ଇଣ୍ଡଷ୍ଟ୍ର୍ରିଆଲ ଟ୍ରାଞ୍ଜିସନ ଆକ୍ସେଲେରଟର୍ ପକ୍ଷରୁ ଭାରତ ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ; ଇଣ୍ଡିଆ ଇନସାଇଟ୍ସ ବ୍ରିଫିଂ ଉନ୍ମୋଚିତ
ଭୁବନେଶ୍ୱର: ସିଓପି୨୮ରେ ଶୁଭାରମ୍ଭ କରାଯାଇଥିବା ବହୁ ଅଂଶୀଦାର ଆଧାରିତ ବିଶ୍ୱସ୍ତରୀୟ ଅଭିଯାନ ଇଣ୍ଡଷ୍ଟ୍ରିଆଲ୍ ଟ୍ରାଞ୍ଜିସନ ଆକ୍ସେଲରେଟର (ଆଇଟିଏ) ପକ୍ଷରୁ ଆଇଟିଏ ଭାରତ ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହ ଅତ୍ୟଧିକ ପ୍ରଦୂଷଣ କରୁଥିବା ଶିଳ୍ପକୁ ଡିକାର୍ବନାଇଜ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ “ଅନ୍ଲକିଂ ଇଣ୍ଡିଆଜ୍ କ୍ଲିନ୍ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଅପର୍ଚୁନିଟି” ନାମକ ଇଣ୍ଡିଆ ଇନ୍ସାଇଟ୍ସ ବ୍ରିଫିଂକୁ ଉନ୍ମୋଚନ କରାଯାଇଛି।
ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମରେ ରସାୟନ, ଇସ୍ପାତ, ସିମେଂଟ୍, ଆଲୁମିନିୟମ, ବିମାନ ଚଳାଚଳ ଓ ଜାହାଜ କ୍ଷେତ୍ର ଆଦିରେ ନିବେଶ ପ୍ରସ୍ତୁତି, ସ୍ୱଚ୍ଛ ଶକ୍ତି ଓ ଲୋ-କାର୍ବନ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଥିବା ପ୍ରମୁଖ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ।
ବୋଷ୍ଟନ କନସଲଟିଂ ଗ୍ରୁପ୍ (ବିସିଜି) ସହଯୋଗରେ ପ୍ରସ୍ତୁତ କରାଯାଇଥିବା ଇଣ୍ଡିଆ ଇନସାଇଟ୍ସ ବ୍ରିଫିଂରେ ଶିଳ୍ପ ଓ ବିଶ୍ୱସ୍ତରୀୟ ଉପଦେଷ୍ଟାଙ୍କ ବିଶେଷତାକୁ ସ୍ଥାନ ଦିଆଯାଇଛି। ଏଥିରେ ୬୫ଟି ବାଣିଜ୍ୟିକ ଆଧାରିତ ପ୍ରକଳ୍ପ, ୧୫୦ ବିଲିୟନ ଡଲାରର ନିବେଶ ସମ୍ଭାବନା, ୧୬୦-୧୭୫ ନିୟୁତ ଟନ୍ର ବାର୍ଷିକ ସିଓ୨ ସମାନ ପଦକ୍ଷେପ ଏବଂ ୨,୦୦,୦୦୦ରୁ ଅଧିକ ପ୍ରତ୍ୟକ୍ଷକ ଓ ପରୋକ୍ଷ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି। ରିପୋର୍ଟ ଅନୁସାରେ ଚୀନ୍ ଓ ଆମେରିକା ପରେ ଲୋ’ ଓ ଶୂନ ଏମିସନ ସମାନ ଶିଳ୍ପ ପ୍ରକଳ୍ପରେ ଭାରତ ତୃତୀୟ ସ୍ଥାନରେ ରହିଛି। କିନ୍ତୁ ସେଥିରୁ ମାତ୍ର ୬ଟି ପ୍ରକଳ୍ପ ଚୂଡ଼ାନ୍ତ ନିବେଶ ନିଷ୍ପତି (ଏଫ୍ଆଇଡି) ପାସ୍ କରିପାରିଛି। ଅନିଶ୍ଚିତ ସ୍ୱଚ୍ଛ ଚାହିଦା, ଉଚ୍ଚ ପୁଞ୍ଜି ଖର୍ଚ୍ଚ, ନିୟାମକ ପ୍ରତଦ୍ନ୍କ ଏବଂ ଅଳ୍ପ ବିକଶିତ ଭିତିଭୂମି ଭଳି ସମସ୍ୟା ରହିଛି। ବିଭିନ୍ନ ଅଂଶୀଦାରଙ୍କ ମିଳିତ ଉଦ୍ୟମ ଜରିଆରେ ସେହି ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବାକୁ ଭାରତ ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମରେ ପ୍ରୟାସ କରାଯିବ।
ଯେଉଁ ୬୫ଟି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି ସେଗୁଡ଼ିକ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡୁରେ ରହିଛି। ଏହି ସ୍ୱଚ୍ଛ ଶିଳ୍ପ ହବ୍ଗୁଡ଼ିକରେ ବ୍ୟାପକ ଅକ୍ଷୟ ଶକ୍ତି ଉପଲବ୍ଧତା, ବନ୍ଦର ସୁବିଧା ଏବଂ ରାଜ୍ୟର ସୁହାଇବା ଭଳି ନୀତି ରହିଛି।
