Business

ବ୍ୟାଙ୍କ ଅଫ୍ ବରୋଦାର ଦ୍ୱିତୀୟ ତ୍ରୈମାସିକରେ ନିଟ୍ ଲାଭ ୫.୯% ବୃଦ୍ଧି ପାଇ ୪୮୦୯ କୋଟି ଟଙ୍କା ହୋଇଛି

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ ବ୍ୟାଙ୍କର ନିଟ୍ ଲାଭ ୫.୯ ପ୍ରତିଶତ ବୃଦ୍ଧି ପାଇ ୪୮୦୯ କୋଟି ଟଙ୍କା ହୋଇଛି। ୨୦୨୫ ସେପ୍ଟମ୍ବର ୩୦ ସୁଦ୍ଧା ଅର୍ଦ୍ଧବାର୍ଷିକରେ ବ୍ୟାଙ୍କର ନିଟ୍ ଲାଭ ୯୩୫୧ କୋଟି ଟଙ୍କା ହୋଇଛି। ସେହିପରି, ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ପରିଚାଳନା ଲାଭ ୭,୫୭୬ କୋଟି ଟଙ୍କା ଓ ଅର୍ଦ୍ଧବାର୍ଷିକ ୧୫,୮୧୨ କୋଟି ଟଙ୍କା ହୋଇଛି।
ଦ୍ୱିତୀୟ ତ୍ରୈମାସିକରେ ନିଟ୍ ସୁଧ ଆୟ ୪.୫ ପ୍ରତିଶତ ବୃଦ୍ଧି ପାଇ ୧୧,୯୫୪ କୋଟି ଟଙ୍କା ହୋଇଛି ଓ ଅର୍ଧବାର୍ଷିକରେ ତାହା ୨୩,୩୮୮ କୋଟି ଟଙ୍କା ରହିଛି। ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଅଣ ସୁଧ ଆୟ ୩,୫୧୫ କୋଟି ଟଙ୍କା ରହିଛି। ଅର୍ଦ୍ଧବାର୍ଷିକରେ ସେହି ଆୟ ୭ ପ୍ରତିଶତ ବୃଦ୍ଧି ହୋଇ ୮,୧୮୯ କୋଟି ଟଙ୍କା ରହିଛି। ବ୍ୟାଙ୍କର ପରିଚାଳନା ବ୍ୟୟ ପରିମାଣ ତ୍ରୈମାସିକରେ ୭.୭ ପ୍ରତିଶତ ବୃଦ୍ଧି ପାଇ ୭,୮୯୩ କୋଟି ଟଙ୍କା ଓ ଅର୍ଦ୍ଧବାର୍ଷିକରେ ୧୫,୭୬୫ କୋଟି ଟଙ୍କା ରହିଛି।
ଦ୍ୱିତୀୟ ତ୍ରୈମାସିକରେ ସଂପତିରୁ ରିଟର୍ଣ୍ଣ (ଆର୍‌ଓଏ) ୧.୦୭ ପ୍ରତିଶତ ଓ ଅର୍ଦ୍ଧବାର୍ଷିକରେ ୧.୦୪ ପ୍ରତିଶତ ଏବଂ ଇକ୍ୱିଟିରୁ ରିଟର୍ଣ୍ଣ ତ୍ରୈମାସିକରେ ୧୫.୩୭ ପ୍ରତିଶତ ଓ ଅର୍ଦ୍ଧବାର୍ଷିକରେ ୧୪.୯୫ ପ୍ରତିଶତ ରହିଛି। ଜମା ବାବଦକୁ ଖର୍ଚ୍ଚ ପରିମାଣ ଏହି ତ୍ରୈମାସିକରେ ୨୧ ବେସିସ୍ ପଏଂଟ୍ ହ୍ରାସ ପାଇ ୪.୯୧ ପ୍ରତିଶତ ରହିଛି। ବିଶ୍ୱସ୍ତରୀୟ ତ୍ରୈମାସିକରେ ନିଟ୍ ସୁଧ ମାର୍ଜିନ୍ ୨.୯୬ ପ୍ରତିଶତକୁ ବଢ଼ିଥିବା ବେଳେ ଅର୍ଦ୍ଧବାର୍ଷିକରେ ତାହା ୨.୯୩ ପ୍ରତିଶତ ରହିଛି। ଘରୋଇ ନିଟ୍ ସୁଧ ମାର୍ଜିନ୍ ତ୍ରୈମାସିକରେ ୩.୧୦ ପ୍ରତିଶତ ଓ ଅର୍ଧବାର୍ଷିକ ୩.୦୮ ପ୍ରତିଶତ ରହିଛି।
