Thursday, October 29, 2026
Latestରାଜ୍ୟ

ରାଜ୍ୟରେ ଜୁନ୍ ୧ ରୁ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ବଢିଲା ଲକ୍ ଡାଉନ୍ ଅବଧି ।ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧି ଜୁନ ୧୭ ଜୁନ ୧୭ତାରିଖ ସକାଳ ୫ଟା ଯାଏଁ ବଢା ଯାଇଛି। ଏଥିସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ମଧ୍ୟ ପୂର୍ବ ପରି ଜାରି ରହିବ। କିନ୍ତୁ ଏଥର ସଟ୍‌ଡାଉନ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପ୍ରେସ୍ ମିଟ ଜରିଆରେ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁନ ୧୭ ସକାଳ ୬ଟା ଯାଏଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ତେବେ ଲକ୍‌ଡାଉନ୍ ସମୟରେ ଟିକାକରଣ ଏବଂ ଜରୁରୀକାଳୀନ ସେବା ଜାରି ରହିବ।

Share

Leave a Reply

Your email address will not be published. Required fields are marked *

three × one =