Friday, October 30, 2026
Latestଜାତୀୟ

ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌

କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡ଼ିବନି ୬୦୦ ଟଙ୍କା। ଏବେ ମାତ୍ର ୨୨୫ ଟଙ୍କା ଦେଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଶନିବାର ଦିନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଘୋଷଣା କରିଛନ୍ତି ଯେ ପ୍ରାଇଭେଟ୍‌ ହସ୍ପିଟାଲରେ ଏବେ ମାତ୍ର ୨୨୫ ଟଙ୍କାରେ କୋଭିସିଲ୍ଡର ବୁଷ୍ଟର ଡୋଜ୍‌ ମିଳିପାରିବ। ଆଜିଠୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରିପୋର୍ଟ ମୁତାବକ, ବୁଷ୍ଟର ଡୋଜ୍‌ ପାଇଁ ସରକାର ପ୍ରାଇଭେଟ୍‌ ଭ୍ୟାକ୍ସିନେସନ୍‌ ସେଣ୍ଟରକୁ ଦାୟିତ୍ୱ ଦିଆଯାଇଛି। ଏଭଳି ସ୍ଥିତିରେ ଏହାର ଦାମ୍‌କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ୧୮ ବର୍ଷରୁ ବଡ଼ ବୟସର ଲୋକଙ୍କୁ ପ୍ରିକସନ୍‌ ଡୋଜ୍‌ ଦିଆଯାଇପାରିବ।

ଅନ୍ୟପଟେ ସ୍ୱଦେଶୀ ଭାରତ ବାୟୋଟେକ୍‌ ମଧ୍ୟ ବୁଷ୍ଟର ଡୋଜ୍‌ ପାଇଁ ନିଜ ଟିକା କୋଭାକ୍ସିନ୍‌ର ଦାମ୍‌ ୧୨୦୦ରୁ କମାଇ ୨୨୫ କରିଦେଇଛି। ପ୍ରକାଶ ଯେ ପୂର୍ବରୁ ହେଲ୍‌ଥ କେୟାର ଓ୍ଵାର୍କର, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ବଡ଼ ବୟସ୍କର ଲୋକଙ୍କୁ କୋଭିଡ୍‌ର ବୁଷ୍ଟର ଡୋଜ୍‌ ମାଗଣାରେ ଦିଆଯାଉଛି। ସେହିପରି ଦେଶରେ ୧୨ରୁ ବଡ଼ ବୟସ୍କ ପିଲାଙ୍କୁ ମଧ୍ୟ କରୋନା ଟିକା ଦେବା କାର୍ଯ୍ୟ ଦ୍ରୁତ ବେଗରେ ଚାଲିଛି। ଇତି ମଧ୍ୟରେ ୧୮୬ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆସରିଲାଣି।

Share

Leave a Reply

Your email address will not be published. Required fields are marked *

9 + 8 =