Friday, October 30, 2026
Business

ଓଡ଼ିଶାର ଯୁବ ଇଞ୍ଜିନିୟରଙ୍କ ଦ୍ୱାରା ଓଡ଼ିଶାରେ ଭାରତର ପ୍ରଥମ ରାଜ୍ୟବ୍ୟାପୀ ବିଦ୍ୟୁତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ରର ପରିଚାଳନା

ଭୁବନେଶ୍ୱର: ଦକ୍ଷ ଶକ୍ତି ପ୍ରଫେସନାଲ୍ କ୍ଷେତ୍ର ଭାବେ ଓଡ଼ିଶାର ଅଭ୍ୟୁଦୟର ଏକ ଶକ୍ତିଶାଳୀ ପ୍ରମାଣ ଭାବେ ଅଧିକାଂଶ ମହିଳାଙ୍କ ସମେତ ୫୦ରୁ ଅଧିକ ଇଞ୍ଜିନିୟର ଭାରତର ପ୍ରଥମ ରାଜ୍ୟବ୍ୟାପୀ ବିଦ୍ୟୁତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ର (ପିଡିଟିସି)ର ପରିଚାଳନା କରୁଛନ୍ତି। ବାସ୍ତବ ସମୟ ନିରୀକ୍ଷଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ସାରା ରାଜ୍ୟରେ ଉନ୍ନତ ମାନର ବିଦ୍ୟୁତ୍ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ର ତିନିଟି ସିଫ୍ଟରେ ଚବିଶ ଘଂଟା କାର୍ଯ୍ୟ କରୁଛି।
ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ଏହି ପିଡିଟିସି ହେଉଛି ପ୍ରଥମ ଧରଣର ଡିଜିଟାଲ ନର୍ଭ ସେଂଟର ଯାହା ସ୍କାଡା, ଜିଆଇଏସ୍‌, ଏଡିଏମ୍‌ଏସ୍ ଓ ୟୁଟିିଲିଟି ଡାଟା ଷ୍ଟ୍ରିମ୍ ଆନାଲିଟିକ୍ସ ଭଳି ଅତ୍ୟାଧୁନିକ ଗ୍ରିଡ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସମନ୍ୱିତ କରୁଛି। ଏହି କେନ୍ଦ୍ର ସାରା ଓଡ଼ିଶାରେ ଥିବା ୨୫୦ରୁ ଅଧିକ ସ୍କାଡା ସମନ୍ୱିତ ପ୍ରାଥମିକ ସବ୍‌ଷ୍ଟେସନର ସିଧାସଳଖ ନିରୀକ୍ଷଣ କରୁଛି, ଯାହା ଏହାକୁ ଭାରତର ବିଦ୍ୟୁତ୍ ବଂଟନ କ୍ଷେତ୍ରର ଅନ୍ୟତମ ସମୃଦ୍ଧ ନିୟନ୍ତ୍ରଣ କେନ୍ଦ୍ରରେ ପରିଣତ କରିଛି। ଏହା କେବଳ ଟିପିସିଓଡିଏଲ୍ ପାଇଁ ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର (ଏମ୍‌ସିସି) ଭାବେ କାମ କରୁଥିବା ବେଳେ ସମଗ୍ର ଅଂଚଳରେ ନିରବଚ୍ଛିନ୍ନ ପରିଚାଳନା ଓ ବ୍ୟବସାୟ ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିମୋଟ୍ ଅଟୋମେସନ୍ ପ୍ରଯୁକ୍ତିକୁ ସମନ୍ୱିତ କରି ଏହା ଟାଟା ପାୱାର୍‌ର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍ ଯଥା ଟିପିଏସ୍‌ଓଡିଏଲ୍ ରେ ୧୫୧ଟି, ଟିପିଡବ୍ଲ୍ୟୁଓଡିଏଲ୍ ରେ ୨୨୫ଟି ଓ ଟିପିଏନ୍‌ଓଡିଏଲ୍‌ର ୧୫୦ଟି ସ୍ଥାନରେ ବ୍ୟାକ୍‌ଅପ୍ ନିୟନ୍ତ୍ରଣ କେନ୍ଦ୍ର (ବିସିସି) ଭାବେ କାର୍ଯ୍ୟ କରୁଛି।
