Business

ମୋଦିକେୟାର ପକ୍ଷରୁ ଦୀପାବଳୀ ପାଇଁ ଉପହାର ସଂଗ୍ରହ ଉନ୍ମୋଚିତ

ଭୁବନେଶ୍ୱର: ଉତ୍ସବ ଋତୁ ନିକଟତର ହେବା ସହିତ ମୋଦିକେୟାର ଉପହାର ଦେବାର କଳାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସଂଗ୍ରହ ଉନ୍ମୋଚନ କରିଛି। ପାରମ୍ପରିକ ଉପହାରଠାରୁ ଆଗକୁ ବଢ଼ି ଏହି ନୂତନ ଉତ୍ପାଦଗୁଡ଼ିକ ଆତ୍ମ-ଯତ୍ନ, ବିଲାସପୂର୍ଣ୍ଣ ଏବଂ ଷ୍ଟେଟମେଂଟ ଆସେସୋରି ଉପରେ କେନ୍ଦ୍ରୀଭୂତ ରହିଛି। ଏହି ସଂଗ୍ରହରେ ତ୍ୱଚା ଯତ୍ନ, ସୁଗନ୍ଧ, ଅଳଙ୍କାର ଏବଂ ହାତଂଘଟା ରହିଛି।
ଏଥିରେ ରହିଛି ମୋଦିକେୟାରର ମୋଦିୱେ ଦ୍ୱାରା ଫରେଷ୍ଟ ନେକ୍ଟର୍ ଚର୍ମ ଯତ୍ନ ଶ୍ରେଣୀ। ତ୍ୱଚା, କେଶକୁ ପୋଷଣ କରିବା ପାଇଁ ଏହି ସଂଗ୍ରହରେ ତିନୋଟି ଭିନ୍ନ ଶ୍ରେଣୀ ରହିଛି। ଏଥିରେ କଫି ଫୋମିଂ ଫେସ୍ ୱାଶ୍ ଏବଂ କଫି ବଡି ବଟର୍ ରହିଛି ଯାହାର ମୂଲ୍ୟ ୧୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ଔଧ ଫୋମିଂ ଫେସ୍ ୱାସ ଏବଂ ଔଧ ବଡି ବଟର୍ ରହିଛି ଯାହାର ମୂଲ୍ୟ ୧୦୦୦ ଟଙ୍କାରୁ ଆରମ୍ଭ। ଟଂଟେନସ ହାଇଡ୍ରେସନ୍ ହେୟାର କେୟାର ଶ୍ରେଣୀରେ ଶାମ୍ପୁ, କଣ୍ଡିସନର, ସିରମ୍ ଏବଂ ମାସ୍କ ରହିଛି ଯାହାର ମୂଲ୍ୟ ୮୫୦ ଟଙ୍କାରୁ ଆରମ୍ଭ ହୋଇଛି।
ସେହିପରି ମିଷ୍ଟିକ୍ ଟଚ୍ ପାରଫ୍ୟୁମକୁ ଫ୍ରାନ୍ସରେ ପ୍ରସ୍ତୁତ କରାଯାଇଛି। ଏହି ପାରଫ୍ୟୁମ୍ଗୁଡ଼ିକ ୧୦୦ ପ୍ରତିଶତ ନିଷ୍ଠୁରତା-ମୁକ୍ତ, ପେଟା ଦ୍ୱାରା ପ୍ରମାଣିତ ଏବଂ ଆଇଏଫଆରଏ ମାନଦଣ୍ଡ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏହାର ୧୦୦ ଏମଏଲ ବୋତଲର ଦାମ ୨୪୦୦ ଟଙ୍କା ରହିଛି। ମହିଳାଙ୍କ ପାଇଁ: ହ୍ୱିସ୍ପର୍ ଓ ସିଲ୍କ ମ୍ୟୁଜ୍ ଏବଂ ପୁରୁଷଙ୍କ ପାଇଁ ଡିପ୍ ନୋୟାର୍ ଓ ଔଧ ରହିଛି।
ଅନ୍ୟତମ ସଂଗ୍ରହ ହେଉଛି ଅମୋଲୀ ତାରିଣୀ ସଂଗ୍ରହ ଯାହା ହେଉଛି ୨୨କ୍ୟାରେଟ୍ ସୁନା-ପ୍ଲେଟେଡ୍ ଅଳଙ୍କାର। ଏହି ହାତତିଆରି ଅଳଙ୍କାରରେ ଜିର୍କୋନିଆ କ୍ରିଷ୍ଟାଲ ଏବଂ ରତ୍ନ ପଥର ବ୍ୟବହାର କରାଯାଇଛି। ଏହାର ନେକଲେସ ଓ ଇୟରିଂ ସେଟ୍ ଆନଭିର ଦାମ ୩୭୯୯ ଟଙ୍କା, ଅଦ୍ଭିକା ଦାମ ୩୯୧୯ ଟଙ୍କା, ପେଣ୍ଡାଂଟ ସେଟ ଆସନାର ଦାମ ୧୬୦୯ ଟଙ୍କା ଏବଂ ପେଣ୍ଡାଂଟ ଓ ଇୟର ରିଂଗ ସେଟ ସ୍ୱାରା ଦାମ ୪୮୯୯ ଟଙ୍କା ରହିଛି।
ମୋଦିକେୟାରର ଅନ୍ୟତମ ଉତ୍ପାଦ ହେଉଛି ଏସ୍‌ଏମ୍ ଘଂଟା। ପୁରୁଷଙ୍କ ଏହି ଘଂଟାର ବିଶେଷତ୍ୱ ହେଉଛି ଦୁଇଟି ସମୟ ଜୋନ। ଏହାର ଷ୍ଟ୍ରାପ୍ ପ୍ରିମିୟମ୍ କଳା ସିଲିକନ୍‌, ଚଳନ ଜାପାନୀ କ୍ୱାର୍ଟଜ୍ ଏବଂ ମୂଲ୍ୟ ୪୪୯୯ ଟଙ୍କା ରହିଛି।
ସାରା ଦେଶରେ ଥିବା ମୋଦିକେୟାରର କନସଲଟାଂଟମାନଙ୍କ ପାଖରେ ଏହି ସାମଗ୍ରୀଗୁଡ଼ିକ ଉପଲବ୍ଧ ରହିଛି।

Share

Leave a Reply

Your email address will not be published. Required fields are marked *

two × 5 =