ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୧୩ ଲୟାଲ୍‌ଟି ପ୍ରୋଗ୍ରାମ ସହଯୋଗୀଙ୍କ ସହ ଉନ୍ନତ ରିୱାର୍ଡ ରିଡେମ୍ପସନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ବିଭିନ୍ନ ଶିଳ୍ପ କ୍ଷେତ୍ରର ଏୟାରଲାଇନ୍ସ ଓ ହୋଟେଲ୍ ଲୟାଲ୍‌ଟି ପ୍ରୋଗ୍ରାମ ସହଯୋଗିତାରେ ଉନ୍ନତ ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଆକ୍ସିସ୍ ବ୍ୟାଙ୍କ୍ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କୁ ସେମାନେ ହାସଲ କରିଥିବା ଏଜ୍ ରିୱାର୍ଡ/ ମାଇଲ୍‌କୁ ସିଙ୍ଗାପୁର ଏୟାରଲାଇନ୍ସ (କ୍ରିସ୍‌ଫ୍ଲାୟର), ମାରିଅଟ ଇଟଂରନ୍ୟାସନାଲ୍ (ମାରିଅଟ ବନଭଏ), ଆଇଟିସି ହୋଟେଲ୍ (କ୍ଲବ୍ ଆଇଟିସି), ତର୍କିସ ଏୟାରଲାଇନ୍ସ (ମାଇଲ୍‌ସ ଆଣ୍ଡ୍ ସ୍ମାଇଲ୍‌ସ), କତାର ଏୟାରୱେଜ୍ (ପ୍ରିଭିଲେଜ୍ କ୍ଲବ୍‌), ୟୁନାଇଟେଡ୍ ଏୟାରଲାଇନ୍ସ (ମାଇଲେଜ୍‌ପ୍ଲସ) ଭଳି ୧୩ ସହଯୋଗୀଙ୍କୁ ନିରବଚ୍ଛିନ୍ନ ଭାବେ ସ୍ଥାନାନ୍ତର କରିପାରିବେ ।
ବ୍ୟାଙ୍କ୍‌ର ଏହି ନୂଆ ସେବା ଗ୍ରାହକମାନଙ୍କୁ ଚୟନ କରିବା ଲାଗି ବ୍ୟାପକ ରିୱାର୍ଡର ବିକଳ୍ପ ସହ ନିଜ ଯାତାୟାତ ଯୋଜନାରେ ତାହାକୁ ସାମିଲ କରିବାର ଶକ୍ତି ପ୍ରଦାନ କରୁଛି । ଏଥିରେ ନିରବଚ୍ଛିନ୍ନ ଓ ଆକର୍ଷଣୀୟ ରୂପାନ୍ତରଣ ବିକଳ୍ପ ରହିଛି ଯାହା ଗ୍ରାହକମାନଙ୍କୁ ସେମାନେ ପାଇଥିବା ରିୱାର୍ଡ ଉପରେ ଉଚିତ ମୂଲ୍ୟ ପ୍ରଦାନ କରୁଛି । ବ୍ୟାଙ୍କିଙ୍ଗ ଶିଳ୍ପରେ ସର୍ବବୃହତ ରିୱାର୍ଡ ସ୍ଥାନାନ୍ତର ସେବା ସହ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବାକୁ ଆକ୍ସିସ୍ ବ୍ୟାଙ୍କ୍ ଲକ୍ଷ୍ୟ ରଖିଛି ।
ଆକ୍ସିସ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡର ସମ୍ଭ୍ରାନ୍ତ ବର୍ଗର ଗ୍ରାହକମାନଙ୍କ ଲାଗି ଏହି କାର୍ଯ୍ୟକ୍ରମ ବେଶ ଉପଯୋଗୀ କାରଣ ସେମାନେ ସବୁ ସହଯୋଗରଙ୍କ ପାଖରେ ରିୱାର୍ଡକୁ ବ୍ୟବହାର କରିପାରିବେ । ଉଦାହରଣ ସ୍ୱରୂପ ଆକ୍ସିସ୍ ମ୍ୟାଗ୍ନସ କ୍ରେଡିଟ୍ କାର୍ଡ ରଖିଥିବା ଜଣେ ଗ୍ରାହକ ୨୫,୦୦୦ ଆକ୍ସିସ୍ ଏଜ୍ ରିୱାର୍ଡ ପଏଂଟ୍‌କୁ (ମାସିକ ୧ ଲକ୍ଷ ଟଙ୍କା ବ୍ୟୟରେ ମିଳିଥିବା) ୨୦,୦୦୦ କ୍ରିସ୍‌ଫ୍ଲାୟର ମାଇଲ୍‌ସକୁ ରୂପାନ୍ତରିତ କରିପାରିବେ ଯାହାକୁ ସେ ସିଙ୍ଗାପୁର ଏୟାରଲାଇନ୍ସରେ ମୁମ୍ବାଇ-ସିଙ୍ଗାପୁର ରୁଟ୍‌ରେ ଇକୋନମି କ୍ଲାସ୍ ସେଭର୍ ଆୱାର୍ଡ ଟିକଟ ପାଇଁ ରିଡିମ୍ କରିପାରିବେ ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ ଆଣ୍ଡ୍ ପେମେଂଟ୍‌ସ ସଂଜୀବ ମୋଘେ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ମୂଲ୍ୟ ଉପସ୍ଥାପନାକୁ ସୁଦୃଢ଼ କରିବା ଏବଂ ସୁବିଧାରେ ପ୍ରିମିୟମ୍ ଲାଭ ପ୍ରଦାନ କରିବା ପାଇଁ ଆମେ ନିରନ୍ତର ଭାବେ ନବସୃଜନ ନେତୃତ୍ୱାଧୀନ ମଡେଲ୍ ଉପରେ କାର୍ଯ୍ୟ କରୁଛୁ । ଏହି ଉଦ୍ୟମରେ ଆମେ ଏୟାରଲାଇନ୍ସ ଓ ଆତିଥେୟତା କ୍ଷେତ୍ରର ବ୍ୟାପକ ଲୟାଲ୍‌ଟି ପ୍ରୋଗ୍ରାମ ସହଯୋଗୀଙ୍କ ସହ ସହଯୋଗିତା ସ୍ଥାପନ କରିଛୁ । ଆମେ ଜାଣିପାରୁଛୁ ଯେ ଯାତାୟାତ ହେଉଛି ଆମ ଗ୍ରାହକମାନଙ୍କ ଲାଗି ଏକ ବଡ଼ କ୍ଷେତ୍ର ଏବଂ ଆମ ଗ୍ରାହକମାନଙ୍କ ଯାତାୟାତ ଯୋଜନାରେ ଶ୍ରେଷ୍ଠ ମାନର ରିୱାର୍ଡ ସୁବିଧା ଉଲ୍ଲେଖନୀୟ ମୂଲ୍ୟ ଯୋଡ଼ିବ ।’’

Share

Leave a Reply

Your email address will not be published. Required fields are marked *

fourteen − four =