Friday, October 30, 2026
Latestରାଜ୍ୟ

ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଆଜି ଚଢ଼ଉ କରିଛି । ଭୁବନେଶ୍ୱରର ୨ଟି ଓ କଟକ ସ୍ଥିତ ବାସଭବନରେ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ବାସଭବନ, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନିଜ ଗାଁ ଲେହେଙ୍ଗାରେ ଥିବା ଘର, ଭୁବନେଶ୍ବର ଚକେଇସିଆଣିରେ ଥିବା ସଂପର୍କୀୟଙ୍କ ଘର, କଟକ ସଦର ବ୍ଲକରେ ଥିବା ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Share

Leave a Reply

Your email address will not be published. Required fields are marked *

14 − two =