Uncategorized

ଟାଟା ଷ୍ଟିଲ୍‌ର ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ତ୍ରୈମାସିକରେ ଟିକସ ପରବର୍ତ୍ତୀ ଲାଭ ୧୧୮% ବୃଦ୍ଧି

ଭୁବନେଶ୍ୱର, ୩୧/୦୭/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ଟିକସ ପରବର୍ତ୍ତୀ ଲାଭ (ପିଏଟି) ୧୧୮ ପ୍ରତିଶତ ବୃଦ୍ଧି ପାଇ ୨୦୦୭ କୋଟି ଟଙ୍କା ହୋଇଥିବା ବେଳେ ରାଜସ୍ୱ ପରିମାଣ ୫୩,୧୭୮ କୋଟି ଟଙ୍କା ଏବଂ ଇବିଟ୍‌ଡିଏ ୧୪% ମାର୍ଜିନ୍ ସହ ୭୪୮୦ କୋଟି ଟଙ୍କା ହୋଇଛି।
ଭାରତରେ କମ୍ପାନିର ରାଜସ୍ୱ ଓ ଇବିଟ୍‌ଡିଏ ଯଥାକ୍ରମେ ୩୧,୧୩୭ କୋଟି ଏବଂ ୭୪୮୬ କୋଟି ଟଙ୍କା ହୋଇଛି। ଭାରତ ଟିକସ ପରବର୍ତୀ ଲାଭ ୩୪୫୪ କୋଟି ଟଙ୍କା ଓ ଟନ୍ ପିଛା ଇବିଟ୍‌ଡିଏ ୨୫୧୦ ଟଙ୍କା ବୃଦ୍ଧି ପାଇ ୧୫,୭୬୦ ଟଙ୍କା ହୋଇଛି। ଅଶୋଧିତ ଇସ୍ପାତ ଉତ୍ପାଦନ ୫.୨୪ ନିୟୁତ ଟନ୍ ଓ ଡେଲିଭରି ୪.୭୫ ନିୟୁତ ଟନ୍ ରହିଛି। ଜାମସେଦପୁର ଓ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ରେ ରକ୍ଷଣାବେକ୍ଷଣ ଜନିତ ସଟ୍‌ଡାଉନ୍ ପାଇଁ ତ୍ରୈମାସିକ ଉତ୍ପାଦନ ଓ ଡେଲିଭରି ପ୍ରଭାବିତ ହୋଇଥିଲା ଏବଂ ଆଗାମୀ ତ୍ରୈମାସିକରେ ସେଥିରେ ଉନ୍ନତି ଆଶା କରାଯାଉଛି।
କମ୍ପାନିର ବ୍ରିଟେନ୍ ରାଜସ୍ୱ ୫୩୬ ନିୟୁତ ୟୁରୋ ଓ ନେଦରଲ୍ୟାଣ୍ଡ୍‌ସର ୧୫୧୯ ନିୟୁତ ୟୁରୋ ରହିଛି। କମ୍ପାନି ପକ୍ଷରୁ ଏହି ତ୍ରୈମାସିକରେ ୩୮୨୯ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯାଇଛି। କଳିଙ୍ଗନଗରରରେ ୫ ଏମ୍‌ଟିପିଏ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଠିକ୍ ଭାବେ ଉନ୍ନତି ହୋଇଛି। ସିଆର୍ଏମ୍ କମ୍ପେ୍ଲକ୍ସରେ ସଫଳତାର ସହିତ ଅନ୍ୟତମ ଦୁଇ କଂଟିନିଅସ୍ ଗାଲଭାନାଇଜିଂ ଲାଇନ୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ଲୁଧିଆନା ଇଏଏଫ୍‌ରେ ନିର୍ମାଣ ଜାରି ରହିଛି।
୨୦୨୫ ଜୁଲାଇ ୨୪ରେ କମ୍ପାନି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନଏଲ୍‌)ର ୧୦୦% ଇକ୍ୱିଟି ସେୟାର ଅଧିଗ୍ରହଣ ଶେଷ କରିଛି।
ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ୍ କହିଛନ୍ତି ଯେ, “ଅସ୍ଥିର ବିଶ୍ୱ ପରିସ୍ଥିତି ଏବଂ ବଢ଼ୁଥିବା ଅନିଶ୍ଚିତତା ସତ୍ୱେ ଟାଟା ଷ୍ଟିଲ୍ ବିଭିନ୍ନ ଅଂଚଳରେ ମଜଭୁତ ଲାଭ ପ୍ରଦର୍ଶନ କରିଛି। ଆମର କ୍ୟୁ-୧ ପ୍ରଦର୍ଶନରେ ତ୍ରୈମାସିକ ଓ ବାର୍ଷିକ ଆଧାରରେ ଦୃଢ୍ ସୁଧାର ହୋଇଛି ଯାହା ରିଆଲାଇଜେସନ୍ ବଢ଼ାଇବା ଓ ଯୋଜନା ଅନୁସାରେ ଖର୍ଚ୍ଚ କାଟ ଦ୍ୱାରା ସମ୍ଭବ ହୋଇଛି। ଭାରତରେ ୨୫,୦୦୦ରୁ ଅଧିକ ଡିଲର୍ ଏବଂ ବିତରକଙ୍କ ସହିତ ଆମର ବୃହତ୍ ବିତରଣ ନେଟୱାର୍କ ଏବଂ ଗ୍ରାହକଙ୍କ ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦେଇ ଆମେ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ବିକ୍ରୟ ଏବଂ ଆମେ କାର୍ଯ୍ୟକ୍ଷମ କରିଥିବା ନୂତନ ସୁବିଧାଗୁଡ଼ିକରୁ ମୂଲ୍ୟ ସୃଷ୍ଟି କରିବାରେ ସଫଳ ହୋଇଛୁ।
କଳିଙ୍ଗନଗରରେ ଉତ୍ପାଦନ ବୃଦ୍ଧି ହେଉଛି ଏବଂ କଂଟିନିଉଅସ୍ ଆନିଲିଂ ଲାଇନ୍ ସୁବିଧା ଆରମ୍ଭ ହେବାର ଛଅ ମାସ ମଧ୍ୟରେ ଆମେ ଉଚ୍ଚ ଶକ୍ତି ଏବଂ ଅତ୍ୟଧିକ ଶକ୍ତିଶାଳୀ ଇସ୍ପାତ ପାଇଁ ଗ୍ରେଡ୍ ଅନୁମୋଦନ ହାସଲ କରିବାରେ ସଫଳ ହୋଇଛୁ। ଟାଟା ଷ୍ଟିଲ୍ ବର୍ତମାନ ପରବର୍ତ୍ତୀ ପିଢ଼ିର ହାଲୁକା ସମାଧାନ ଏବଂ ଉନ୍ନତ ଗମନାଗମନ ପ୍ରୟୋଗଗୁଡ଼ିକୁ ସେବା ପ୍ରଦାନରେ ବିଶ୍ୱର ଅଗ୍ରଣୀ ମାନଙ୍କ ସହ ସମକକ୍ଷ ହୋଇଛି। ଆମେ ଆଶିଆନା ଏବଂ ଡିଜିଇସିଏ ଭଳି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଉପସ୍ଥିତି ବିସ୍ତାର କରି ବଢ଼ୁଥିବା ଡିଜିଟାଲ୍ ମାର୍କେଟପ୍ଲେସ୍‌ରୁ ଲାଭ ଉଠାଉଛୁ। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ମୋଟ୍ ମର୍ଚେଣ୍ଡାଇଜ୍ ମୂଲ୍ୟ ବାର୍ଷିକ ଆଧାରରେ ବର୍ତମାନ ୫,୪୦୦ କୋଟି ଟଙ୍କା ଅଟେ, ଯାହା ବାର୍ଷିକ ଭିତ୍ତିରେ ୫୨% ବୃଦ୍ଧି ପାଇଛି। ଆମ ଖଣି କାର୍ଯ୍ୟାବଳୀ ଇସ୍ପାତ ନିର୍ମାଣ ପାଇଁ କଂଚାମାଲ ସୁରକ୍ଷିତ ଏବଂ ବିଶ୍ୱସନୀୟ ଯୋଗାଣ ପ୍ରଦାନ କରୁଛି। ମୁଁ ଖୁସିର ସହ ଜଣାଉଛି ଯେ, ଆମର ନୁଆମୁଣ୍ଡି ଲୁହା ପଥର ଖଣିକୁ ବିଜ୍ଞାନସମ୍ମତ ଏବଂ ସ୍ଥାୟୀ ଖନନ ପାଇଁ ଖଣି ମନ୍ତ୍ରଣାଳୟ୍ ଦ୍ୱାରା ୭-ତାରକା ରେଟିଂ ପ୍ରଦାନ କରାଯାଇଛି, ଯାହା ଭାରତରେ ମାତ୍ର ତିନୋଟି ଏହିଭଳି ଖଣି ମଧ୍ୟରୁ ଅନ୍ୟତମ। ବ୍ରିଟେନ୍‌ରେ ଆମେ ଇଲେକ୍ଟ୍ରିକ୍ ଆର୍କ୍ ଫର୍ନେସ୍ (ଇଏଏଫ୍‌) ପାଇଁ ପୋର୍ଟ ଟାଲବୋଟ୍‌ରେ ଭୂମିପୂଜା କରିଛୁ, ଯାହା ଏକ ସ୍ଥାୟୀ ସବୁଜ ଇସ୍ପାତ କାର୍ଯ୍ୟାବଳୀ ହେବାର ଆମର ଯାତ୍ରାରେ ଆଉ ଏକ ମାଇଲଖୁଂଟ। ନେଦରଲ୍ୟାଣ୍ଡରେ ଆମର ତରଳ ଇସ୍ପାତ ଉତ୍ପାଦନ ୧.୭ ନିୟୁତ ଟନ୍ ଥିଲା ଏବଂ ରେଟେଡ୍ କ୍ଷମତା ପାଖାପାଖି ରହିଥିବା ଏବଂ ପ୍ରଦର୍ଶନକୁ ଡାଉନଷ୍ଟ୍ରିମ୍ ବ୍ୟବସାୟରେ ଅନୁକୂଳ ବିକ୍ରୟ ମିଶ୍ରଣ ଏବଂ ଉଚ୍ଚ ରିଆଲାଇଜେସନର ସମର୍ଥନ ମିଳିଥିଲା।’’
ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ମୁଖ୍ୟ ଆର୍ôଥକ ଅଧିକାରୀ ଶ୍ରୀ କୌଶିକ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ଏକ ଆହ୍ୱାନପୂର୍ଣ୍ଣ ଚାହିଦା ଏବଂ ବାଣିଜ୍ୟ ଓ ଟ୍ୟାରିଫ୍ ଉପରେ ଅନିଶ୍ଚିତତା ସତ୍ୱେ ଏକ ସ୍ଥିର ପ୍ରଦର୍ଶନ କରିଛି ଏବଂ କ୍ରମାନ୍ୱୟରେ ମାର୍ଜିନ୍ ପ୍ରାୟ ୨୦୦ ପଏଂଟ୍ ପ୍ରତିଶତ ବୃଦ୍ଧି କରିଛି। ଏହି ତ୍ରୟମାସିକ ପାଇଁ ଏକୀକୃତ ଆୟ ଥିଲା ୫୩,୧୭୮ କୋଟି ଟଙ୍କା ଏବଂ ଏବିଟ୍‌ଡା ଥିଲା ୭,୪୮୦ କୋଟି ଟଙ୍କା, ଯାହା ପ୍ରାୟ ୧୪% ମାର୍ଜିନ୍ ଏବଂ ପ୍ରତି ଟନ୍ ପିଛା ୧୦,୫୦୩ ଟଙ୍କା ଅଟେ। ଉଚ୍ଚ ଷ୍ଟିଲ୍ ରିଆଲାଇଜେସନ୍ ବିଭିନ୍ନ ଅଂଚଳରେ ପରିମାଣ ହ୍ରାସକୁ ରୋକିଛି। ଆମର ଖର୍ଚ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଯାହା ଅପରେଟିଂ କେପିଆଇ, ଯୋଗାଣ ଶୃଙ୍ଖଳ ଏବଂ ପ୍ରୋକ୍ୟୁରମେଂଟ୍ ସହିତ ଏହି ତ୍ରୟମାସିକରେ ପ୍ରାୟ ୨,୯୦୦ କୋଟି ଟଙ୍କାର ଡେଲିଭରି ପ୍ରଦାନ କରିଛି। ଆମେ ଖର୍ଚ୍ଚରେ ଉନ୍ନତି, ପରିଚାଳନାରେ ସୁଧାର ଏବଂ କାର୍ଯ୍ୟକାରୀ ପୁଂଜି ପରିଚାଳନା ଉପରେ ଧ୍ୟାନ ଦେଇ ନଗଦ ପ୍ରବାହ ଅଧିକ କରିବାକୁ ଲକ୍ଷ୍ୟ ରଖିଛୁ। ଭାରତରେ ଆମର ଆୟ ଥିଲା ୩୧,୧୩୭ କୋଟି ଟଙ୍କା ଏବଂ ଏବିଟଡା ଥିଲା ୭,୪୮୬ କୋଟି ଟଙ୍କା। ଭାରତର ଇବିଟ୍‌ଡିଏ ପ୍ରତି ଟନ୍ ପିଛା ଚତୁର୍ଥ ତ୍ରୈମାସିକରେ ୧୩,୨୫୦ ଟଙ୍କାରୁ ପ୍ରଥମ ତ୍ରୈମାସିକରେ ୧୫,୭୬୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାରତରେ ଆମର ଉପସ୍ଥିତି ଆହୁରି ମଜଭୁତ କରିବା ପାଇଁ ଆମର ପ୍ରୟାସ ଜାରି ରଖି ଆମେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ୍‌)ରେ ଅବଶିଷ୍ଟ ଇକ୍ୱିଟି ସେୟାରକୁ ସଫଳତାର ସହିତ ଅଧିଗ୍ରହଣ କରିଛୁ ଏବଂ ଏହା ସହିତ ଏନଆଇଏନଏଲ ଏକ ସମ୍ପୂର୍ଣ୍ଣ ମାଲିକାନାଭୁକ୍ତ ସହାୟକ ସଂସ୍ଥାରେ ପରିଣତ ହୋଇଛି। ପ୍ରଥମ ତ୍ରୈମାସିକରେ ୨୨୪ କୋଟି ଟଙ୍କା ଇବିଟ୍‌ଡିଏ ସୃଷ୍ଟି କରିଛି ଏବଂ ଲମ୍ବା ଉତ୍ପାଦ ବ୍ୟବସାୟରେ ପ୍ରସାର କରିବା ପାଇଁ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଆମର ବିଦେଶୀ କାର୍ଯ୍ୟାବଳୀ ମଧ୍ୟରେ ନେଦରଲ୍ୟାଣ୍ଡର ତ୍ରୈମାସିକ ଆଧାରରେ ପ୍ରତି ଟନ୍ ପିଛା ୩୫ ୟୁରୋକୁ ବୃଦ୍ଧି ପାଇଛି ଯେତେବେଳେ ବ୍ରିଟେନରେ ପ୍ରତି ଟନ୍ ପିଛା ୫୮ ୟୁରୋକୁ ବୃଦ୍ଧି ପାଇଛି। ଆମେ ଏହି ତ୍ରୟମାସିକରେ ପୁଂଜି ବ୍ୟୟ ପାଇଁ ପ୍ରାୟ ୩,୮୨୯ କୋଟି ଟଙ୍କା ଖର୍ଚ କରିଛୁ। ୨୦୨୫ ଜୁନ ୩୦ ପର୍ଯ୍ୟନ୍ତ ନିଟ ଋଣ ୮୪,୮୩୫ କୋଟି ଟଙ୍କା ଥିଲା ଏବଂ ଆମର ଗୋଷ୍ଠୀର ଲିକ୍ୱିଡିଟି ସ୍ଥିତି ୪୩,୫୭୮ କୋଟି ଟଙ୍କା ସହିତ ଦୃଢ ଅଟେ ଯେଉଁଥିରେ ନଗଦ ଏବଂ ନଗଦ ସମାନ ୧୪,୧୧୮ କୋଟି ଟଙ୍କା ରହିଛି। ବ୍ରିଟେନର ପୋର୍ଟ ଟାଲବୋଟରେ ଇଲେକ୍ଟ୍ରିକ୍ ଆର୍କ୍ ଫର୍ନେସ୍ ପାଇଁ ସାଇଟ୍ କାର୍ଯ୍ୟକଳାପ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଭାରତରେ ଆମେ ଲୁଧିଆନାରେ ଇଲେକ୍ଟ୍ରିକ୍ ଆର୍କ୍ ଫର୍ନେସ୍ ନିର୍ମାଣରେ ଅଗ୍ରସର ହେଉଛୁ ଯେଉଁଠାରେ ଉପକରଣ ସ୍ଥାପନ କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଜାମସେଦପୁରରେ ଜି ବ୍ଲାଷ୍ଟ୍ ଫର୍ନେସ୍ ରିଲାଇନିଂ ପରିସମାପ୍ତି ଅବସ୍ଥାରେ ଅଛି ଏବଂ କଳିଙ୍ଗନଗରରେ କ୍ଷମତା ବଢ଼ଇବା ସହିତ ଆସନ୍ତା ତୈମାସିକରେ ପରିଣାମ ଅଧିକ ହେବା ଆଶା କରାଯାଉଛି।’’.

Share

Leave a Reply

Your email address will not be published. Required fields are marked *

nineteen − 3 =