Business

ଟିପିସିଓଡିଏଲ୍ ପକ୍ଷରୁ ସ୍ମାର୍ଟ ମିଟର ଦ୍ୱାରା ଗ୍ରାହକଙ୍କୁ ସଶକ୍ତ କରିବା ଓ ତ୍ରୁଟିମୁକ୍ତ ବିଲିଂ ପାଇଁ ପ୍ରୟାସ

ଭୁବନେଶ୍ୱର, ୩୦/୦୫/୨୦୨୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ମାର୍ଟ ମିଟର ଦ୍ୱାରା ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ଓ ତ୍ରୁଟିମୁକ୍ତ ବିଲିଂ ପାଇଁ ପ୍ରୟାସ କରାଯାଇଛି। ଏହା ହେଉଛି ସ୍ମାର୍ଟ ଓ ପ୍ରଭାବଶାଳୀ ଶକ୍ତି ପରିଚାଳନା ଦିଗରେ ଏକ ବଡ଼ ଧରଣର ପଦକ୍ଷେପ। ଭାରତ ସରକାର, ଓଡ଼ିଶା ସରକାର ଓ ଓଇଆର୍‌ସିଙ୍କ ନିର୍ଦେଶାନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସ୍ମାର୍ଟ ମିଟର୍ ସ୍ୱୟଂକ୍ରିୟ ରିଡିଂ ଓ ବିଲିଂ ସୁବିଧା ପ୍ରଦାନ କରୁଛି ଯାହା ଗ୍ରାହକଙ୍କ ପାଇଁ ତ୍ରୁଟିମୁକ୍ତ ଓ ସଠିକ୍ ସମୟରେ ବିଲ୍‌କୁ ସୁନିଶ୍ଚିତ କରିଛି। ପ୍ରିପେଡ୍ ମୋଡ୍‌ରେ ସ୍ମାର୍ଟ ମିଟର୍ ସ୍ଥାପନ କରିବା ବାଧ୍ୟତାମୂଳକ ନୁହେଁ। ଏହି ମିଟରଗୁଡ଼ିକୁ ସର୍ବଦା ପୋଷ୍ଟପେଡ୍ ମୋଡ୍‌ରେ ସ୍ଥାପନ କରାଯାଇଥାଏ ଏବଂ କେବଳ ଗ୍ରାହକଙ୍କ ଅନୁରୋଧକ୍ରମେ ପ୍ରିପେଡ୍ ବିକଳ୍ପ ଉପଲବ୍ଧ ହୋଇଥାଏ।
ଗ୍ରାହକମାନଙ୍କୁ ବାସ୍ତବ ସମୟ ତଥ୍ୟ ସହିତ ସଶକ୍ତ କରିବା ପାଇଁ ଟିପିସିଓଡିଏଲ୍ ସ୍ମାର୍ଟ ମିଟର୍‌କୁ ଏହାର ମିତ୍ର ଆପ୍ ସହ ସମନ୍ୱିତ କରିଛି ଯାହା ଫଳରେ ଗ୍ରାହକମାନେ ସେମାନଙ୍କ ଦୈନିକ ବିଦ୍ୟୁତ ବ୍ୟବହାରକୁ ଗତ ୩୦ ଦିନର ଗ୍ରାଫିକ୍ ଆକାରରେ ଜାଣିପାରିଥାନ୍ତି। ଏହି ସୁବିଧା ଗ୍ରାହକମାନଙ୍କୁ ସେମାନଙ୍କ ଶକ୍ତି ବ୍ୟବହାର ଯୋଜନା କରିବା ଏବଂ ମାସିକ ବିଦ୍ୟୁତ୍ ବିଲ୍‌କୁ ହ୍ରାସ କରିବାରେ ସହାୟକ ହେବ। ପ୍ରିପେଡ୍ ବ୍ୟବହାରକାରୀମାନେ ବାସ୍ତବ ସମୟରେ ସେମାନଙ୍କ ବାଲାନ୍ସ ଯାଂଚ କରିପାରିବେ ଯାହା ଫଳରେ ବିଦ୍ୟୁତ୍ ବ୍ୟବହାର ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିପାରିବ।
ସ୍ମାର୍ଟ ମିଟର ସମ୍ପର୍କିତ ପ୍ରଶ୍ନ ଓ ସହାୟତା ପାଇଁ ୧୯୧୨/୧୮୦୦-୩୪୫-୭୧୨୨ ଜରିଆରେ ଟିପିସିଓଡିଏଲ୍ ୨୪ ଘଂଟିଆ କଲ୍ ସେଂଟର ସୁବିଧା ପ୍ରଦାନ କରୁଛି। ଗ୍ରାହକମାନେ ନିକଟତମ ଗ୍ରାହକ ସେବା କେନ୍ଦ୍ର କିମ୍ବା ଟିପିସିଓଡିଏଲ୍ କାର୍ଯ୍ୟାଳୟ ପରିଦର୍ଶନ କରିପାରିବେ କିମ୍ବା ଅଧିକ ସୂଚନା ପାଇଁ ଙ୍ଗଙ୍ଗଙ୍ଗ.ଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଲଗ୍ ଇନ୍ କରିପାରିବେ।’

Share

Leave a Reply

Your email address will not be published. Required fields are marked *

ten − nine =