Thursday, October 29, 2026
Business

ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା ଉଦଘାଟିତ

• ପ୍ରୟୋଗଶାଳାରେ ବାର୍ଷିକ ୩୫,୦୦୦-୪୫୦୦୦ ମିଟର ପରୀକ୍ଷଣ କରାଯିବ
* ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ

ବ୍ରହ୍ମପୁର: ଓଡ଼ିଶାର ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତ କରିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ଏକ ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା (ମିଟର ଟେଷ୍ଟି ଲାବୋରେଟୋରି) ଉଦଘାଟନ କରାଯାଇଛି। କଂପାନିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପ୍ରୟୋଗଶାଳାକୁ ଟାଟା ପାୱାରର ସଭାପତି (ସଂଚରଣ ଓ ବିତରଣ) ଶ୍ରୀ ସଞ୍ଜୟ ବାଙ୍ଗା ଓ ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅମିତ ଗର୍ଗ ଉଦଘାଟନ କରିଛନ୍ତି।

ସ୍ୱର୍ଣ୍ଣପ୍ରଭା ପାତ୍ର, ମିଶାଲି ଶତପଥୀ ଓ ଅନ୍ୟ ମହିଳାମାନଙ୍କ ଟିମ୍ ଦ୍ୱାରା ଏହି ପ୍ରୟୋଗଶାଳା ପରିଚାଳିତ ହେବ ।

ଭାରତୀୟ ମାନଦଣ୍ଡ ଅନୁସାରେ ମିଟରର କାଲିବ୍ରେସନ ଓ ପରୀକ୍ଷଣ ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ରହ୍ମପୁରରେ ଏହି ମିଟର ପରୀକ୍ଷା ପ୍ରୟୋଗଶାଳା ସ୍ଥାପନ କରାଯାଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ଥିବା ଏହି ପ୍ରୟୋଗଶାଳାରେ ତିନିଟି ସ୍ୱୟଂକ୍ରିୟ ପରୀକ୍ଷା ବେଂଚ୍ ରହିଛି ଯେଉଁଥିରେ ସିଙ୍ଗଲ-ଫେଜ୍, ତିନି-ଫେଜ୍ ସ୍ମାର୍ଟ ଓ ଅନ୍ୟ ପ୍ରକାର ମିଟରର ପରୀକ୍ଷଣ କରାଯାଇପାରିବ । ଉଭୟ ଭାରତୀୟ ମାନକ ଓ ଆନ୍ତର୍ଜାତିକ ମାନକକୁ ଏହା ପୂରଣ କରୁଥିବା ବେଳେ ସଠିକତା ଓ ସ୍ପଷ୍ଟତାକୁ ତାହା ସୁନିଶ୍ଚିତ କରୁଛି ।

“ଓଡ଼ିଶାରେ ଥିବା ଆମ ବିତରଣ କମ୍ପାନୀ ଗୁଡ଼ିକରେ କାର୍ଯ୍ୟ କରୁଥିବା ସ୍ଥାନୀୟ ମହିଳା ଟେକ୍ନିସିଆନ୍ମାନଙ୍କ ପାଖରେ ବିପୁଳ ସମ୍ଭାବନା ଥିବା ଆମର ବିଶ୍ୱାସ ରହିଛି । ବ୍ରହ୍ମପୁରରେ ସ୍ଥାପନ କରାଯାଇଥିବା ଆମର ଏହି ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷା ପ୍ରୟୋଗଶାଳା ଦକ୍ଷିଣ ଓଡ଼ିଶାରେ ଆମ ଗ୍ରାହକଙ୍କ ପାଇଁ ତ୍ରୁଟିଶୂନ୍ୟ ମିଟରକୁ ସୁନିଶ୍ଚିତ କରିବ। ଏହା ସହିତ ବିଦ୍ୟୁତ ବଂଟନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ପ୍ରଯୁକ୍ତିରେ ଉନ୍ନତି ଆଣିବା ପ୍ରତି ରହିଥିବା ଆମ ପ୍ରତିବଦ୍ଧତାକୁ ସୁଦୃଢ଼ କରି ଯୁବ ବାଳିକା ଓ ମହିଳାମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି , ଇଞ୍ଜିନିୟରିଂ ଓ ମ୍ୟାନେଜମେଂଟ୍ (ଷ୍ଟେମ୍) କ୍ଷେତ୍ରରେ କ୍ୟାରିୟର ବିକଳ୍ପ ଚୟନ କରିବା ଲାଗି ଉତ୍ସାହିତ କରିବ ବୋଲି ଟାଟା ପାୱାରର ସଭାପତି (ଟିଆଣ୍ଡଡି) ଶ୍ରୀ ସଞ୍ଜୟ ବାଙ୍ଗା କହିଛନ୍ତି ।

