Friday, October 30, 2026
Business

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ କ୍ରାସ୍ ବାରିୟର୍ ପାଇଁ ୧୧୦ କୋଟି ଟଙ୍କାର ବରାଦ ହାସଲ, ରାଜସ୍ୱରେ ୧୫-୨୦ ପ୍ରତିଶତ ବୃଦ୍ଧି ଆଶା

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ୨୦୨୫-୨୬ରେ ବର୍ତମାନ ସୁଦ୍ଧା ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର (ଏମ୍‌ବିସିବି) ପାଇଁ ୧୧୦ କୋଟି ଟଙ୍କାର ବରାଦ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧୨୦ କୋଟି ଟଙ୍କାର ବରାଦ ଆସିବାର ରହିଛି। ଶ୍ୟାମ ଜିନ୍ଦଲଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ବିସି ଜିନ୍ଦଲ ଗ୍ରୁପ୍ ଭାରତୀୟ ରେଳ ଓ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷଙ୍କଠାରୁ କ୍ରାସ୍ ବ୍ୟାରିୟର ଉତ୍ପାଦନ ପାଇଁ ବରାଦ ହାସଲ କରିଛି। ୨୦୨୫-୨୬ର କମ୍ପାନି ୧୦-୧୫ ପ୍ରତିଶତ ବୃଦ୍ଧି ସହ ୨୭୦ କୋଟି ଟଙ୍କାର ରାଜସ୍ୱ ହାସଲ ଆଶା କରୁଛି। ୨୦୨୪-୨୫ରେ କମ୍ପାନିର କ୍ରାସ୍ ବାରିୟରରୁ ରାଜସ୍ୱ ୨୪୨ କୋଟି ଟଙ୍କା ଥିଲା।
ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଡବ୍ଲ୍ୟୁ ବିମ୍‌, ଥ୍ରାଇ ବିମ୍‌, ପୋଷ୍ଟ, ସ୍ପେସର, ସି ପୋଷ୍ଟ, ଫିସ୍ ଟେଲ୍‌, ଆକ୍ସେସୋରିଜ୍‌, ବୁଲ୍ ନୋଜ୍‌, ହର୍ସସୁ ଆଦି ଅନେକ ଉଚ୍ଚ ଗୁଣାତ୍ମକ ମାନର ଉତ୍ପାଦ ଉତ୍ପାଦନ କରୁଛି। ଏନଏଚଏଆଇର ଅନୁମୋଦିତ ନିର୍ମାତା ଭାବେ କମ୍ପାନିର କ୍ରାସ୍ ବାରିୟର ନ୍ୟାସନାଲ୍ ଅଟୋମୋଟିଭ୍ ଟେଷ୍ଟ୍ ଟ୍ରାକ୍ସ (ନାଟ୍ରାକ୍ସ)ର କ୍ରାସ୍ ପରୀକ୍ଷାରେ ପ୍ରମାଣିତ ହୋଇଛି।
୨୦୨୫-୨୬ ଶେଷ ସୁଦ୍ଧା ୧.୫ ଏମ୍‌ଟି ଆନୁଷଙ୍ଗିକ ସଂସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ଜିନ୍ଦଲ ଇଣ୍ଡିଆ ଏହାର ରାଣିହାଟି ୱାର୍କସ୍‌ରେ ଏମ୍‌ବିସିବି କ୍ଷମତା ବଢ଼ାଇ ମାସିକ ୯୦୦୦ ଏମ୍‌ଟି ଡେଲିଭରି କରିବାକୁ ଲକ୍ଷ୍ୟ ରଖିଛି।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ଭିତିଭୂମି କ୍ଷେତ୍ର ଭାରତ ସକାରଙ୍କଠାରୁ ଜବରଦସ୍ତ ସମର୍ଥନ ହାସଲ କରିଛି ଯାହା ଦୃଢ଼ ଚାହିଦା ସୃଷ୍ଟି କରିଥିବା ବେଳେ ଦ୍ରୁତ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିଛି। ତେଣୁ ଉଭୟ ସଡ଼କ ଓ ରେଳରେ କ୍ରାସ୍ ବ୍ୟାରିୟର୍‌ର ଉଲ୍ଲେଖନୀୟ ଚାହିଦା ଆଶା କରୁଛୁ। ମଧ୍ୟବର୍ତୀକାଳୀନ ଭିତିରେ ଏହି କ୍ଷେତ୍ରରେ ଆମ ମୋଟ୍ ବିକ୍ରିରେ ଆମେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାକୁ ଆଶା କରୁଛୁ।”
ଏନଏଚଏଆଇ ପକ୍ଷରୁ ୫୦୦୦ କିିମି ଡ଼କ ଭିତିଭୂମି ବିକାଶ ପ୍ରକଳ୍ପ ପାଇଁ ଟେଣ୍ଡର ଜାରି କରାଯାଇଛି ଯାହା ସାରା ଦେଶରେ ଏମବିସିବିର ଅଭିବୃଦ୍ଧିକୁ ବଢ଼ାଇବ। ଏଥି ସହିତ ୧୦୦୦୦ କିମି ରେଳ ଟ୍ରାକ୍ ବାଡ଼ ଭିତିଭୂମି ସ୍ଥାପନ କରାଯାଉଥିବାରୁ ତାହା ମଧ୍ୟ ଏମବିସିବିର ଚାହିଦା ବଢ଼ାଇବ। ୨୦୨୪-୨୫ରେ ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ଭାରତୀୟ ରେଳ ଓ ଏନଏଚଏଆଇଠାରୁ ୨୭୫ କୋଟି ଟଙ୍କାର ବରାଦ ହାସଲ କରିଥିଲା।

Share

Leave a Reply

Your email address will not be published. Required fields are marked *

15 + eighteen =