Business

ଓଡ଼ିଶାର କୃଷକ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ରୁଫଟପ ସୋଲାର ସ୍ଥାପନ କରି ଖର୍ଚ୍ଚ ବଞ୍ଚାଇବା ଏବଂ ସବୁଜ ଶକ୍ତି ବ୍ୟବହାରର ପଥ ପ୍ରଦର୍ଶକ ପାଲଟିଛନ୍ତି

  • ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ବ୍ୟାଙ୍କ ଅଫ ବରୋଦା ଓଡ଼ିଶା ସହିତ ସାରା ଦେଶର ହଜାର ହଜାର ପରିବାରର ଜୀବନକୁ ରୂପାନ୍ତରିତ କରୁଛି
  • ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ଏବେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଏକ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ପ୍ରକ୍ରିୟା ଆରମ୍ଭ କରିଛି

ଭୁବନେଶ୍ୱର: ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ ସୂର୍ଯ୍ୟ ଘର ଯୋଜନା ସ୍ୱଚ୍ଛ ସୌର ଶକ୍ତିକୁ ସହଜ ଏବଂ ସୁଲଭ କରି ସାରା ଦେଶର ଲୋକମାନଙ୍କ ଜୀବନକୁ ରୂପାନ୍ତରିତ କରୁଛି। ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି ଓଡ଼ିଶାର ନୁଆପଡ଼ା ଜିଲ୍ଲାର ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଶ୍ରୀ ରାକେଶ କୁମାର ସାହୁଙ୍କ ଯାତ୍ରା। ବ୍ୟାଙ୍କ ଅଫ ବରୋଦାରୁ ଆବାସିକ ରୁଫଟପ ସୋଲାର ସିଷ୍ଟମ ପାଇଁ ଋଣ ନେଇ ନିଜ ଘର ଛାତ ଉପରେ ସୌର ଶକ୍ତି ସିଷ୍ଟମ ସ୍ଥାପନ କରିବା ପରେ ତାଙ୍କ ନିଜର ଓ ପରିବାରର ଜୀବନ ବଦଳିଯାଇଛି।
ସୌର ଶକ୍ତି ସିଷ୍ଟମ ସ୍ଥାପନ ପୂର୍ବରୁ, ଶ୍ରୀ ସାହୁଙ୍କ ଘରେ ପ୍ରତିମାସ ବିଜୁଳି ବିଲ୍ ୧,୫୦୦ ଠାରୁ ୧,୮୦୦ ଟଙ୍କା ମଧ୍ୟରେ ରହୁଥିଲା ଯାହା ତାଙ୍କ ଆୟ ଅନୁସାରେ ଏକ ବଡ଼ ଖର୍ଚ୍ଚ ଥିଲା। ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ଛାତ ଉପରେ ସୌର ଶକ୍ତି ସିଷ୍ଟମ ସ୍ଥାପନ କରିବା ପରେ ତାଙ୍କ ମାସିକ ବିଲ୍ ବର୍ତ୍ତମାନ ଉଲ୍ଳେଖନୀୟ ଭାବେ ହ୍ରାସ ପାଇ ୨୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି।
ନିଜ ଅନୁଭୂତି ପ୍ରକାଶ କରି ଶ୍ରୀ ସାହୁ କହିଛନ୍ତି ଯେ, “ଏହି ଯୋଜନା ତାଙ୍କ ପରିବାରର ଜୀବନକୁ ବଦଳାଇ ଦେଇଛି। ସେମାନଙ୍କୁ ମାନସିକ ଶାନ୍ତି ଏବଂ ପ୍ରାୟ ମାଗଣା ବିଜୁଳି ପ୍ରଦାନ କରିଛି। ଉଚ୍ଚ ବିଜୁଳି ବିଲ୍ ଏକ ବଡ଼ ଚିନ୍ତାର କାରଣ ଥିଲା। ପ୍ରତିମାସରେ ମୋର କଷ୍ଟ ଉପାର୍ଜିତ ଆୟର ଏକ ବଡ଼ ଅଂଶ ଘରେ ଲାଇଟ, ଫ୍ୟାନ, ରେଫ୍ରିଜରେଟର ଭଳି ମୌଳିକ ଉପକରଣଗୁଡିକ ଚଳାଇବା ପାଇଁ ଖର୍ଚ୍ଚ ହେଉଥିଲା। ବିଶେଷକରି ମୋ ପିଲାମାନଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବାରେ ଅସୁବିଧା ହେଉଥିଲା। କିନ୍ତୁ ପିଏମ ସୂର୍ଯ୍ୟ ଘର ଯୋଜନା ଯୋଗୁଁ ଆମ ଜୀବନ ସଂପୂର୍ଣ୍ଣ ଭାବରେ ବଦଳିଯାଇଛି। ରୁଫଟପ ସୋଲାର ସିଷ୍ଟମ ସ୍ଥାପନ କରିବା ପରେ ଆମର ବିଜୁଳି ବିଲ୍ ବିଶେଷ ଭାବରେ ହ୍ରାସ ପାଇ ୨୦୦ ଟଙ୍କା କିମ୍ବା ତା’ଠାରୁ କମ ହୋଇଛି। ବର୍ତମାନ ଆମେ ପ୍ରାୟ ମାଗଣା ବିଜୁଳି ଉପଭୋଗ କରୁଛୁ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାନସିକ ଶାନ୍ତି ପାଇଛୁ।”
