FEATURED

ସୋନାକ୍ଷୀ ଚତୁର୍ବେଦୀଙ୍କ ପକ୍ଷରୁ ସ୍ଥାପତ୍ୟ କଳା “ଜାଟ୍‌” ଉନ୍ମୋଚିତ

ଭୁବନେଶ୍ୱର: ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗରେ ବ୍ରିଟିଶ୍ କାଉନ୍‌ସିଲ୍‌ର ଗାଲେରିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏକ ସ୍ଥାପତ୍ୟ କଳା “ଜାଟ୍‌”କୁ ଉନ୍ମୋଚନ କରିଛନ୍ତି। ଅରଟ, ଧାତବ ଓ ଅର୍ଥର ଭାଷା ଓ ସ୍ମୃତି ଜରିଆରେ ଏହା ମହିଳମାନଙ୍କ ଲୁକ୍କାୟିତ ଇତିହାସର ଅନୁସନ୍ଧାନ କରୁଛି। ଷ୍ଟଡି ୟୁକେ: କ୍ରିଏଟିଭ୍ କନେକ୍ସନ୍ ୨ର ଅଂଶ ବିଶେଷ ଏହି ପ୍ରଦର୍ଶନୀ ଜୁନ୍ ୧୧ରୁ ଆରମ୍ଭ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ।
ଆଗ୍ରାରେ ଜନ୍ମ ଗ୍ରହଣ କରି ଓ ବ୍ରିଟେନ୍‌ରେ ବଢ଼ିଥିବା ସୋନାକ୍ଷୀ ଚତୁର୍ବେଦୀ ନିଜର ଚିତ୍ରକଳା, ଏନାମେଲ୍ ଓ ଜେମୋଲୋଜିରେ ଥିବା ଅଭିଜ୍ଞତାକୁ ଉପଯୋଗ କରି ମହିଳାମାନଙ୍କ ଇତିହାସକୁ କିଭଳି ଲିଭାଇ ଦିଆଯାଇଥିଲା ତାହାକୁ ପ୍ରଶ୍ନ କରିଛନ୍ତି। ୨୦୨୪ରେ ରୟାଲ୍ କଲେଜ୍ ଅଫ୍ ଆର୍ଟରୁ ଜୁଏଲାରି ଆଣ୍ଡ୍ ମେଟାଲ୍ ଉପରେ ଏମ୍‌ଏ ଡିଗ୍ରି ହାସଲ କରିଥିବା ସୋନାକ୍ଷୀ ଏକ ନୂଆ ପିଢ଼ିର କଳାକାରଙ୍କୁ ଉପସ୍ଥାପନ କରୁଛନ୍ତି, ଯେଉଁମାନରେ ପାରମ୍ପରିକ କଳାକୃତି ଓ ସମସାମୟିକ କଳା ଅଭ୍ୟାସକୁ ମିଶ୍ରଣ କରୁଛନ୍ତି। ସେ ଜଣେ ଗ୍ରାଜୁଏଟ୍ ଜେମୋଲୋଜିଷ୍ଟ ଓ ଇନ୍ଦୀରା ଗାନ୍ଧୀ ନ୍ୟାସନାଲ୍ ସେଂଟର୍ ଅଫ୍ ଆର୍ଟସ୍‌ର ଗବେଷକ।
ଏହି ଅବସରରେ ସୋନାକ୍ଷୀ ଚତୁର୍ବେଦୀ କହିଛନ୍ତି ଯେ, “ନିଜର ସ୍ମୃତିକୁ ସାକାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଜାଟ୍ ପରବର୍ତୀ ସମୟରେ ପୁନରୁ୍‌ଦ୍ଧାରର ଏକ କଳା ଭାବେ ଉଭା ହୋଇଥିଲା। ଅରଟ ଉପାଦାନକୁ ବ୍ୟବହାର କରାଯାଇଥିଲା ଯାହା ମହିଳାମାନଙ୍କୁ କେବଳ ମା, ବଧୂ ଓ ଜେଜେ ମା ଭାବେ ମନେ ରଖିବାର ପ୍ରଥା ପ୍ରତି ମହିଳାମାନଙ୍କ ନିରବ ପ୍ରତିରୋଧର ପ୍ରତୀକ ଭାବେ ଦଣ୍ଡାୟମାନ ହୋଇଛି। ସ୍ଥାପତ୍ୟ ଜରିଆରେ ଆମେ ମାତୃତ୍ୱ ସ୍ମୃତି ଭାବେ ସେମାନେ ହାସଲ କରିଥିବା ସଫଳତାକୁ ପ୍ରଦର୍ଶିତ କରିଛି। ଫଳରେ ଭବିଷ୍ୟତର ପିଢ଼ି ସେମାନଙ୍କୁ ସେମାନେ ତୁଲାଇଥିବା ଭୂମିକା ନୁହେଁ, ବରଂ ସ୍ୱପ୍ନ ଓ ସ୍ୱର ସହ ଜଣେ ବ୍ୟକ୍ତିବିଶେଷ ଭାବେ ମନେ ରଖିବେ।’’
ଜାଟ୍‌ର ଶବ୍ଦକୁ ଏଠାରେ ନିଜତ୍ୱର ପରିଚୟ ଭାବେ ଉପଯୋଗ କରାଯାଇଛି। ପରିଦର୍ଶକମାନେ ଏଠାରେ ତମ୍ବା, ଧଳା ଧାତବ, କୋଲ୍ଡ ଏନାମେଲ୍‌, ରେଜିନ୍ ଭିତିକ ଏନାମେଲ୍ ଓ ଜେମଷ୍ଟୋନ୍‌ରେ ପ୍ରସ୍ତୁତ ସ୍ଥାପତ୍ୟଗୁଡ଼ିକୁ ଦେଖିପାରିବେ। ସେଗୁଡ଼ିକୁ ଉପରୁ ଦେଖିଲେ ଏକ ପରିଧାନ, ଧାତବ ଉପାଦାନ ଭଳି ଲାଗିବ ଯାହା ପରମ୍ପରା ଓ ଘରୋଇ ଆଶାକୁ ପ୍ରତିଫଳିତ କରୁଛି। କିନ୍ତୁ ଭିତରେ ଦେଖିଲେ ତାହା ଏକ ଲୁକ୍କାୟିତ ରଙ୍ଗିନ ଦୁନିଆ, ଅଭିଳାଷ ଓ ଯୁବବର୍ଗ ଦେଖାଯିବ।
ପେସାଦାର ଜୀବନରେ ସୋନାକ୍ଷୀ ସମ୍ମାନଜନକ ଅନୁଷ୍ଠାନ ଯଥା ଜେମ୍ ପ୍ୟାଲେସ୍ ଜୟପୁର, ଜୋୟା ବାଏ ଟାଟା ସହ ଯୋଡ଼ି ହୋଇଥିବା ବେଳେ ଅଲିମ୍ପିଆନ୍ ଅକ୍ସସନ୍‌ସ ଓ ଲଣ୍ଡନରେ ଥିବା ବେଦାନ୍ତର ରିଭରସାଇଡ୍ ଷ୍ଟୁଡିଓରେ ସେ ଇଂଟର୍ନସିପ୍ କରିଥିଲେ। ଆଗାମୀ ଦିନରେ ସୋନାକ୍ଷୀ ଡକ୍ଟରରେଟ୍ କରିବାକୁ ଯୋଜନା ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

11 + eighteen =