Uncategorized

ଟାଟା ଷ୍ଟିଲ୍‌ର ଯୋଡ଼ା ୱେଷ୍ଟ୍ ମାଇନ୍ ଓ ଗୋପାଳପୁର ପ୍ଲାଣ୍ଟକୁ ସିଆଇଆଇ ଏସ୍‌ଏଚ୍‌ଇ ଏକ୍ସଲେନ୍ସ ପୁରସ୍କାର

ଭୁବନେଶ୍ୱର, ୧୨/୦୯/୨୦୨୫: କେନ୍ଦୁଝର ଜିଲ୍ଲାରେ ଥିବା ଟାଟା ଷ୍ଟିଲ୍ ଯୋଡ଼ା ୱେଷ୍ଟ୍ ଲୁହାପଥର ଓ ମାଙ୍ଗାନିଜ ଖଣି ଏବଂ ଗଞ୍ଜାମର ଗୋପାଳପୁରରେ ଥିବା ଫେରୋ ଆଲୟଜ ପ୍ଲାଂଟ୍ (ଏଫ୍‌ଏପି)କୁ ସମ୍ମାନଜନକ ସିଆଇଆଇ ଏସ୍‌ଏଚ୍‌ଇ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। କୋଲକାତାଠାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ୧୯ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନରେ ଏହି ଆୱାର୍ଡ ମିଳିଛି। ଏହି ଦୁଇଦିନିଆ ସମ୍ମିଳନୀରେ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶଜନିତ (ଏଚ୍‌ଏସ୍‌ଇ) ଉତ୍କୃଷ୍ଟତାକୁ ଆଗକୁ ବଢାଇବାକୁ ପ୍ରତିବଦ୍ଧ ଥିବା ଶିଳ୍ପସଂସ୍ଥାର ଲିର୍ଡମାନେ ଅଂଶଗ୍ରହଣ କରିଥିଲେ।

ଟାଟା ଷ୍ଟିଲ୍‌ର ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ ପରିଚାଳିତ ଯୋଡ଼ା ୱେଷ୍ଟ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମକ୍ଷେତ୍ର ସୃଷ୍ଟି କରିବା ଦିଗରେ ନିରନ୍ତର ଉଦ୍ୟମ ପାଇଁ ରାଜ୍ୟ ସ୍ତରୀୟ ଓ ଆଂଚଳିକସ୍ତରୀୟ ବିଜେତା ପୁରସ୍କାର ପ୍ରଦାନ କରାଯାଇଛି। କମ୍ପାନିର ଏଫ୍‌ଏଏମ୍‌ଡି ଡିଭିଜନର ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ ମୁଖ୍ୟ ରାଜେଶ କୁମାର ରଞ୍ଜନ ଓ ଏରିଆ ମ୍ୟାନେଜର (ସୁରକ୍ଷା) ପୁଲୁରୀ ଶଶାଙ୍କ କମ୍ପାନି ତରଫରୁ ପୁରସ୍କାର ଗ୍ରହଣ କରିଥିଲେ।

ସେହିପରି, ଏଫ୍‌ଏପି ଗୋପାଳପୁରକୁ ସୁରକ୍ଷା ନବସୃଜନ ଓ କର୍ମଚାରୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତା ପାଇଁ ବୃହତ୍ କ୍ଷେତ୍ର ନିର୍ମାଣ (୨୫୦୦ ପର୍ଯ୍ୟନ୍ତ କର୍ମଚାରୀ) ବର୍ଗରେ ରାଜ୍ୟ ସ୍ତରୀୟ ବିଜେତା ପୁରସ୍କାର ଓ ଆଞ୍ଚଳିକ ସ୍ତରୀୟ ପ୍ରଥମ ରନର୍ ଅପ୍ (ଉପ ବିଜେତା) ପୁରସ୍କାର ପ୍ରଦାନ କରାଯାଇଥିଲା। ଏଫ୍‌ଏଏମ୍‌ଡିର ସୁରକ୍ଷା ମୁଖ୍ୟ ଅଟ୍‌ଲା ରାମବାବୁ ଓ ଏଫ୍‌ଏପି ଗୋପାଳପୁରର ସୁରକ୍ଷା ପ୍ରବନ୍ଧକ ବଳରାମ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ।

ଚଳିତ ବର୍ଷ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିୟମ୍‌ର ବିଷୟବସ୍ତୁ ଥିଲା “ଇନୋଭେଟ୍ ଏସ୍‌ଏଚ୍‌ଇ-ଏଲିଭେଟ୍ ୱେଲ୍‌ନେସ୍‌’- କର୍ମଚାରୀ କଲ୍ୟାଣ ଓ ଅଭିନବ ସୁରକ୍ଷା ପ୍ରଥାକୁ କମ୍ପାନୀର ସ୍ଥାୟୀ ସଂଚାଳନର ଆଧାର ମାନିବା।

ଏହି ସମ୍ମାନ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱକାରୀ ଭୂମିକା, ସ୍ଥାୟୀ ଅଭିବୃଦ୍ଧି ଓ ଦୟିତ୍ୱବାନ ଖଣି କାର୍ଯ୍ୟ ପ୍ରତି ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ ଦୋହରାଉଛି।

Share

Leave a Reply

Your email address will not be published. Required fields are marked *

15 + 6 =