Business

ମହିନ୍ଦ୍ରା ପକ୍ଷରୁ ୮.୯୪ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଏକ୍ସୟୁଭି ୩ଏକ୍ସ୦ “ଆର୍‌ଇଭିଏକ୍ସ”ର ଉନ୍ମୋଚନ

ଭୁବନେଶ୍ୱର/କଟକ: ଭାରତର ଅଗ୍ରଣୀ ଏସ୍‌ୟୁଭି ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ପକ୍ଷରୁ ୮.୯୪ ଲକ୍ଷ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଏକ୍ସୟୁଭି ୩ଏକ୍ସ୦ ଆର୍‌ଇଭିଏକ୍ସ ସିରିଜ୍ ଉନ୍ମୋଚନ କରାଯାଇଛି। ନିକଟରେ ଏହାର ବିକ୍ରି ଏକ ବର୍ଷରୁ କମ୍ ସମୟ ଭିତରେ ୧ ଲକ୍ଷରୁ ଅଧିକ ହୋଇଛି, ଯାହା ଏହାକୁ ମହିନ୍ଦ୍ରାର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଏସ୍‌ୟୁଭିରେ ପରିଣତ କରିଛି। ଆରଇଭିଏକ୍ସ ସିିରିଜ୍ ଏକ୍ସୟୁଭି ୩ଏକ୍ସଓ ପୋର୍ଟଫୋଲିଓକୁ ଆହୁରି ଦୃଢ଼ କରିବ। ଏହା ପ୍ରିମିୟମ୍ ସୁବିଧାସୁଯୋଗ, ଆକର୍ଷଣୀୟ ଷ୍ଟାଇଲ୍ ସହିତ ପ୍ରଦର୍ଶନ ପ୍ରଦାନ କରୁଛି ଯାହା ଗ୍ରାହକଙ୍କ ଆକାଂକ୍ଷା ପୂରଣ କରିବ।
ନିଜ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରିବାକୁ ଆଶା କରୁଥିବା ଗ୍ରାହକଙ୍କ ପାଇଁ ଆର୍‌ଇଭିଏକ୍ସ ସିରିଜ୍ ବ୍ୟକ୍ତିଗତ ପରିପ୍ରକାଶର ଭାବକୁ ପାଳନ କରୁଛି। ଏହାର ତିନିଟି ଭର୍ସନ ରହିଛି। ଆର୍‌ଇଭିଏକ୍ସ ଏମ୍‌ର ଏକ୍ସ ସୋ’ରୁମ୍ ଦାମ୍ ୮.୯୪ ଲକ୍ଷ ଟଙ୍କା ରହିଛି। ଏଥିରେ ବ୍ୟବହାର କରାଯାଇଛି ୧.୨ ଲିଟର୍‌ର ଏମ୍‌ଷ୍ଟାଲିଅନ୍ ଟିସିଏମପିଏଫ୍‌ଆଇ ଇଞ୍ଜିନ ଯାହା ୮୨ କେଡବ୍ଲ୍ୟୁ ଶକ୍ତି ଓ ୨୦୦ ଏନ୍‌ଏମ୍ ଟର୍କ ପ୍ରଦାନ କରୁଛି। ଏଥିରେ ସମ୍ପୂର୍ଣ୍ଣ ଚଉଡ଼ା ଏଲ୍‌ଇଡି ଡିଆର୍‌ଏଳ୍‌, ଆର୍‌୧୬ କଳା ଚକ କଭର, ସ୍ପୋର୍ଟି ଡୁଆଲ୍ ଟୋନ୍ ରୁଫ୍ ରହିଛି ଯାହା ଉଭୟ ବିଶ୍ୱାସ ଓ ଷ୍ଟାଇଲ୍ ପ୍ରଦାନ କରୁଛି। ଏହାର ଭିତରେ ରହିଛି କଳା ଚମଡ଼ା ସିଟ୍‌, ୨୬.୦୩ ସିଏମ୍‌ର ଇନ୍‌ଫୋଟେନ୍‌ମେଂଟ୍ ବ୍ୟବସ୍ଥା ଏବଂ ଚାରି ସ୍ପିକର ବିଶିଷ୍ଟ ଅଡିଓ ବ୍ୟବସ୍ଥା। ଛଅଟି ଏୟାରବ୍ୟାଗ୍‌, ଇଏସ୍‌ସି ସହିତ ହିଲ୍ ହୋଲ୍‌ଡ କଂଟ୍ରୋଲ୍ ଏବଂ ସମସ୍ତ ଚାରିଟି ଡିସ୍କବ୍ରେକ୍ ସମେତ ୩୫ ପ୍ରକାର ସୁବିଧା ସହିତ ଏଥିରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି।
