ପୁଣି ଚର୍ଚ୍ଚାରେ ତ୍ରୈଲୋକ୍ୟ
ଭୁବନେଶ୍ୱର: ଏବେ ପୁଣି ଚର୍ଚ୍ଚାରେ ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟ। ‘ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି’ ଗୀତ ଗାଇ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲେ ତ୍ରୈଲୋକ୍ୟ । କିଛି ଦିନ ବ୍ୟବଧାନ ପରେ ପୁଣି ଏକ ଜବରଦସ୍ତ ଗୀତ ଗାଇଛନ୍ତି। ମୁଁ ସାନିଟାଇଜର ଲଗଉଛିଟ୍ଟମୁଁ ସାମାଜିକ ଦୂରତା ମାନୁଛିଟ୍ଟମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହଉଚିଟ୍ଟ। ଅଭିଜିତ ମଜୁମଦାରଙ୍କ ସହ ଭାଇରାଲ୍ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡ ହୋଇଛି । ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନତା ବାର୍ତ୍ତା ରହିଛି ।
ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମୁଁ କଣ ଶୁଣିଲେ ଯେ ଏଇ ସ୍କୁଲ ଉଠି ଯାଉଛି । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବାଲିପାଟଣା ଆମଣାକୁଦ ଗାଁର ତ୍ରୋଲକ୍ୟ ରାୟଙ୍କ ଏହି ବାଇଟ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏପରିକି ତାଙ୍କ ଡାଇଲକକୁ ନେଇ ଗୀତ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ବହୁ ବାଦ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ଏହି ଡାଇଲକକୁ ନେଇ ସେ ଏକ ଗୀତ ମଧ୍ୟ ଗାଇଛନ୍ତି । ଯାହାକି ସମସ୍ତଙ୍କ ମନକୁ ବେଶ ଛୁଇଁଥିଲା । ତେବେ ତ୍ରୋଲକ୍ୟ ଏବେ ଆଉ ଏକ ଗୀତ ସୁଟିଂ କରିଥିବା ନଜରକୁ ଆସିଛି ।

