Friday, October 30, 2026
Latestରାଜ୍ୟ

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ। ଜଣେ ଶିକ୍ଷକଙ୍କଠାରୁ ବିଇଓ ଶାନ୍ତନୁ ମଲ୍ଲିକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାପରେ

ଶିକ୍ଷାଧିକାରୀଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ ସ୍ଥିତ ବିଇଓଙ୍କ ଘର, ହିନ୍ଦୋଳ କାର୍ଯ୍ୟାଳୟ ଓ ଖଜୁରିଆପଡା ଭଡ଼ା ଘରେ ଚଢ଼ାଉ ହୋଇଛି। ସଂପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବଢ଼ାଇବା ପାଇଁ ବିଇଓ ଶାନ୍ତନୁ ମଲ୍ଲିକ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।

ବିଇଓଙ୍କ ପାଖରୁ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

five × one =