ଏସ୍‌ବିଆଇ ଲାଇଫ୍ ଓ କରୁର ବୈଶ୍ୟ ବ୍ୟାଙ୍କ୍ ମଧ୍ୟରେ କର୍ପୋରେଟ୍ ଏଜେନ୍ସି ସହଯୋଗିତା

ଭୁବନେଶ୍ୱର: ଦେଶର ସବୁଠୁ ବିଶ୍ୱସନୀୟ ଘରୋଇ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ୍ ପକ୍ଷରୁ ତାମିଲନାଡୁରେ ମୁଖ୍ୟ କାର୍ଯ୍ୟାଳୟ ଥିବା ୧୦୦ରୁ ଅଧିକ ବର୍ଷ ପୁରୁଣା ପରମ୍ପରା ରଖିଥିବା ବ୍ୟାଙ୍କ୍ କରୁର ବୈଶ୍ୟ ବ୍ୟାଙ୍କ୍ (କେଭିବି) ସହିତ କର୍ପୋରେଟ୍ ଏଜେନ୍ସି ସହବନ୍ଧନ ସ୍ଥାପନ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ପଛର ଉଦ୍ଦେଶ୍ୟ ହେଉଛି ଏସ୍‌ବିଆଇ ଲାଇଫ୍‌ର ବ୍ୟାପକ ବୀମା ସମାଧାନ ଓ ସେବାକୁ ଭାରତରେ ଥିବା ବ୍ୟାଙ୍କ୍ ଶାଖାଗୁଡ଼ିକର ଗ୍ରାହକମାନଙ୍କ ପାଖରେ ସହଜରେ ପହଂଚାଇବା ।
ବୁଝାମଣାରେ କରୁର ବୈଶ୍ୟ ବ୍ୟାଙ୍କ୍‌ର ଥାର୍ଡ ପାର୍ଟି ଉତ୍ପାଦ ମୁଖ୍ୟ ଶ୍ରୀଯୁକ୍ତ ସନ୍ତୋଷକୁମାର ଏମ୍‌ଆର୍ ଓ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ଆଂଚଳିକ ନିର୍ଦେଶକ-ଆନ୍ଧ୍ରପ୍ରଦେଶର ଶ୍ରୀ ଗଣେଶ ଭି ସ୍ୱାକ୍ଷର କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ସଭାପତି-ବିଜନେସ୍ ଷ୍ଟ୍ରାଟେଜି ଶ୍ରୀ ଅଭିଜିତ ଗୁଲନିକର, ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ଇଭିପି ଓ ମୁଖ୍ୟ-ଇନଷ୍ଟିଚ୍ୟୁସନାଲ୍ ଆଲାଏନ୍ସ (ଆକ୍ୱିଜିସନ୍‌ସ) ଓ ସିଏସ୍‌ଜି ଶ୍ରୀ ସ୍ୱିଟି ସେଟ୍ଟି, ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ବରିଷ୍ଠ ଉପସଭାପତି-ଇନଷ୍ଟିଚ୍ୟୁସନାଲ ଆଲାଏନ୍‌ସେସ୍ ଶ୍ରୀ ଅନୁରାଗ ମିଶ୍ର, ଏସ୍ ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ସହକାରୀ ଉପସଭାପତି-ଇନଷ୍ଟିଚ୍ୟୁସନାଲ ଆଲାଏନ୍‌୍ସ ଶ୍ରୀ ସ୍ୱାତୀ ସିଂହ ଓ ଅନ୍ୟ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ ।
ଏହି ସହଯୋଗିତା ସମ୍ପର୍କରେ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ଏମ୍‌ଡି ଓ ସିଇଓ ଶ୍ରୀ ମହେଶ କୁମାର ଶର୍ମା କହିଛନ୍ତି ଯେ, “ଦେଶର ଏକ ବଡ଼ ଜନସଂଖ୍ୟା ପାଖରେ ସାମଗ୍ରିକ ବୀମା ସମାଧାନ ପହଂଚାଇ ବୀମା କ୍ଷେତ୍ରକୁ ଏହି ସହଯୋଗିତା ସୁଦୃଢ଼ କରିବ । କରୁର ବୈଶ୍ୟ ବ୍ୟାଙ୍କ୍ ସହ ସହଯୋଗିତା ସ୍ଥାପନ କରି ଆମେ ରୋମାଂଚିତ ଯାହା ଶତାବ୍ଦି ପୁରୁଣା ବ୍ୟାପକ ଅନୁଭୂତି ଜରିଆରେ ଗ୍ରାହକଙ୍କ ପାଇଁ ମୂଲ୍ୟ ଯୋଗ କରିବ । ମୂଲ୍ୟ ଯୁକ୍ତ ବୀମା ସମାଧାନ ଓ ପ୍ରଯୁକ୍ତି ସକ୍ଷମ ସେବା ସହ କରୁର ବୈଶ୍ୟ ବ୍ୟାଙ୍କର ଗ୍ରାହକମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଆମେ ଚାହୁଁଛୁ । ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଆମକୁ ଦେଶରେ ବ୍ୟାଙ୍କର ଉପସ୍ଥିତି ଥିବା ବୀମା ବଜାରରେ ଆମକୁ ଆହୁରି ସମ୍ପ୍ରସାରିତ କରିବାରେ ସକ୍ଷମ କରିବ ।’’
ଏହି ସହଯୋଗିତା ସମ୍ପର୍କରେ କରୁର ବୈଶ୍ୟ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ବି ରମେଶ ବାବୁ କହିଛନ୍ତି ଯେ, “୧୦୫ରୁ ଅଧିକ ବର୍ଷର ପରମ୍ପରା ଥିବା କେଭିବି ହେଉଛି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଏକ ପ୍ରମୁଖ ବ୍ୟାଙ୍କ୍ । ଅଗ୍ରଣୀ ସେବା ପ୍ରଦାନକାରୀମାନଙ୍କ ସହ ସହଯୋଗିତା ଜରିଆରେ କେଭିବି ସମ୍ପୂର୍ଣ୍ଣ ବର୍ଗର ଆର୍ଥିକ ସେବା ପ୍ରଦାନ କରୁଛି । ଜୀବନ ବୀମା କ୍ଷେତ୍ରରେ ଗ୍ରହକମାନଙ୍କୁ ବ୍ୟାପକ ବିକଳ୍ପ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ କେଭିବି ପକ୍ଷରୁ ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ମୁଁ ନିଶ୍ଚିତ ଯେ ମିଳିତ ଭାବେ ଆମେ ଆଗାମୀ ଦିନରେ ଗ୍ରାହକମାନଙ୍କୁ କେବଳ ପସନ୍ଦ ନୁହେଁ ଗୁଣାତ୍ମକ ବିକଳ୍ପ ପ୍ରଦାନ କରିବୁ ।’’

Share

Leave a Reply

Your email address will not be published. Required fields are marked *

three + two =