ଟାଟା ଟି ପ୍ରିମିୟମର ‘ଦେଶ କା ଗର୍ବ’ ଅଭିଯାନରେ ଓଡ଼ିଶାର ପଟ୍ଟଚିତ୍ରରୁ ଅନୁପ୍ରାଣିତ କେଟିଲ
ଭୁବନେଶ୍ୱର/କଟକ: ଟାଟା କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡର ପ୍ରମୁଖ ଚା’ ବ୍ରାଣ୍ଡ୍ ଟାଟା ଟି ପ୍ରିମିୟମ ପକ୍ଷରୁ ‘ଦେଶ କା ଗର୍ବ’ ଅଭିଯାନର ୨୦୨୫ ସଂସ୍କରଣ ଘୋଷଣା କରାଯାଇଛି। ପାରମ୍ପରିକ କଳାକୃତି ସହ ଦୈନନ୍ଦୀନ ଚା’ ପରମ୍ପରାକୁ ଯୋଡ଼ି କିଛି ବର୍ଷ ଧରି ଟାଟା ଟି’ ପ୍ରିମିୟମ ସ୍ୱାଧୀନତା ଦିବସକୁ ପାଳନ କରୁଛି। ଚଳିତ ବର୍ଷ ଭାରତର କିଛି ପ୍ରସିଦ୍ଧ କଳାକୃତିରୁ ଅନୁପ୍ରାଣିତ ହୋଇ ହାତରେ ଚିତ୍ରାଙ୍କନ କରାଯାଇଥିବା କେଟିଲକୁ ଏହି ଅଭିଯାନରେ ଉପସ୍ଥାପନ କରାଯାଇଛି।
ଦୈନନ୍ଦୀନ ଚା’ ପରମ୍ପରା ସହ ଜଡ଼ିତ ଜିନିଷ ଯଥା କୁଲଡ ହେଉ କିମ୍ବା ଚଳିତ ବର୍ଷର କେଟିଲ ଜରିଆରେ ବ୍ରାଣ୍ଡ ପକ୍ଷରୁ ଭାରତର ସମୃଦ୍ଧ ଲୋକକଳା ଓ ଆଂଚଳିକ କଳାକୁ ଉପସ୍ଥାପନ କରାଯାଉଛି। ପ୍ରତି ସଂସ୍କରଣର ଉତ୍ପାଦ ସୌନ୍ଦର୍ଯ୍ୟଠାରୁ ଆଗକୁ ବଢ଼ି ସଂରକ୍ଷଣ, ପ୍ରସାର ଓ ଭାରତର କଳାକୃତି ପରମ୍ପରାକୁ ଉଭୟ ଆଧୁନିକ ଓ ଅର୍ଥପୂର୍ଣ୍ଣ ଢଙ୍ଗରେ ଆଗକୁ ବଢ଼ାଉଛି। ଚଳିତ ବର୍ଷଭାରତୀୟ ଲୋକକଳାର ସଂରକ୍ଷଣ କରୁଥିବା ସଂସ୍ଥା କୌଶଳମ ସହଯୋଗରେ ‘ଦେଶ କା ଗର୍ବ’ ଅଭିଯାନରେ ପାରମ୍ପରିକ କଳାକୃତିରୁ ଅନୁପ୍ରାଣିତ ହାତରେ ଚିତ୍ରାଙ୍କନ କରାଯାଇଥିବା କେଟିଲ ଉପସ୍ଥାପନ କରାଯାଇଛି।
ଓଡ଼ିଶାର ପଟ୍ଟଚିତ୍ରରୁ ଅନୁପ୍ରାଣିତ ହୋଇ କେଟିଲକୁ ପ୍ରସ୍ତୁତ କରାଯାଇଛି। ସେଥିରେ କୋଣାର୍କ ମନ୍ଦିରର ଚକ, ନୃତ୍ୟ କରୁଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ, ପୁରୀର ବୋଟ ଓ ବେଳାଭୂମି ଆଦିକୁ ସ୍ଥାନିତ କରଯାଇଛି। ପାରମ୍ପରିକ ଧଡ଼ି ମୋଟିଫ ଏବଂ ଆକର୍ଷଣୀୟ ରଙ୍ଗ ତାହାକୁ ଅସଲି ଓ ଚମକୃତ କରିପାରିଛି। ଚଳିତ ବର୍ଷର ଅଭିଯାନକୁ ସମସାମୟିକ ଭାବ ପ୍ରଦାନ କରିବା ଲାଗି ଏଆଇ ସହଯୋଗରେ ଏକ ସିନେମା ପ୍ରସ୍ତୁତ କରାଯାଇଛି ଯାହା ଆଜିର ଯୁବପିଢ଼ିଙ୍କୁ ଭାରତୀୟ କଳାର ନିକଟତର କରିବ। ଏହି ବାଣ୍ଡ ସିନେମା ପାଇଁ ସେଲିବ୍ରିଟି ଗାୟକ ପୀୟୂଷ ମିଶ୍ର ନିଜ ସ୍ୱର ଦେଇଛନ୍ତି।
ଏ ସମ୍ପର୍କରେ ଟାଟା କଂଜ୍ୟୁମର ପ୍ରଡକ୍ଟର ସଭାପତି (ପ୍ୟାକେଜଡ ବେଜେରେଜେସ-ଭାରତ ଓ ଦକ୍ଷିଣ ଏସିଆ) ପୁନୀତ ଦାସ କହିଛନ୍ତି ଯେ, “ଭାରତର ସମୃଦ୍ଧ ବିବିଧତାରେ ଏହାର ଦୃଢ଼ତା ଅନ୍ତର୍ନିହିତ ଥିବା ଉପରେ ଆମର ରହିଥିବା ବିଶ୍ୱାସ ହେଉଛି ଟାଟା ଟି ପ୍ରିମିୟମରେ ଆମ ହାଇପରଲୋକାଲ ରଣନୀତିର ମୂଳ କେନ୍ଦ୍ର। ‘ଦେଶ କା ଗର୍ବ, ପ୍ରଦେଶ କି କଳା’ ଜରିଆରେ ଆମେ କେବଳ କଳାର ଉତ୍ସବ ପାଳନ କରୁନାହୁଁ, ବରଂ ଭାରତର ସମୃଦ୍ଧ କଳାକୃତିକୁ ସଂରକ୍ଷଣ କରି ପ୍ରତିଟି ଚା’ କେଟିଲକୁ ଏକ ଗର୍ବିତ କାହାଣୀରେ ପରିଣତ କରିଛୁ ଯାହାକୁ ଗ୍ରାହକମାନେ ହାସଲ କରିପାରିବେ। ବର୍ଷ ବର୍ଷ ଧରି ଏହି ଅଭିଯାନ ଭାରତୀୟ ସମୃଦ୍ଧ ସଂସ୍କୃତିକୁ ପାଳନ କରିବାର ଆମ ମାଧ୍ୟମ ହୋଇଥିବା ବେଳେ କେବଳ ଏହି ସ୍ୱାଧୀନତା ଦିବସ ନୁହେଁ, ପ୍ରତିଦିନ କଳା ଓ ପ୍ରଯୁକ୍ତିର ଶକ୍ତି ଉପଯୋଗ କରି ଭଲ ଦିଶୁଥିବା ଚମତ୍କାର କାହାଣୀ ଜରିଆରେ ସମୟ, ସ୍ଥାନ ଓ ପିଢ଼ିକୁ ଆମେ ଉଲ୍ଲସିତ କରୁଛୁ। ଚଳିତ ବର୍ଷର ଅଭିଯାନରେ ଏଆଇ ଉପଯୋଗ କରି ଭାରତୀୟ କଳାକୃତିକୁ ସ୍ୱାଧୀନତା ଦିବସ ପାଳନ ଉପଯୋଗୀ ଜୀବନ୍ତ କରାଯାଇଛି।”
ଟ୍ରି ଡିଜାଇନର ଡିଜାଇନ ମୁଖ୍ୟ ଅର୍ଣ୍ଣବ ଚାଟାର୍ଜୀ କହିଛନ୍ତି ଯେ, “ଆମ ଦେଶରେ ଅନେକ କଳାକାର ଅଛନ୍ତି ଯେଉଁମାନେ ହାତରେ ଚିତ୍ର ଅଙ୍କନ ମାଧ୍ୟମରେ ପୁରାତନ କାହାଣି କହିବାର ପରମ୍ପରାକୁ ଜୀବିତ ରଖିଛନ୍ତି। ଆମେ ଭାରତର ବିବିଧ କଳାକୁ ପ୍ରଦର୍ଶିତ କରିବା ପାଇଁ ଏହାକୁ ବ୍ୟବହାର କରିଛୁ ଏବଂ ଚା’ ପାନର ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ଚା କେଟିଲ୍ ଉପରେ ଏହାକୁ ଜୀବନ୍ତ କରିଛୁ।”
