Friday, October 30, 2026
Latestରାଜ୍ୟ

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା

ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡ଼ିଲା ରକ୍ତଛିଟା। ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଛି।

ସୂଚନା ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । କେହି ଜଣେ ସେବାୟତ କିମ୍ବା ଭକ୍ତ ଝୁଣ୍ଟିପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି। ସକାଳ ଧୂପ ପରେ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ବଡ଼ମହାସ୍ନାନ ପରେ ପୁନର୍ବାର ନୀତି ଅନୁଷ୍ଠିତ ହୋଇଛି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା।

Share

Leave a Reply

Your email address will not be published. Required fields are marked *

four × four =