ଏହି ପ୍ରୟୋଗଶାଳାର ଏକ ସ୍ୱତନ୍ତ୍ର ଆକର୍ଷଣ ହେଉଛି ଲାବୋରେଟୋରି ମଧ୍ୟ ବିଭିନ୍ନ ସ୍ଥିତି ସୃଷ୍ଟି କରି ସେଥିରେ ମିଟର ପରୀକ୍ଷା କରିବାର ଦକ୍ଷତା । ସମଗ୍ର ପରୀକ୍ଷା ପ୍ରକ୍ରିୟା କମ୍ପ୍ୟୁଟରଭିତ୍ତିକ ହୋଇଥିବା ବେଳେ ପୂର୍ବ ନିର୍ଧାରିତ ପ୍ରୋଗ୍ରାମକୁ ସେଥିପାଇଁ ବ୍ୟବହାର କରାଯାଉଛି, ଯାହା ଫଳରେ ମାନବ ହସ୍ତକ୍ଷେପ ଦରକାର ହେଉନାହିଁ । ଏହି ସ୍ୱୟଂକ୍ରିୟ ପଦ୍ଧତି ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଥିବା ବେଳେ ନିରନ୍ତର ଓ ତ୍ରୁଟିଶୂନ୍ୟ ଫଳାଫଳ ପ୍ରଦାନ କରି ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତିି ଆଣୁଛି ।

“ଟିପିଏସ୍ଓଡିଏଲରେ ଆମେ ରୂପାନ୍ତରିତ ପ୍ରଯୁକ୍ତି ସମାଧାନ ଜରିଆରେ ଶକ୍ତି ଶିଳ୍ପରେ ବିପ୍ଳବ ଆଣୁଛୁ । ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା ହେଉଛି ନବସୃଜନ ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ । ଉନ୍ନତ ସ୍ୱୟଂକ୍ରିୟ ବ୍ୟବସ୍ଥା ଓ କମ୍ପ୍ୟୁଟରଭିତ୍ତିକ ପରୀକ୍ଷଣ କାର୍ଯ୍ୟକ୍ରମ ସହ ଆମେ ସଠିକତା, ଦକ୍ଷତା ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରୁଛୁ । ସ୍ଥାନୀୟ ମହିଳାମାଙ୍କ ନେତୃତ୍ୱରେ ପରିଚାଳିତ ଉନ୍ନତ ପ୍ରଯୁକ୍ତି ବ୍ୟବସ୍ଥା ଏକ ନିରନ୍ତର ଭବିଷ୍ୟତକୁ ଆକାର ପ୍ରଦାନ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଏହି ମାଇଲଖୁଂଟ ପ୍ରତିଫଳିତ କରୁଛି ବୋଲି ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’

ଟିପିଏସ୍ଓଡିଏଲ୍ ପରିଦର୍ଶନ ସମୟରେ ଶ୍ରୀ ସଞ୍ଜୟ ବାଙ୍ଗା ପିଏସସିସି, ୨୪ ଘଂଟିଆ କଲ୍ ସେଂଟର ଓ ହିଞ୍ଜିଳିକାଟୁରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି) ପରିଦର୍ଶନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + eleven =