ଏହି ତ୍ରୈମାସିକରେ ବ୍ୟାଙ୍କର ମୋଟ୍ ଏନ୍‌ପିଏ ୨.୧୬ ପ୍ରତିଶତ ଓ ନିଟ୍ ଏନ୍‌ପିଏ ୦.୫୭ ପ୍ରତିଶତ ରହିଛି। ପ୍ରୋଭିଜନ କଭରେଜ୍ ରେସିଓ ୯୩.୨୧ ପ୍ରତିଶତ ଓ ସ୍ଲିପେଜ୍ ରେସିଓ ୦.୯୧ ପ୍ରତିଶତ ରହିଛି। ଋଣ ଖର୍ଚ୍ଚ ୦.୭୫ ପ୍ରତିଶତରୁ କମ୍ ହୋଇ ୦.୨୯ପ୍ରତିଶତ ରହିଛି।
ବ୍ୟାଙ୍କ ଅଫ୍ ବରୋଦାର ମୋଟ୍ ଘରୋଇ ଅଗ୍ରୀମ ୧୧.୫ ପ୍ରତିଶତ ବୃଦ୍ଧି ପାଇ ୧୦,୪୬,୫୦୬ କୋଟି ଟଙ୍କା ଏବଂ ବିଶ୍ୱସ୍ତରୀୟ ଅଗ୍ରୀମ ୧୧.୯ ପ୍ରତିଶତ ବୃଦ୍ଧି ପାଇ ୧୨,୭୮,୮୪୭ କୋଟି ଟଙ୍କା ହୋଇଛି। ଘରୋଇ ଜମା ପରିମାଣ ୯.୭ ପ୍ରତିଶତ ବୃଦ୍ଧି ସହ ୧୨,୭୧,୯୯୨ କୋଟି ଟଙ୍କା ଏବଂ ବିଶ୍ୱସ୍ତରୀୟ ଜମା ପରିମାଣ ୯.୩ ପ୍ରତିଶତ ବୃଦ୍ଧି ପାଇ ୧୫,୦୦,୦୧୨ କୋଟି ଟଙ୍କା ରହିଛି। କାସା ଜମା ପରିମାଣ ୬.୬ ପ୍ରତିଶତ ବୃଦ୍ଧି ପାଇ ୪,୮୮,୬୬୦ କୋଟି ଟଙ୍କା ହୋଇଛି। ଅନ୍ତର୍ଜାତୀୟ ଜମା ପରିମାଣ ୭.୨ ପ୍ରତିଶତ ବୃଦ୍ଧି ସହ ୨,୨୮,୦୨୦ କୋଟି ଟଙ୍କା ରହିଛି। ଅର୍ଗାନିକ୍ ରିଟେଲ୍ ଅଗ୍ରୀମ ୧୭.୬ ପ୍ରତିଶତ, ବନ୍ଧକ ଋଣ ୧୯.୮ ପ୍ରତିଶତ, ଗାଡ଼ି ଋଣ ୧୭.୭ ପ୍ରତିଶତ, ଗୃହ ଋଣ ୧୬.୫ ପ୍ରତିଶତ, ଶିକ୍ଷାୠଣ ୧୪ ପ୍ରତିଶତ ଓ ବ୍ୟକ୍ତିଗତ ଋଣ ୧୮.୬ ପ୍ରତିଶତ ବୃଦ୍ଧି ପାଇଛି। କୃଷି ଋଣ ପରିମାଣ ୧୭.୪ ପ୍ରତିଶତ ବୃଦ୍ଧି ପାଇ ୧,୬୯,୭୦୩ କୋଟି ଟଙ୍କା, ଅର୍ଗାନିକ୍ ଏମ୍‌ଏସ୍‌ଏମ୍‌ଇ ପୋର୍ଟଫୋଲିଓ ୧୩.୯ ପ୍ରତିିଶତ ବୃଦ୍ଧି ପାଇ ୧,୪୪,୪୦୧ କୋଟି ଟଙ୍କା ଏବଂ କର୍ପୋରେଟ୍ ଅଗ୍ରୀମ ପରିମାଣ ୩ ପ୍ରତିଶତ ବୃଦ୍ଧି ପାଇ ୪,୦୦,୬୮୨ କୋଟି ଟଙ୍କା ରହିଛି।

Share

Leave a Reply

Your email address will not be published. Required fields are marked *

3 × 1 =