Friday, October 30, 2026
Latestରାଜ୍ୟ

୪୮ ଘଣ୍ଟା ମଧ୍ୟରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିବ । ଆଇଏମଡି ବାତ୍ୟା ଗତିପଥ ଉପରେ ନଜର ରଖିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଅନେକ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ସମୁଦ୍ରରେ ଦୁର୍ବଳ ହୋଇଯାଇଥାଏ, ଯାହା ବାତ୍ୟାର ରୂପ ନେଇପାରେ ନାହିଁ । ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ନାହିଁ ତାହା ଆଗାମୀ ୪୮ ଘଣ୍ଟା ଭିତରେ ଜଣାପଡିବ ବୋଲି ଉମାଶଙ୍କର ଦାସ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − fourteen =