Business

ଏକ ନିରାପଦ ଏବଂ ଉଜ୍ଜ୍ୱଳ ଦୀପାବଳି ପାଳନ ପାଇଁ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ର ପରାମର୍ଶ

ଭୁବନେଶ୍ୱର, ୧୮ ଅକ୍ଟୋବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ଯେକୌଣସି ଦୁର୍ଘଟଣା ଏଡାଇବା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଖୁସିର ପର୍ବ ସୁନିଶ୍ଚିତ କରିବା ପାଇଁ ଦୀପାବଳି ସମୟରେ ଆବଶ୍ୟକ ବୈଦ୍ୟୁତିକ ସୁରକ୍ଷା ନିୟମ ପାଳନ କରିବାକୁ ଉପଭୋକ୍ତାମାନଙ୍କୁ ଆହ୍ୱାନ କରିଛି।

ଏହି ପାର୍ବଣ ଋତୁରେ, ଯେତେବେଳେ ଘର, ଦୋକାନ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକ ଆଲୋକିତ ହୋଇଥାଏ, ଟିପିସିଓଡିଏଲ୍ ସମସ୍ତଙ୍କୁ ସତର୍କ ରହିବାକୁ ଏବଂ ଯେକୌଣସି ବିପଦକୁ ଏଡାଇବା ପାଇଁ ବୈଦ୍ୟୁତିକ ଉପକରଣ ଏବଂ ସାଜସଜ୍ଜା ଲାଇଟ୍ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

ପ୍ରମୁଖ ସୁରକ୍ଷା ନିୟମ:
ଚା ବ୍ୟବହାର କରିବା ପୂର୍ବରୁ ସମସ୍ତ ବୈଦ୍ୟୁତିକ ସାଜସଜ୍ଜା ସାମଗ୍ରୀଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରନ୍ତୁ।
ଚା ଭଙ୍ଗା କିମ୍ବା ଫାଟିଯାଇଥିବା ସକେଟ ଏବଂ ପ୍ଲଗ୍ ବ୍ୟବହାର କରନ୍ତୁ ନାହିଁ ।
ଚା ସାଜସଜ୍ଜା ପାଇଁ କେବଳ ଡବଲ୍‌- ଇନସ୍ୟୁଲେଟେଡ୍ ତାର ଏବଂ କେବୁଲ୍ ବ୍ୟବହାର କରନ୍ତୁ।
ଚା କ୍ଷତିଗ୍ରସ୍ତ ତାର ବ୍ୟବହାର କରନ୍ତୁ ନାହିଁ କାରଣ ସେଗୁଡ଼ିକ ବିଦ୍ୟୁତ୍ ଆଘାତ କିମ୍ବା ଅଗ୍ନିକାଣ୍ଡର କାରଣ ହୋଇପାରେ ।
ଚା ଗୋଟିଏ ସକେଟରେ ବହୁତ ଗୁଡିଏ ଉପକରଣ କିମ୍ବା ଲାଇଟ୍ ଲଗାନ୍ତୁ ନାହିଁ।
ଚା ସମସ୍ତ ଆଲୋକ ଏବଂ ସାଜସଜ୍ଜା ସ୍ଥାପନ ପାଇଁ ଉପଯୁକ୍ତ ଆର୍ôଥଂ ନିଶ୍ଚିତ କରନ୍ତୁ।
ଚା ଘରୁ ବାହାରିବା କିମ୍ବା ଶୋଇବା ପୂର୍ବରୁ ସାଜସଜ୍ଜା ଆଲୋକ ବନ୍ଦ କରନ୍ତୁ।

ଏହି ଅବସରରେ, ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଆମେ ଆଲୋକର ଏହି ପର୍ବ ପାଳନ କରୁଥିବା ସମୟରେ, ଆମକୁ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେବାକୁ ପଡିବ ଯାହା ଦ୍ୱାରା ଏହି ଦୀପାବଳି ସମସ୍ତଙ୍କ ପାଇଁ ଖୁସି ଏବଂ ସୁରକ୍ଷାରେ ପରିପୂର୍ଣ୍ଣ ହେବ। ଆମେ ସମସ୍ତ ଉପଭୋକ୍ତାଙ୍କୁ ବୈଦ୍ୟୁତିକ ସୁରକ୍ଷା ନିୟମ ପାଳନ କରି ଯେକୌଣସି ଦୁର୍ଘଟଣାକୁ ଏଡାଇବାକୁ ଅନୁରୋଧ କରୁଛୁ। ଟିପିସିଓଡିଏଲ୍ ପରିବାର ପକ୍ଷରୁ, ମୁଁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ଉଜ୍ଜ୍ୱଳ ଏବଂ ଶୁଭ ଦୀପାବଳି କାମନା କରୁଛି।”

ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସ୍ପାର୍କିଂ କିମ୍ବା ତାର ଛିଣ୍ଡି ଯାଇଥିବା ଭଳି ଯେକୌଣସି ବୈଦ୍ୟୁତିକ ସମସ୍ୟା ବିଷୟରେ ତୁରନ୍ତ ସହାୟତା ପାଇଁ ଏହାର ୨୪ ଘଣ୍ଟିଆ କଲ୍ ସେଣ୍ଟର (୧୯୧୨ କିମ୍ବା ୧୮୦୦୩୪୫୭୧୨୨) ମାଧ୍ୟମରେ ରିପୋର୍ଟ କରିବାକୁ ଅନୁରୋଧ କରିଛି।

Share

Leave a Reply

Your email address will not be published. Required fields are marked *

five × four =