ଭୁବନେଶ୍ୱର, କଟକ, ଢେଙ୍କାନାଳ, ବ୍ରହ୍ମପୁର, ବାଲେଶ୍ୱର ଓ ଅନୁଗୁଳ ସମେତ ସାରା ଓଡ଼ିଶାର ବିଭିନ୍ନ କଲେଜରୁ ସ୍ନାତକ କରିଥିବା ଇଞ୍ଜିନିୟରମାନେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ପରିଚାଳନା କରୁଛନ୍ତି। ତାଙ୍କର ଅବଦାନ ‘ସ୍କିଲ୍ଡ ଇନ ଓଡିଶା’ ଦୃଷ୍ଟିକୋଣର ଏକ ଜୀବନ୍ତ ଉଦାହରଣ ଭାବେ ଠିଆ ହୋଇଛି। ମହିଳା ପ୍ରଫେସନାଲ୍‌ମାନେ ପ୍ରମୁଖ ପରିଚାଳନା ଭୂମିକା ଗ୍ରହଣ କରିଥିବା ବେଳେ ଏହି ପିିଡିଟିସି ଏକ ଅନ୍ତର୍ଭୁକ୍ତୀକରଣ ମଡେଲ୍‌କୁ ପ୍ରତିଫଳିତ କରୁଛି ଏବଂ ସ୍ଥାନୀୟ ପ୍ରତିଭାମାନଙ୍କ ବଳରେ ଭବିଷ୍ୟତ ଲାଗି ପ୍ରସ୍ତୁତ ନେତୃତ୍ୱ ଗଠନ ହୋଇଛି।
ମୁଖ୍ୟ ଦଳର ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ପିଡିଟିସିର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପ୍ରଭାତୀ ମିଶ୍ର। ସେ ହେଉଛନ୍ତି ଭୁବନେଶ୍ୱରର ବାସିନ୍ଦା ଏବଂ ଭୁବନେଶ୍ୱରର ସି.ଭି. ରମଣ ଇଞ୍ଜିନିୟରିଂ କଲେଜରୁ ପାସ୍ କରିଛନ୍ତି। ନିଜ ଯାତ୍ରା ସମ୍ପର୍କରେ ସେ କହିଛନ୍ତି, “ଗ୍ରାହକ

ସେବାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ସେବା କରିବା ପରେ ଓଡିଶାର ପ୍ରଥମ ସଂଯୋଜିତ ନିୟନ୍ତ୍ରଣ କେନ୍ଦ୍ରରେ ଅବଦାନ ଦେବା ଏକ ଗର୍ବ କରିବା ଭଳି ମାଇଲଖୁଂଟ। ପିିିଏସ୍‌ସିସିି ରାଜ୍ୟର ଗ୍ରିଡ୍ ବିଶ୍ୱସନୀୟତାର କେନ୍ଦ୍ରସ୍ଥଳ ଏବଂ ଆମେ ଏହାକୁ ପ୍ରତିଦିନ ସୁରକ୍ଷିତ ଓ ଅଧିକ ପ୍ରତିକ୍ରିୟାଶୀଳ କରିଥିବାରୁ ଗର୍ବିତ।’’
ଟିପିସିଓଡିଏଲ୍‌ର ବିଶ୍ୱସନୀୟତା ଦାଇତ୍ୱ ନେଇଥିବା ପ୍ରଜ୍ଞା ସାରଦା ଦାସ, ଏଚ୍‌ଓଜି – ରିଲାଏବିଲିଟି, ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ, ବୁର୍ଲାରୁ ପାସ୍ କରିବା ପରେ ଟାଟା ପାୱାରରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ଭାବରେ ଭର୍ତିି ହୋଇଥିଲେ। ସେ ଟିପିସିଓଡିଏଲ୍‌ର ଆରମ୍ଭ ଦିନରୁ ଏଠାରେ ଅଛନ୍ତି। ସେ କହଛନ୍ତି, “ଆମେ ଦୃଢ ପ୍ରକ୍ରିୟା ଗଠନ ଏବଂ ବିଶ୍ୱସନୀୟ ବିଦ୍ୟୁତ୍ ଯୋଗାଣରେ ବହୁତ ଅଗ୍ରଗତି ହାସଲ କରିିଛୁ। ପିଡିଟିସି ହେଉଛି ସେହି ରୂପାନ୍ତରଣର ପ୍ରତୀକ ଯାହା ଭବିଷ୍ୟତ ଲାଗି ପ୍ରସ୍ତୁତ, ସୁରକ୍ଷିତ ଏବଂ ସ୍ଥାନୀୟ କ୍ଷମତା ସହ ଗଭୀର ଭାବେ ଜଡ଼ିତ ରହିଛି।’’
