ଆଇସିଏଚଜି ୨୦୨୫ ରେ ବିଶ୍ୱ ଗ୍ରୀନ ହାଇଡ୍ରୋଜେନ୍ ହବ୍ ଭାବରେ ଭାରତର ସମ୍ଭାବନାକୁ ଇରେଡ଼ା ସିଏମଡ଼ିଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର : ଭାରତୀୟ ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ (ଇରେଡ଼ା) ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଆଜି ଭାରତ ମଣ୍ଡପମ, ନୂଆଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ସମ୍ମିଳନୀ (ଆଇସିଏଚଜି ୨୦୨୫) ଅବସରରେ “ଭାରତରେ ଗ୍ରୀନ ହାଇଡ୍ରୋଜେନ୍ ନିବେଶ ଏବଂ ବାଣିଜ୍ୟ ପାଇଁ ସୁଯୋଗ’ ଉପରେ ମୁଖ୍ୟ ଭାଷଣ ଦେଇଥିଲେ।
ତାଙ୍କ ଭାଷଣରେ, ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ ଯେ, “ଗ୍ରୀନ ହାଇଡ୍ରୋଜେନ୍ ଭାରତ ପାଇଁ ଏହାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା, ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ହାଇଡ୍ରୋଜେନ୍ ବାଣିଜ୍ୟ ପାଇଁ ଏକ ବିଶ୍ୱ କେନ୍ଦ୍ର ଭାବରେ ନିଜକୁ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଇଇଏ ର ସବୁଜ ହାଇଡ୍ରୋଜେନ୍ ସମୀକ୍ଷା ୨୦୨୫ ଅନୁଯାୟୀ, ବର୍ତ୍ତମାନର ଘୋଷଣା ଏବଂ ପ୍ରକଳ୍ପ ପାଇପଲାଇନ ଉପରେ ଆଧାରିତ ବିଶ୍ୱ ହାସଲଯୋଗ୍ୟ ଉତ୍ପାଦନ ୨୦୩୦ ସୁଦ୍ଧା ପ୍ରାୟ ୩୭ ଏମଟିପିଏ ହେବ ବୋଲି ଆକଳନ କରାଯାଇଛି, ଯାହା ପ୍ରାୟ ୧୫୦ ଏମଟିପିଏ ର ଆନୁମାନିକ ଆବଶ୍ୟକତା ବିରୁଦ୍ଧରେ ରହିଛି। ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବ୍ୟବଧାନ ଭାରତ ପାଇଁ ବିଶ୍ୱ ସବୁଜ ହାଇଡ୍ରୋଜେନ୍ ଭୂ-ଦୃଶ୍ୟର ଆଗରେ ନିଜକୁ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟର ଉପସ୍ଥାପନ କରେ।”
ଭାରତ ସରକାର ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ (ଏନଜିଏଚ୍ଏମ୍)କୁ ଆଗକୁ ବଢାଇବାରେ ସକ୍ରିୟ ଅଛନ୍ତି, ଯାହା ୨୦୩୦ ସୁଦ୍ଧା ୫ ଏମଟିପିଏ ଗ୍ରୀନ ହାଇଡ୍ରୋଜେନ୍ ଉତ୍ପାଦନ ଲକ୍ଷ୍ୟ ରଖିଛି। ଏହି ମିଶନକୁ ୧୯,୭୪୪ କୋଟି ସରକାରୀ ନିବେଶ ଏବଂ ୮ ଲକ୍ଷ କୋଟିରୁ ଅଧିକ ମୋଟ ସବୁଜ ନିବେଶ ଦ୍ୱାରା ସମର୍ôଥତ, ଯାହାର ଲକ୍ଷ୍ୟ ହେଉଛି ଏହି କ୍ଷେତ୍ରରେ ବୃହତ ପରିମାଣରେ ଗ୍ରହଣ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବ।
ଶ୍ରୀ ଦାସ ଏହି ଦୃଷ୍ଟିକୋଣକୁ ସକ୍ଷମ କରିବାରେ ଇରେଡ଼ାର ସକ୍ରିୟ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, “ଇରେଡ଼ା ପୂର୍ବରୁ ଏହାର ପ୍ରଥମ ଗ୍ରୀନ ଆମୋନିଆ ପ୍ରକଳ୍ପକୁ ଆର୍ôଥକ ସହାୟତା ପ୍ରଦାନ କରିସାରିଛି। ଏହା ବ୍ୟତୀତ, ଗିଫ୍ଟ ସିଟିରେ ଏହାର ସହାୟକ କମ୍ପାନୀ ମାଧ୍ୟମରେ, ଇରେଡ଼ା ରପ୍ତାନି-ମୁଖୀ ଗ୍ରୀନ ହାଇଡ୍ରୋଜେନ୍ ନିର୍ମାତାମାନଙ୍କ ପାଇଁ ବିଦେଶୀ ମୁଦ୍ରା ଋଣ ସୁବିଧା ପ୍ରଦାନ କରିବ, ଯାହା ଡେଭଲପରମାନଙ୍କୁ ହେଜିଂ ଖର୍ଚ୍ଚରେ ୨୫୦-୩୫୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ସଞ୍ଚୟ କରିବାରେ ସାହାଯ୍ୟ କରିବ।”
ଅନୁକୂଳ ସମ୍ବଳ, ସରକାରୀ ସମର୍ଥନ, ବଡ଼ ଧରଣର ଶିଳ୍ପ ଚାହିଦା ଏବଂ ରପ୍ତାନି ସମ୍ଭାବନା ସହିତ, ଭାରତ ଗ୍ରୀନ ହାଇଡ୍ରୋଜେନ୍ ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ହେବାକୁ ପ୍ରସ୍ତୁତ ହେଉଛି। ଶ୍ରୀ ଦାସ ନବସୃଜନ ଏବଂ ସହଭାଗୀତା ମାଧ୍ୟମରେ ଭାରତର ଗ୍ରୀନ ହାଇଡ୍ରୋଜେନ୍ ଇକୋସିଷ୍ଟମର ଆର୍ôଥକ, ବିପଦମୁକ୍ତ ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଇରେଡ଼ାର ପ୍ରତିବଦ୍ଧତାକୁ ପୁନଃଉଦ୍ଧୃତ କରିଛନ୍ତି।

