Thursday, October 29, 2026
Business

ୟୁଟିଆଇ ଭାଲ୍ୟୁ ଫଣ୍ଡ୍‌-ବ୍ୟାପକ ବଜାର ପୁଞ୍ଜିରେ ସୁଯୋଗ ସନ୍ଧାନ କରୁଥିବା ଏକ ଫଣ୍ଡ

ଭୁବନେଶ୍ୱର: ଆର୍ôଥକ ବିଶେଷଜ୍ଞମାନେ ପ୍ରାୟତଃ ପରାମର୍ଶ ଦିଅନ୍ତି ଯେ ନିବେଶକମାନେ ଏପରି ଫଣ୍ଡଗୁଡ଼ିକରେ ନିବେଶ କରିବା ଉଚିତ୍ ଯାହା ବଜାରର ସମ୍ପୂର୍ଣ୍ଣ ସୁଯୋଗ ହାସଲ କରୁଥବ, ଅର୍ଥାତ ଏକ ବିବିଧ ଫଣ୍ଡ। ଲାର୍ଜ କ୍ୟାପ୍ ଫଣ୍ଡଗୁଡ଼ିକ ପ୍ରାୟ ୮୦-୮୫% ବଜାର ମୂଲ୍ୟଙ୍କନକୁ ଗ୍ରହଣ କରୁଥିବାରୁ ଲୋକେ ସେଥିରେ ଆକର୍ଷିତ ହୋଇଥାନ୍ତି। ଯଦିଓ ଲାର୍ଜ କ୍ୟାପଗୁଡ଼ିକ ବ୍ୟାପକ ବଜାର/ସୂଚକାଙ୍କକୁ ପ୍ରତିନିଧିତ୍ୱ କରୁଛି, କିନ୍ତୁ ନିବେଶକମାନେ ମନେରଖିବା ଉଚିତ୍ ଯେ ଏହି ଫଣ୍ଡଗୁଡ଼ିକ ସର୍ବଦା ବଜାରର ସମ୍ପୂର୍ଣ୍ଣ ସୁଯୋଗକୁ ପ୍ରତିଫଳିତ କରନ୍ତି ନାହିଁ। ସମ୍ପୂର୍ଣ୍ଣ ସୁଯୋଗରେ ମଧ୍ୟରେ ରହିଛି ବିଭିନ୍ନ ବଜାର ମୂଲ୍ୟଙ୍କନ, ବିଭିନ୍ନ ନିବେଶ ପଦ୍ଧତି (ଅଭିବୃଦ୍ଧି ବନାମ ମୂଲ୍ୟ) କିମ୍ବା ସମୁଦାୟ ବଜାରର କେତେକ ବିଭାଗର ଚକ୍ରରେ ରହିଥିବା ସୁଯୋଗ। ଏହି ଅସମାନତା କିମ୍ବା ବିବିଧ ବଜାର ସୁଯୋଗ, ଫଣ୍ଡ ମ୍ୟାନେଜରମାନଙ୍କୁ ସମ୍ପୂର୍ଣ୍ଣ ବଜାର ମୂଲ୍ୟାଙ୍କନ ଏବଂ ନିବେଶ ଷ୍ଟାଇଲ୍‌ରେ ଅନନ୍ୟ ସୁଯୋଗ ପାଇଁ ଏକ ବ୍ୟାପକ କ୍ଷେତ୍ର ପ୍ରଦାନ କରୁଛି ଏବଂ ସମାନ ସମୟରେ ପୋର୍ଟଫୋଲିଓ ରିସ୍କକୁ ମଧ୍ୟ ହ୍ରାସ କରୁଛି।
ୟୁଟିଆଇ ଭ୍ୟାଲୁ ଫଣ୍ଡ ଏପରି ଏକ ଫଣ୍ଡ ଯାହା ଏକ ନିର୍ଦ୍ଦିଷ୍ଟ ଷ୍ଟକର ଆପେକ୍ଷିକ ଅନ୍ତର୍ନିହୀତ ମୂଲ୍ୟ ଦ୍ୱାରା ପ୍ରକାଶିତ ସୁଯୋଗଗୁଡ଼ିକୁ ସନ୍ଧାନ କରିଥାଏ। ଏହାର ଅର୍ଥ ହେଉଛି ଏକ “ମୂଲ୍ୟ’ ଷ୍ଟାଇଲ୍‌ର ନିବେଶ ଏବଂ ବଜାର ମୂଲ୍ୟାଙ୍କନ ଅନୁସାରେ ଷ୍ଟକଗୁଡ଼ିକୁ ସେମାନଙ୍କ ଅନ୍ତର୍ନିହୀତ ମୂଲ୍ୟ ଠାରୁ କମ୍ ଦାମରେ କିଣିବା। ଅନ୍ତର୍ନିହୀତ ମୂଲ୍ୟ ହେଉଛି କମ୍ପାନି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଜ ଅଂଶଧନକାରୀମାନଙ୍କ ପାଇଁ ସୃଷ୍ଟି କରୁଥବା ନଗଦ ପ୍ରବାହର ବର୍ତମାନ ମୂଲ୍ୟ। ଗୋଟିଏ ପଟେ ବଜାର କମ୍ପାନିର ପ୍ରତିଯୋଗିତାମୂଳକ ସୁବିଧା ଏବଂ/କିମ୍ବା ବୃଦ୍ଧିର ସ୍ଥାୟିତ୍ୱକୁ ଅଣଦେଖା କରିପାରେ। ଏହି କମ୍ପାନିଗୁଡ଼ିକ ଚକ୍ରାକାର ଏବଂ ମାଧ୍ୟମ ପ୍ରତି ପ୍ରତ୍ୟାବର୍ତନ କରିବାର ନିୟମଠାରୁ ଭିନ୍ନ। ଅନ୍ୟ ପଟେ ଚକ୍ରାକାର