରୁଛି। ଏହା ଜଣେ ଫଣ୍ଡ ମ୍ୟାନେଜର କିମ୍ବା ନିବେଶ ଷ୍ଟାଇଲ୍ ଉପରେ ନିର୍ଭରଶୀଳତା କମ୍ କରୁଛି ଏବଂ ଟିକସ ବୋଝ ବିଦା ପ୍ରଭାବଶାଳୀ ଢଙ୍ଗରେ ତାହାକୁ ପୁନଃ ସନ୍ତୁଳନ କରୁଛି। ଏହା ପ୍ରତି ସଂପତି ବର୍ଗ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରି ବଜାରର ପ୍ରଦର୍ଶନକୁ ହାସଲ କରୁଛି। ସେହି ଢ଼ାଂଚାକୁ ବ୍ୟବହାର କରି ଆକ୍ସିସ୍ ମଲ୍‌ଟି ଆସେଟ୍ ଆକ୍ଟିଭ୍ ଏଫ୍‌ଓଏଫ୍ ବିନା କୌଣସି ଟିକସ ଖର୍ଚ୍ଚରେ ପ୍ରଦର୍ଶନ ଓ ଆବଂଟନ ମଧ୍ୟରେ ସନ୍ତୁଳନ ରକ୍ଷା କରିବ।
ଏ ସମ୍ପର୍କରେ ଆକ୍ସିସ୍ ଏଏମ୍‌ସିର ଏମ୍‌ଡି ଓ ସିଇଓ ବି ଗୋପକୁମାର କହିଛନ୍ତି ଯେ, “ଅଭିନବ ସମାଧାନ ଜରିଆରେ ନିବେଶକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପ୍ରତିବଦ୍ଧ ରହିଛି ଯାହା ନିବେଶକମାନଙ୍କୁ ସୂଚନା ଆଧାରିତ ନିଷ୍ପତି ନେବାରେ ସଶକ୍ତ କରିବ। ଏକାଧିକ ଉତ୍ପାଦ ପରିଚାଳନାର ଜଟିଳତା ବିନା ବିବିଧତା ଚାହୁଥିବା ନିବେଶକମାନଙ୍କ ପାଇଁ ଆକ୍ସିସ୍ ମଲ୍‌ଟି ଆସେଟ୍ ଆକ୍ଟିଭ୍ ଏଫ୍‌ଓଏଫ୍ ହେଉଛି ଏକକ ସମାଧାନ। ଏକ ଚମତ୍କାର ପରିଚାଳନା ଢ଼ାଂଚାରେ ଇକ୍ୱିଟି, ଡେବଟ୍ ଓ କମୋଡିଟିକୁ ମିଶ୍ରଣ କରି ଆମେ ନିବେଶକମାନଙ୍କୁ ବଜାର ଚକ୍ରରେ ଆଗକୁ ବଢ଼ିବା ସହିତ ଅସ୍ଥିରତା ହ୍ରାସ କରିବା ଏବଂ ରିସ୍କ ଆଧାରିତ ରିଟର୍ଣ୍ଣରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ।”
ଆକ୍ସିସ୍ ଏଏମ୍‌ସିର ସିଆଇଓ ଆଶିଷ ଗୁପ୍ତା କହିଛନ୍ତି ଯେ, “ଦୀର୍ଘକାଳୀନ ନିବେଶ ପାଇଁ ସଂପତି ଆଂବଟନ ମୂଳମନ୍ତ୍ର ହୋଇଥିବା ବେଳେ ଅଧିକାଂଶ ନିବେଶକମାନଙ୍କ ପାଇଁ ସଂପତି ଶ୍ରେଣୀ ମଧ୍ୟରେ ବଦଳିବା ଓ ବଜାରର ସଠିକ୍ ସମୟ ନିର୍ଧାରଣ କରିବା ଆହ୍ୱାନପୂର୍ଣ୍ଣ ରହିଛି। ଆକ୍ସିସ୍ ମଲ୍ଟି ଆସେଟ୍ ଆକ୍ଟିଭ୍ ଏଫ୍‌ଓଏଫ୍ ସହିତ ଆମେ ଏକ ଶୃଙ୍ଖଳିତ ଓ ମଡେଲ୍ ଆଧାରିତ ଦୃଷ୍ଟିକୋଣ ଆଣିଛୁ ଯାହା ସକ୍ରିୟ ନିରୀକ୍ଷଣ ସହ ସୂଚନାର ମିଶ୍ରଣ କରିବ। ଏହା ଜରିଆରେ ଆମେ ଇକ୍ୱିଟି, ଡେବ୍‌ଟ ଓ କମୋଡିଟିରେ ଥିବା ସୁଯୋଗ ହାସଲ କରିପାରିବୁ ଓ ବିପଦକୁ ସଠିକ୍ ଢଙ୍ଗରେ ପରିଚାଳନା କରିପାରିବୁ। ଆମର ଲକ୍ଷ୍ୟ ହେଉଛି ଏକ ସହଜ ନିବେଶ ଅନୁଭୂତି ଓ ସମୟ ମଧ୍ୟରେ ସ୍ଥିର ଫଳାଫଳ ପ୍ରଦାନ କରିବା।”

Share

Leave a Reply

Your email address will not be published. Required fields are marked *

5 × 5 =