Friday, October 30, 2026
Latestରାଜ୍ୟ

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ମାଗିଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ଆଜି ବ୍ୟକ୍ତିଗତ ହାଜର ହୋଇ ହାଇକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ବ୍ୟକ୍ତିଗତ ହାଜର ହୋଇ ଅଦାଲତ ଅବମାନନା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହିତ ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କେନ୍ଦ୍ରରେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ଦେବା ନେଇ କୋର୍ଟକୁ ଅବଗତ କରାଇଛନ୍ତି। ଏହାପରେ ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର କରିଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ଆଇନଜୀବୀ ଚିତରଂଜନ ମହାନ୍ତିଙ୍କ ପକ୍ଷରୁ ଅଦାଲତ ଅବମାନନା ନେଇ ଆବେଦନ କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗତ ସେପ୍ଟେମ୍ବର ୨୦ ତାରିଖରେ ନିର୍ଦ୍ଦେଶକ ଥିବା ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀଙ୍କୁ ପୁଣିଥରେ ନିର୍ଦ୍ଦେଶକ ପଦ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ।

Share

Leave a Reply

Your email address will not be published. Required fields are marked *

5 + eleven =