“ଭାରତ ସରକାର ଏବଂ ବ୍ୟାଙ୍କ ଅଫ ବରୋଦାର ସମର୍ଥନରେ ମୁଁ ମୋର ବିଜୁଳି ବିଲ୍ ହ୍ରାସ କରିଥିବା ସହ ସଂଚୟ ଟଙ୍କା ବ୍ୟବହାର କରି ମୋର ଦୋକାନ ବଢ଼ାଇବାକୁ ମଧ୍ୟ ଯୋଜନା କରୁଛି। ଏହି ସଶକ୍ତୀକରଣ ଉଦ୍ୟମ ପାଇଁ ମୁଁ ପ୍ରକୃତରେ କୃତଜ୍ଞ ବୋଲି ଶ୍ରୀ ସାହୁ କହିଛନ୍ତି।
ପିଏମ ସୂର୍ଯ୍ୟ ଘର ଯୋଜନା ସାରା ଭାରତର ଲକ୍ଷ ଲକ୍ଷ ପରିବାରକୁ ଆଲୋକ ଏବଂ ସମୃଦ୍ଧି ଆଣିଦେଉଛି। ୧ କୋଟି ଘରେ ପହଂଚିବାର ଲକ୍ଷ୍ୟ ନେଇ ଏହି ଯୋଜନା ବିଦ୍ୟୁତ ଶକ୍ତିରେ ଆତ୍ମନିର୍ଭର ହେବା, ସବୁଜ ଅଭିବୃଦ୍ଧି, ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଆଡ଼କୁ ଏକ ପଦକ୍ଷେପ। ଏହି ଯୋଜନା ଅଧୀନରେ ହିତାଧୀକାରୀମାନେ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁଦାନ ପାଇବାର ବ୍ୟବସ୍ଥା ରହିଛି।
ପିଏମ ସୂର୍ଯ୍ୟ ଘର ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଅଫ ବରୋଦା ପ୍ରଶଂସନୀୟ ପ୍ରୟାସ କରୁଛି ଯାହା ଦ୍ୱାରା ସାରା ଭାରତର ସର୍ବାଧିକ ନାଗରିକ ଏହି ପରିବର୍ତ୍ତନଶୀଳ ଯୋଜନାର ଲାଭ ପାଇପାରିବେ ଏବଂ ଦେଶର ଏକ ସବୁଜ, ଅଧିକ ସ୍ଥାୟୀ ଭବିଷ୍ୟତ ଲକ୍ଷ୍ୟରେ ଅବଦାନ ଦେଇପାରିବେ।
ଗ୍ରାହକଙ୍କ ସୁବିଧା ବଢ଼ାଇବା ପାଇଁ ବ୍ୟାଙ୍କ ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କେବଳ ୬% ବାର୍ଷିକ ଆକର୍ଷଣୀୟ ସୁଧ ହାରରେ ଏକ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଡିଜିଟାଲ ଏବଂ କାଗଜବିହୀନ ପ୍ରକ୍ରିୟା ଗ୍ରାହକଙ୍କୁ ଶାଖା ପରିଦର୍ଶନ ନ କରି ମଧ୍ୟ ଆବେଦନ କରିପାରିବା, ଅନୁମୋଦନ ପାଇବା ଏବଂ ଋଣ ଖାତା ଖୋଲିବାର ସୁଯୋଗ ଦେଉଛି।
ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଅଫ ବରୋଦା ସାରା ଭାରତରେ ପ୍ରାୟ ୫୫,୦୦୦ ପରିବାରକୁ ରୁଫଟପ ସୋଲାର ସିଷ୍ଟମ ସ୍ଥାପନ କରିବା ପାଇଁ ଆର୍ôଥକ ସହାୟତା ପ୍ରଦାନ କରୁଛି। ସମୟୋପଯୋଗୀ ଆର୍ôଥକ ସମର୍ଥନରେ ସ୍ୱଚ୍ଛଶକ୍ତି ସମାଧାନଗୁଡିକ କିପରି ପରିବାରଗୁଡିକୁ ସଶକ୍ତ କରିପାରେ, ଖର୍ଚ୍ଚ କମାଇପାରେ ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଅବଦାନ ଦେଇପାରେ, ଶ୍ରୀ ସାହୁଙ୍କ କାହାଣୀ ଏହା ପ୍ରମାଣ କରୁଛି ।
ବ୍ୟାଙ୍କ ଅଫ ବରୋଦାର ପିଏମ ସୂର୍ଯ୍ୟ ଘର ଯୋଜନା ବିଷୟରେ ଜାଣିବା ଓ ଋଣ ପାଇଁ ଆବେଦନ କରିବା ଲାଗି ପରିଦର୍ଶନ କରନ୍ତୁ: – https://bankofbaroda.bank.in/personal-banking/loans/other-loans/pm-suryaghar-yojana-standalone

Share

Leave a Reply

Your email address will not be published. Required fields are marked *

3 + fourteen =