ଏହି ପିଡିିଟିସି ଓଡିଶାର ବର୍ତମାନ ୬,୦୦୦ ମେଗାୱାଟ୍‌ରୁ ଅଧିକ ଥିବା ପିକ୍ ଚାହିଦା ପରିଚାଳନା କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି ଯାହା ବାସ୍ତବ ସମୟ ଲୋଡ୍ ପୂର୍ବାନୁମାନ ଏବଂ ପାଣିପାଗ ସମନ୍ୱିତ ଗ୍ରିଡ୍ ଆନାଲିଟିକ୍ସ୍ ବ୍ୟବହାର କରି ଯୋଗାଣ ଏବଂ ବ୍ୟାଘାତକୁ ସକ୍ରିୟ ଭାବରେ ପରିଚାଳନା କରୁଛି। ଏହି ଆଧୁନିକ କେନ୍ଦ୍ର ଶୀଘ୍ର ତ୍ରୁଟି ଚିହ୍ନଟ, ସ୍ୱୟଂଚାଳିତ ସ୍ୱିଚିଂ, ଏବଂ ବୁଦ୍ଧିମାନ୍ ବିଭ୍ରାଟ ପରିଚାଳନା ପାଇଁ ଏକ ନିୟନ୍ତ୍ରଣ ଟାୱାର୍ ଭାବେ କାମ କରୁଛି ଏବଂ ସହରାଚଂଳ ଓ ଗ୍ରାମାଚଂଳରେ ଲକ୍ଷାଧିକ ଲୋକଙ୍କ ପାଖକୁ ବିଦ୍ୟୁତ୍ ଯୋଗାଣ ପଦ୍ଧତିରେ ରୂପାନ୍ତରଣ ଆଣିପାରିଛି।
ଟାଟା ପାୱାର ପକ୍ଷରୁ ଭିର୍ତ୍ତିଭୂମିର ଆଧୁନିକୀକରଣ ଏବଂ ଡିଜିଟାଲ୍ ନେତୃତ୍ୱ ମାଧ୍ୟମରେ ଓଡିଶାର ବିଦ୍ୟୁତ୍ କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହିତ ପିଡିଟିସି ଏହି ପ୍ରଗତିର ପ୍ରତୀକ ଭାବରେ ଠିଆ ହୋଇଛି। ବିଶ୍ୱସ୍ତରୀୟ ପ୍ରଯୁକ୍ତି ସହିତ ସ୍ଥାନୀୟ ପ୍ରତିଭାର ମିଶ୍ରଣ ହେଲେ କଣ ସମ୍ଭବ ହୁଏ ତାହାକୁ ଏହା ପ୍ରତିଫଳିତ କରୁଛି ଏବଂ ଓଡ଼ିଶା ପାଇଁ ଏକ ସ୍ମାର୍ଟ, ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ଶକ୍ତି ଭବିଷ୍ୟତ ଗଠନ କରିବା ପାଇଁ ଟାଟା ପାୱାରର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଟାଟା ପାୱାର-ନେତୃତ୍ୱାଧୀନ ଓଡିଶା ଡିସକମ୍‌ଗୁଡ଼ିକ ରାଜ୍ୟରେ ଚାରିଟି ବିଦୁୃ୍ୟତ୍ ବଂଟନ କମ୍ପାନି ପରିଚାଳନା କରୁଛନ୍ତି। ସେଗୁଡ଼ିକ ହେଉଛି ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌), ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍‌), ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ଏବଂ ଟିପି ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଯାହାକୁ ଓଡିଶା ସରକାରଙ୍କ ସହିତ ଯୌଥ ଉଦ୍ୟୋଗ ମାଧ୍ୟମରେ ସ୍ଥାପନ କରାଯାଇଛି। ସାମଗ୍ରିକ ଭବେ ଏହି ଡିସକମ୍‌ଗୁଡିକ ସହରାଚଂଳ ଓ ଗ୍ରାମାଚଂଳରେ ପ୍ରାୟ ୪.୬ କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

2 + twenty =