ସଙ୍କଟ ସମୟରେ ସାରଥି ସାଜିଲା ସମ୍ବଲପୁର ପୋଲିସ

ସମ୍ବଲପୁର: ଓଡିଶାରୁ ୩ଟି ରାଜ୍ୟକୁ ଯୋଗାଣ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ସୀମା ଯାଏ ଏକ୍ସକର୍ଟ କରି ନିରଙ୍କୁଶ ରାସ୍ତା ଦେଇଛି ସମ୍ବଲପୁର ପୁଲିସ । ବର୍ତ୍ତମାନ ସମୟରେ ଜୀବନ ରକ୍ଷାକାରି ଅକ୍ସିଜେନ୍ ଯେମିତି ସଠିକ ସମୟରେ ପରିବହନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଶକୁ ଆଶ୍ବସ୍ତ କରିଥିଲେ । ଆଉ ଏହାକୁ ନିଷ୍ଠାର ସହ ସମ୍ବଲପୁର ପୁଲିସ ପାଳନ କରିଛି ।

ଗତକାଲି ସନ୍ଧ୍ୟାରେ ସମ୍ବଲପୁର ସୀମାକୁ ୩ଟି ଅକ୍ସିଜେନ୍ ଟ୍ୟାଙ୍କର ଆସୁଥିବା ନେଇ ପୁଲିସ ସୂଚନା ପାଇଥିଲା । ସେଗୁଡିକ ରାୟପୁରର ଛତିଶଗଡ, ନାଗପୁରର ମହାରାଷ୍ଟ୍ର ଏବଂ ଭୋପାଳର ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିବା ଟ୍ୟାଙ୍କର ଥିଲା । ଏନେଇ ପୁଲିସ ସୂଚନା ପାଇବା ପରେ ସଟଡାଉନକୁ କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ଵେ ଏହି ଟ୍ୟାଙ୍କରକୁ ଏସକର୍ଟ କରିବା କାମରେ ଲାଗି ପଡିଥିଲା । ଯେମିତି କୌଣସି ସ୍ଥାନରେ ଟ୍ରାଫିକ ସମସ୍ୟା ପାଇଁ ବିଳମ୍ବିତ ନହୁଏ ସେଥିପାଇଁ ଆଗୁଆ ରାସ୍ତା ଖାଲି କରିଥିଲା । ଫଳରେ ସମସ୍ତ ଗାଡି ତାର ଗନ୍ତବ୍ୟ ସ୍ଥଳକୁ ବିନା ଦ୍ବିଧାରେ ଅଗ୍ରସର ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

fourteen − eleven =