ହିଜାବ ବିବାଦ:ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ସୁଯୋଗ

ହିଜାବକୁ ବିରୋଧ କରି ପରୀକ୍ଷା ଦେଇନଥିବା ଛାତ୍ରୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ମିଳିବନି ଅନୁମତି। ସେମାନଙ୍କ ପାଇଁ ପୁଣିରେ ପରୀକ୍ଷା ଆୟୋଜିତ ହେବ ନାହିଁ ବୋଲି ମନା କଲେ ଶିକ୍ଷା ମନ୍ତ୍ରୀ। କର୍ଣ୍ଣାଟକର ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏଭଳି ଘୋଷଣା କରିଛନ୍ତି। ସୋମବାର ଦିନ ଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରୀଙ୍କ ପାଇଁ ଏଭଳି କୌଣସି ନିୟମ ନାହିଁ। ପରୀକ୍ଷା ସମସ୍ତଙ୍କ ପାଇଁ ଆୟୋଜିତ ହୋଇଥାଏ। କୌଣସି ଛାତ୍ରୀଙ୍କ ନିଜସ୍ୱ ସୁବିଧା ଆଧାରରେ ପରୀକ୍ଷା ଆୟୋଜିତ ହୁଏ ନାହିଁ।

ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ପାଳନ କରିବୁ। ପରୀକ୍ଷାରେ ଅନୁପସ୍ଥିତ ରହିବା ମୁଖ୍ୟ କାରକ। କାରଣ ନୁହେଁ। ହିଜାବ ବିବାଦ ହେଉ କିମ୍ବା ଦେହ ଖରାପ କିମ୍ବା ଉପସ୍ଥିତ ରହିବାରେ ଅସମର୍ଥ ହେବା ହେଉ। ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ରହିବାର ଅର୍ଥ ହେଉଛି ଅନୁପସ୍ଥିତ ରହିବା ଓ ଏମାନଙ୍କ ପାଇଁ ପୁଣିଥରେ ପରୀକ୍ଷା ଆୟୋଜିତ ହେବ ନାହିଁ। କେବଳ ପରୀକ୍ଷାରେ ଅକୃତକାର୍ୟ୍ୟ ହୋଇଥିବା ଛାତ୍ରୀଙ୍କୁ ହିଁ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ। ଆଦୌ ପରୀକ୍ଷାରେ ବସିନଥିବା ପିଲାଙ୍କ ପାଇଁ ପୁଣି ପରୀକ୍ଷା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ।
ସୂଚନାଯୋଗ୍ୟ ଯେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ କର୍ଣ୍ଣାଟକର କିଛି ଛାତ୍ରୀ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରି ଦେଇଥିଲେ। ଏହି କାରଣରୁ କିଛି ମୁସ୍ଲିମ୍ ଛାତ୍ରୀ ପରୀକ୍ଷା ଦେବାକୁ ମନା କରିଦେଇଥିଲେ। ଏବେ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପାଇଁ ପୁଣିଥରେ ପରୀକ୍ଷା କରିବାକୁ ରୋକ୍ଠୋକ୍ ନା’କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − eight =