କ୍ରିଏଟିଭଲ୍ୟାଣ୍ଡ ଏସିଆର ଗ୍ରୁପ୍ ଚିଫ୍ କ୍ରିଏଟିଭ୍ ଅଫିସର୍ ଆଜାଜୁଲ୍ ହକ୍ କହିଛନ୍ତି ଯେ, “ଏହି ଫିଲ୍ମ ଏକ ଅନନ୍ୟ ପ୍ରକାରର ବ୍ରାଣ୍ଡେଡ୍ ବିଷୟବସ୍ତୁ ଯାହା କେବଳ ଏଆଇ ଏବଂ ଭିଏଫଏକ୍ସ ବ୍ୟବହାର କରି ହାଇପରଲୋକାଲ୍ ବିଷୟବସ୍ତୁ ସୃଷ୍ଟି କରିଛି ଏବଂ ଭାରତର ସଂସ୍କୃତି ଏବଂ କଳାକୁ ଗର୍ବର ସହିତ ପ୍ରଦର୍ଶିତ କରିଛି। କଥକ, ଓଡିଶୀ ଭଳି ପ୍ରତୀକାତ୍ମକ ଆଂଚଳିକ ନୃତ୍ୟ ଶୈଳୀକୁ ଏଆଇ ବ୍ୟବହାର କରି ଏକ ଅଦ୍ଭୁତ ଦୃଶ୍ୟରେ ପ୍ରଦର୍ଶିତ କରିବା ବହୁତ ଆହ୍ୱାନୂପର୍ଣ୍ଣ ଥିଲା। କାରଣ ଏପରି ପ୍ରୟାସ ପୂର୍ବରୁ କେବେ କରାଯାଇନାହିଁ। ଆମେ ଆଶା କରୁଛୁ ଗ୍ରାହକମାନେ ଭାରତ ପ୍ରତି ଆମର ଏହି ସମ୍ମାନକୁ ଉପଭୋଗ କରିବେ।”
କୌଶଳମର ପ୍ରତିଷ୍ଠାତା ମୃଣାଳିକା ଜୈନ୍ ଭରଦ୍ୱାଜ କହିଛନ୍ତି ଯେ, “ଏହି ସହଯୋଗିତା ଲୋକ କଳାକୁ ଏକ ନୂତନ ଭାଷା ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। କୌଶଳମରେ ଆମେ ବିଶ୍ୱାସ କରୁ ଯେ, ପରମ୍ପରା କେବଳ ସଂଗ୍ରହାଳୟରେ ସଂରକ୍ଷିତ ନୁହେଁ ବରଂ ଦୈନନ୍ଦିନ ଜୀବନରେ ଜୀବନ୍ତ ରହିଥାଏ। ଏହି କେଟିଲଗୁଡ଼ିକ କେବଳ ବ୍ୟବହାରିକ ବସ୍ତୁ ନୁହେଁ, ଗୁଡିକ କାହାଣୀ କହିବାର କାନଭାସ୍। ଆମେ ଭାରତର ଅଗ୍ରଣୀ ବ୍ରାଣ୍ଡ ଟାଟା ଟି’ ପ୍ରିମିୟମ୍ ସହିତ ଜଡିତ ହୋଇଥିବାରୁ ଗର୍ବିତ।”
ଚଳିତ ବର୍ଷ ଦେଶ କା ଗର୍ବ ସଂଗ୍ରହ କେବଳ www.IndiakiChai.com ରେ ଉପଲବ୍ଧ ହେବ ଯେଉଁଥିରେ ୧୦୦ ପ୍ରତିଶତ ଆୟ ଭାରତୀୟ ସେନାର କୌଶଳ ବିକାଶ କେନ୍ଦ୍ର ମାଧ୍ୟମରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଏବଂ ସଶକ୍ତିକରଣ ପାଇଁ ପ୍ରଦାନ କରାଯିବ।

