Business

ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଉଭୟ ପାଉଡର ଓ ତାରର ୱେଲଡିଂ କଂଜ୍ୟୁମେବଲ ଶିଳ୍ପର ଦ୍ରୁତ ଅଭିବୃଦ୍ଧିଶୀଳ ନିର୍ମାତା ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ ୨୭,୯୦୦,୦୦୦ ନୂଆ ଇକ୍ୱିଟି ସେୟାର ରହିଛି। ସେଥିରୁ ୨୨,୫୦୦,୦୦୦ ଇକ୍ୱିଟି ସେୟାରକୁ ନୂତନ ଭାବେ ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୫,୪୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଅଫର ଫର ସେଲରେ ଅରବିନ୍ଦ ଛୋଟାଲାଲ ମୋର୍ଜାରିଆ ୨,୧୭୦,୮୦୦ ଇକ୍ୱିଟି ସେୟାର, ଦିଲ୍ଲୀପ ଛୋଟାଲାଲ ମୋର୍ଜାରିଆ ୧,୭୪୦,୦୩୦ ଇକ୍ୱିଟି ସେୟାର, ସୁଭାଷ ଛୋଟାଲାଲ ମୋର୍ଜାରିଆ ୧,୦୭୮,୭୭୦ ଇକ୍ୱିଟି ସେୟାର, ଲଲିତ ନବିନଚନ୍ଦ୍ର ମୋର୍ଜାରିଆ ୩୪୧,୮୯୫ ଇକ୍ୱିଟି ସେୟାର ଓ ନିର୍ମଳା ନବୀନଚନ୍ଦ୍ର ମୋର୍ଜାରିଆ ୬୮,୫୦୫ ଇକ୍ୱିଟି ସେୟାର ବିକ୍ରି କରିବେ।
ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ୩୦ କୋଟି ଟଙ୍କାର ପ୍ରାକ-ଆଇପିଓ ପ୍ଲେସମେଂଟ ପାଇଁ କମ୍ପାନି ପ୍ରସ୍ତାବ ଦେଇଛି। ତାହା ସଫଳ ହେଲେ ସେହି ଅନୁସାରେ ମୂଳ ଇସ୍ୟୁର ପରିମାଣ କମିଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ତାହାକୁ ମହାରାଷ୍ଟ୍ରର ରାୟଗଡ଼ରେ ଏକ ନୂଆ ତାର ଉତ୍ପାଦନ କାରଖାନା ସ୍ଥାପନ କରିବା ଲାଗି ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବା, ମହାରାଷ୍ଟ୍ରର ପାଲଘରରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ଅନ୍ୟାନ୍ୟ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଓ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି।
ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ହେଉଛି କିଛି ହାତଗଣତି କମ୍ପାନି ମଧ୍ୟରୁ ଅନ୍ୟତମ ଯାହା ଉଭୟ ପାଉଡର ଓ ତାର ବର୍ଗରେ ପରିଚାଳିତ ହେଉଛି। କମ୍ପାନିର ଉତ୍ପାଦ ବର୍ଗମାଳାରେ ଫେରୋ ଆଲୟଜ, ଧାତବ, ରସାୟନ ଓ ଖଣିଜ ପାଉଡର, ନିମ୍ନ ଓ ଅଣ ଆଲୟ, ଷ୍ଟେନଲେସ ଷ୍ଟିଲ, ନିକେଲ ଆଧାରିତ ତାର ରହିଛି। ୨୦୨୪-୨୫ ଆର୍ôଥକ ବର୍ଷରେ କମ୍ପାନି ଧାତବ ଓ ଫେରୋ ଆଲୟଜ ପାଉଡରର ୮ ପ୍ରତିଶତ ଆବଶ୍ୟକତା ପୂରଣ କରିଥିଲା।
ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ୧୯୭୯ରେ ବ୍ୟବସାୟ ଆରମ୍ଭ କରିଥିଲା। ପ୍ରାରମ୍ଭିକ ସମୟରେ ଏହା ଧାତବ ଓ ଫେରୋ ଆଲୟଜ ଓ ଫାଉଣ୍ଡ୍ରି ଉପକରଣ ନିର୍ମାଣର ଡିଲର ଥିଲା। କିଛି ବର୍ଷ ପରେ ଏହା ନିଜର ଉତ୍ପାଦ ପୋର୍ଟଫୋଲିଓର ସମ୍ପ୍ରସାରଣ କରିଥିଲା।
ଏହି ଇସ୍ୟୁର ଏକମାତ୍ର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ୟୁନିଷ୍ଟୋନ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

13 + 11 =