ଆର୍‌ଇଭିଏକ୍ସ ଏମ୍ (ଓ) ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୯.୪୪ ଲକ୍ଷ ଟଙ୍କା ରହିଛି। ଏଥିରେ ସିଙ୍ଗଲ ପେନ୍ ସନ୍‌ରୁଫ୍ ରହିଛି ଯାହା କ୍ୟାବିନ୍ ଅନୁଭୂତିରେ ଉନ୍ନତି ଆଣୁଛି।
ଆର୍‌ଇଭିଏକ୍ସ ଏର ଏକ୍ସ ସୋ’ରୁମ୍ ଦାମ୍ ୧୧.୭୯ ଲକ୍ଷ ଟଙ୍କା ରହିଛି। ଏହି ଭାରିଆଂଟ୍‌ରେ ୧.୨ ଏମ୍‌ଷ୍ଟାଲିଅନ୍ ଟିଜିଡିଆଇ ଇଞ୍ଜିନ ରହିଛି ଯାହା ୯୬ କେଡବ୍ଲୁର ଶକ୍ତି ଓ ୨୩୦ ଏନ୍‌ଏମ୍ ଟର୍କ ପ୍ରଦାନ କରୁଛି। ଏଥିରେ ଉଭୟ ମାନୁଆଲ୍ ଓ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିଛି। ଏଥିରେ କେତେକ ପ୍ରିମିୟମ୍ ସୁବିଧ ରହିଛି ଯାହା କ୍ୟାବିନ୍ ଅନୁଭୂତିକୁ ବଢ଼ାଇବ। ଏହାର ପାନୋରାମିକ୍ ସନ୍‌ରୁଫ୍‌, ଚମଡ଼ା ସିଟ୍‌, ଡୁଆଲ୍ ଟୋନ୍ ଭିତର ପାଶ୍ୱର୍ ଏବଂ ସ୍ୱୟଂକ୍ରିୟ ଭାବେ ଡିମ୍ ହେଉଥିବା ଆଇଆର୍‌ଭିଏମ୍ ଗାଡ଼ି ଭିତର ଅନୁଭୂତି ବଢ଼ାଉଛି। ଏହାର ସାମ୍ନା ଗ୍ରିଲ୍ ବଡି ରଙ୍ଗରେ ହୋଇଥିବା ବେଳେ ଏଥିରେ ଡୁଆଲ୍ ଟୋନ୍ ରୁଫ୍ ରହିଛି।ଆର୍‌ଇଭିଏକ୍ସରେ ଟ୍ୱିନ୍ ଏଚ୍‌ଡି ସ୍କ୍ରିନ୍‌, ୨୬.୦୩ ସିଏମ୍ ଇନ୍‌ଫୋଟେନ୍‌ମେଂଟ୍ ବ୍ୟବସ୍ଥା ଏବଂ ୨୬.୦୩ ସିଏମ୍ ସମ୍ପୂର୍ଣ୍ଣ ଡିଜିଟାଲ୍ କ୍ଲଷ୍ଟର୍ ରହିଛି। ଏହାର ଆଣ୍ଡ୍ରେନକ୍ସ କନେକ୍ଟରେ ଆଲେକ୍ସା, ଅନଲାଇନ୍ ନାଭିଗେସନ୍‌, ୱାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍‌ପ୍ଲେକୁ ସମନ୍ୱିତ କରାଯାଇଛି।
ଆର୍‌ଇଭିଏକ୍ସ ସିରିଜ୍‌ର ସମସ୍ତ ତିନି ଭାରିଆଂଟ୍ ଗାଲାକ୍ସି ଗ୍ରେ, ଟାଙ୍ଗୋ ରେଡ୍‌, ନେବୁଲା ବ୍ଲୁ, ଏଭରେଷ୍ଟ ହ୍ୱାଇଟ୍ ଓ ଷ୍ଟିଲ୍‌ଥ୍ ବ୍ଲାକ୍ ଭଳି ପାଂଚଟି ରଙ୍ଗରେ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

eighteen − sixteen =