ଇଣ୍ଡଷ୍ଟ୍ରିଆଲ ଟ୍ରାଞ୍ଜିସନ ଆକ୍ସେଲେରଟର୍ର ପରିଚାଳନା ନିର୍ଦ୍ଦେଶକ ଜେମ୍ସ ସ୍କୋଫିଲ୍ଡ କହିଛନ୍ତି ଯେ, “ଉଭୟ ଅଭବୃଦ୍ଧି ଲକ୍ଷ୍ୟ ଓ ବ୍ୟାପକ ବିଶ୍ୱସ୍ତରୀୟ ଡିକାର୍ବନାଇଜେସନ ଉଦ୍ୟମ ପାଇଁ ଭାରତର ଶିଳ୍ପ ପରିବର୍ତନ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ସର୍ବବୃହତ୍ ପ୍ରକଳ୍ପ ସଂଖ୍ୟା ସହ ଲକ୍ଷ୍ୟ ଏକ ଆହ୍ୱାନ ନୁହେଁ, ବରଂ କାର୍ଯ୍ୟକାରିତା ହେଉଛି ବଡ଼ ଆହ୍ୱାନ। ଭାରତ ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମରେ ଚାହିଦା ଉଦାଗର କରିବା, ଫାଇନାନ୍ସକୁ ବିପଦମୁକ୍ତ କରିବା ଏବଂ ପଅକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯିବ ଯାହା ସ୍ୱଚ୍ଛ ଉତ୍ପାଦନରେ ଭାରତର ନେତୃତ୍ୱକୁ ନିର୍ଧାରଣ କରିବ। ସ୍ୱଚ୍ଛ ଭାବେ ଗଢ଼ିବା ପାଇଁ ଭାରତର ପ୍ରତିବଦ୍ଧତା କେବଳ ଦେଶ ପାଇଁ ଲାଭଦାୟକ ହେବ ନାହିଁ, ବରଂ ବିଶ୍ୱସ୍ତରୀୟ ଧାରାକୁ ସହଯୋଗ କରିବ ଏବଂ ୨୦୨୬ ନଭେମ୍ବରରେ ସିଓପି୩୧ ପାଇଁ ଫାଇନାନ୍ସ ହୋଇଥିବା ସ୍ୱଚ୍ଛ ଶିଳ୍ପ ପ୍ରକଳ୍ପ ଯୋଗାଣ କରିବ।”
ବୋଷ୍ଟନ କନସଲଟିଂ ଗ୍ରୁପ୍ର ଏପିଏସି ଲିଡର-ଜଳବାୟୁ ଓ ସ୍ଥାୟିତ୍ୱ ଅଭ୍ୟାସ ସୁମିତ ଗୁପ୍ତା କହିଛନ୍ତି ଯେ, “ବିଶ୍ୱ ସ୍ୱଚ୍ଛ ଶିଳ୍ପ ପରିବର୍ତନ ଧାରାରେ ଭାରତ ଏକ ନିର୍ଣ୍ଣାୟକ ମୁହୂର୍ତରେ ଠିଆ ହୋଇଛି। ପ୍ରକଳ୍ପର ଦୃଢ଼ ମୁଳଦୁଆ ଓ ଘରୋଇ କ୍ଷେତ୍ର ଧାରା ସହିତ ନୂଆ ଲୋ-କାର୍ବନ ପ୍ରଯୁକ୍ତିକୁ ବ୍ୟାପକ କରିବାରେ ଆଗରେ ରହିବା ଲାଗି ଦେଶ ପ୍ରସ୍ତୁତ ରହିଛି। ସ୍ୱଚ୍ଛ ଇନ୍ଧନ, ସବୁଜ ଉପକରଣ ଓ ଉଦୀୟମାନ ଉତ୍ପାଦନ ମୂଲ୍ୟ ଶୃଙ୍ଖଳା ପର୍ଯ୍ୟନ୍ତ ଏହି ସୁଯୋଗ ବ୍ୟାପିଛି। ଆଇଟିଏ ଭାରତ ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମ ଅଂଶୀଦାର ଯୋଗାଡ଼ କରିବା ଏବଂ ନିବେଶ ପ୍ରସ୍ତୁତ ପ୍ରକଳ୍ପର ପରବର୍ତୀ ତରଙ୍ଗକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।”
ଇଣ୍ଡଷ୍ଟ୍ରିଆଲ୍ ଟ୍ରାଞ୍ଜିସନ ଆକ୍ସେଲେରଟର୍ର ଇଣ୍ଡିଆ ଲିଡ୍ ୟାସ୍ କାଶ୍ୟପ କହିଛନ୍ତି ଯେ, “ଭାରତର କେଉଁ ସ୍ୱଚ୍ଛ ପ୍ରକଳ୍ପ ଯୋଜନାରୁ କାରଖାନା ପର୍ଯ୍ୟନ୍ତ ଅଗ୍ରଗିି କରିବ ଆସନ୍ତା ୨୪ ମାସ ସେହି ନିଷ୍ପତି ନିର୍ଧାରଣ କରିବ। ପାଇପ୍ଲାଇନ୍ ଦୃଢ଼ ଥିବା ବେଳେ ଘରୋଇ କ୍ଷେତ୍ରର ଆକାଂକ୍ଷା ରହିଛି ଏବଂ ନୀତି ମଧ୍ୟ ଆକାର ନେଉଛି। ସେହି ଉପାଦାନଗୁଡ଼ିକୁ ସମନ୍ୱିତ କରିବା, ଚାହିଦାକୁ ସଂଗଠିତ କରିବା, ସମ୍ଭବ ଚୁକ୍ତିକୁ ବ୍ୟବସ୍ଥିତ କରିବା ଏବଂ ନିବେଶ ପ୍ରସ୍ତୁତ ପ୍ରକଳ୍ପ ପାଇବା ପାଇଁ ମିଳିତ ଭିତିଭୂମି ଗଠନ କରିବା ଉପରେ ଆମର ଧ୍ୟାନ ରହିବ।”