କାରକ ରହିଛି, ଯେଉଁଥିରେ କମ୍ପାନୀଗୁଡ଼ିକ ପରିବେଶରେ ପରିବର୍ତନ କିମ୍ବା ସେମାନଙ୍କ ନିଜ ଅତୀତ କାର୍ଯ୍ୟ ଯୋଗୁଁ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି। ଯଦି ମୂଳ ବ୍ୟବସାୟ ସୁସ୍ଥ ଅଛି ଏବଂ ଏକ ଉତମ ଭବିଷ୍ୟତ (ନଗଦ ପ୍ରବାହ, ଫେରସ୍ତ ଅନୁପାତ) ବାଟ ଦେଖାଉଥାଏ, ତେବେ ତାହାର କମ୍ ମୂଲ୍ୟ ଆକର୍ଷଣୀୟ ହୋଇଥାଏ। ଉଭୟ କ୍ଷେତ୍ରରେ ସୁଯୋଗ ହେଉଛି ଆଶା ଅପେକ୍ଷା ଶସ୍ତାରେ କିଣିବା।
ୟୁଟିଆଇ ଭ୍ୟାଲୁ ଫଣ୍ଡ ୨୦୦୫ରେ ଆରମ୍ଭ ହୋଇଥିଲା। ୨୦୨୫ ଜୁନ୍ ୩୦ ସୁଦ୍ଧା ଫଣ୍ଡର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ହେଉଛି ୧୦,୦୦୦ କୋଟି ଟଙ୍କାରୁ ଅଧିକ। ଯଦିଓ ପୋର୍ଟଫୋଲିଓରେ ଲାର୍ଜ କ୍ୟାପ୍ ଅଧିକ ରହିବ, କିନ୍ତୁ ମିଡ୍ କ୍ୟାପ୍ ମୂଲ୍ୟାଙ୍କନ ପାର୍ଥକ୍ୟ ଉପରେ ଆଧାରିତ ହୋଇ ଅଧିକ ପରିବର୍ତନଶୀଳ ହୋଇପାରିବ। ୨୦୨୫ ଜୁନ୍ ୩୦ ସୁଦ୍ଧା ଫଣ୍ଡର ୬୯% ଲାର୍ଜ କ୍ୟାପରେ ଏବଂ ଅବଶିଷ୍ଟ ମିଡ୍ ଏବଂ ସ୍ମଲ୍ କ୍ୟାପ୍ସରେ ନିବେଶ କରାଯାଇଛି। ସ୍କିମ୍‌ର ପ୍ରମୁଖ ଷ୍ଟକ୍‌ଗୁଡ଼ିକ ହେଉଛି ଏଚଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌, ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍‌, ଇନଫୋସିସ୍ ଲିମିଟେଡ୍‌, ଭାରତୀ ଏୟାରଟେଲ୍ ଲିମିଟେଡ୍‌, ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍‌, କୋଟ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଲିମିଟେଡ୍‌, ଟେକ୍ ମହିନ୍ଦ୍ରା ଲିମିଟେଡ୍ ଏବଂ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍‌, ଯାହାକି ପୋର୍ଟଫୋଲିଓର ପ୍ରାୟ ୪୪%।
ୟୁଟିଆଇ ଭ୍ୟାଲୁ ଫଣ୍ଡ ସେହି ଇକ୍ୱିଟି ନିବେଶକମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ନିଜ ଇକ୍ୱିଟି ପୋର୍ଟଫୋଲିଓ ଗଠନ କରିବା ଏବଂ ମୂଳଧନ ବଢ଼ାଇବାକୁ ଚାହୁଛନ୍ତି। ଫଣ୍ଡଟି ମଧ୍ୟମ ରିସ୍କ ପ୍ରୋଫାଇଲ୍ ଥିବା ନିବେଶକମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ବଜାର ପରିସ୍ଥିତି ଅନୁଯାୟୀ ମଧ୍ୟମ ଏବଂ ଦୀର୍ଘମିଆଦରେ ଯୁକ୍ତିଯୁକ୍ତ ରିଟର୍ଣ୍ଣ ଚାହୁଁଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 13 =