Business

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ବିଲ୍ ସଂଶୋଧନ ଶିବିର ଆୟୋଜିତ, ୪ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ହେଲେ ଉପକୃତ

ବୁର୍ଲା, ୩୦ ଜୁଲାଇ, ୨୦୨୫: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଗତ ୨୩ ରୁ ୨୫ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ସଂଶୋଧନ ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା । ଟିପିଡବ୍ଲୁଓଡିଏଲର ସମସ୍ତ ସେକ୍ସନ, ସବ-ଡିଭିଜନ୍ ଏବଂ ଡିଭିଜନ୍ ଅଫିସମାନଙ୍କରେ ଆୟୋଜିତ ହୋଇଥିବା ଏହି ମେଗା ଶିବିର ସମ୍ପୃକ୍ତ ଉପଖଣ୍ଡ ଅଧିକାରୀ ଏବଂ ସେକ୍ସନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶିବିରଗୁଡ଼ିକ ସକ୍ରିୟ ଭାବରେ ପରିଚାଳିତ ହୋଇଥିଲା । ସମଗ୍ର ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ତୁରନ୍ତ ସମାଧାନ ସୁନିଶ୍ଚିତ କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ରହିଥିଲା ।

ପ୍ରକାଶଥାଉ କି, ଏହି ତିନିଦିନିଆ ଶିବିରରେ ପଶ୍ଚିମ ଓଡ଼ିଶାର ସମସ୍ତ ନଅ ଗୋଟି ଜିଲ୍ଲାରୁ ମୋଟ୍ ୪,୦୦୨ ଜଣ ବିଦ୍ୟୁତ୍ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୧,୨୩୪ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲ୍ ତୁରନ୍ତ ସମାଧାନ କରାଯାଇଥିଲା, ଯାହା ଗ୍ରାହକଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିଥିଲା । ଏଥି ସହିତ ୨,୭୬୮ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଲ୍ ସମ୍ବନ୍ଧୀୟ ପ୍ରଶ୍ନର ତଦନ୍ତ କରିବା ପରେ ସେମାନଙ୍କ ବିଲରେ ଥିବା ତୃଟିକୁ ସମାଧାନ କରାଯାଇଥିଲା । ଯାହା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଶ୍ୱାସ ଓ ସ୍ୱଚ୍ଛତାକୁ ଆହୁରି ସୁଦୃଢ଼ କରିଥିଲା ।

ସେହିପରି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଏହାର ସମ୍ବଲପୁର ପୂର୍ବ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ, ଭୁତାପଡ଼ାଠାରେ ଗତ ଜୁଲାଇ ୨୫ ତାରିଖ ଦିନ ଏକ ଗ୍ରାହକ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯାଇଥିଲା । ଯେଉଁଠାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲ୍ ଏବଂ ଦୀର୍ଘଦିନର ଧରି ପଡ଼ି ରହିଥିବା ବିଦ୍ୟୁତ୍ ସଂଯୋଗ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ନିରାକରଣ କରାଯାଇଥିଲା ।

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପ୍ରଦାନ କରାଯାଇଥିବା ତ୍ୱରିତ ପ୍ରତିକ୍ରିୟା ଏବଂ ପ୍ରଭାବଶାଳୀ ସମାଧାନ ପାଇଁ ବିଦ୍ୟୁତ୍ ଉପଭୋକ୍ତମାନେ କମ୍ପାନୀକୁ ଭୂରୀ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଏପରି ସକ୍ରିୟ ପ୍ରସାର କାର୍ଯ୍ୟକ୍ରମ ଜାରି ରଖି ଗୁଣାତ୍ମକ ବିଦ୍ୟୁତ୍ ସେବା ଏବଂ ଗ୍ରାହକ ସନ୍ତୁଷ୍ଟି ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

five × five =