Friday, October 30, 2026
Latestଜାତୀୟ

ପୁଅ ପାଇଁ ପ୍ରଚାର କଲେ ମୁଲାୟମ

ସମାଜବାଦୀ ପାର୍ଟିର ନିର୍ମାତା ମୁଲାୟମ ସିଂ ଯାଦବ ଦୀର୍ଘ ସମୟ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଦିନ ସେ ମେନରୀର କରହଲ ଠାରେ ସପାର କର୍ମକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ମୁଲାୟମ ସିଂ ଯାଦବ ପୁଅ ତଥା ଦଳର ସଭାପତି ଅଖିଳେଶ ଯାଦବଙ୍କ ପ୍ରଚାର କରିବା ପାଇଁ ମେନରୀରେ ପହଞ୍ଚିଥିଲେ । ସଭାରେ ମୁଲାୟମ କହିଥିଲେ ଏ ଦେଶକୁ କେବଳ କୃଷକ, ଯୁବକ ଏବଂ ବ୍ୟବସାୟୀମାନେ ମଜବୁତ କରିପାରିବେ ।
ସେ କହିଛନ୍ତି ଦେଶର ଯୁବକମାନେ ବେକାର ଅଛନ୍ତି ସେମାନେ ଚାକିରି ପାଇବା , ଉଚିତ୍ ଯୋଗୀ ସରକାର ଏହା କରୁନାହାଁନ୍ତି। ମୁଁ ନିଶ୍ଚିତ କରୁଛି ଯେ ଯଦି ରାଜ୍ୟରେ ସମାଜବାଦି ପାର୍ଟିର ସରକାର ଗଠନ ହୁଏ ତେବେ ଯୁବକମାନଙ୍କୁ ଚାକିରୀ ଯୋଗାଇ ଦିଆଯିବ। କେବଳ କୃଷକ, ଯୁବକ ଏବଂ ବ୍ୟବସାୟୀ ଦେଶକୁ ମଜବୁତ କରିବେ ବୋଲି ମୁଲାୟମ ସିଂ ଯାଦବ କହିଛନ୍ତି । ଚାଷୀଙ୍କ ଉନ୍ନତି ପାଇଁ ବ୍ୟବସ୍ଥା କରାଯିବା ଉଚିତ, ସେମାନଙ୍କ ଫସଲ ସହଜରେ ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ମୁଲାୟକ କହିଛନ୍ତି । ସେ କହିଥିଲେ ଚାଷୀଙ୍କୁ ପ୍ରାଥମିକତା ଦିଆଯିବା ଉଚିତ୍ । ଯଦି ଅମଳ ବୃଦ୍ଧି ହୁଏ, ତେବେ ଚାଷୀଙ୍କ ଅବସ୍ଥା ସୁଧୁରିଯିବ ।

Share

Leave a Reply

Your email address will not be published. Required fields are marked *

fourteen + 11 =