Friday, October 30, 2026
Latestରାଜନୀତି

ବିଜେପି ମହିଳା କର୍ମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର—କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ଘରକୁ ଧସେଇ ପଶିବା ପାଇଁ ବିଜେପିର ମହିଳା କର୍ମୀମାନେ ଉଦ୍ୟମ କରୁଥିବା ବେଳେ କମିଶନରେଟ ପୁଲିସ ସେମାନଙ୍କୁ ଉଠାଇ ନେଇଛି ।ଜଣେ ମହିଳାଙ୍କର ଦୁଇଟି ସ୍ୱାମୀ ବୋଲି ଶ୍ରୀ ମହାରଥି ଦେଇଥିବା ମନ୍ତବ୍ୟର ପ୍ରତିବାଦ କରି ବିଜେପି ମହିଳା ପକ୍ଷରୁ ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯିବା ସହିତ ମନ୍ତ୍ରୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି କୁହାଯାଇଥିଲା ।
ଏସମ୍ପର୍କରେ ପ୍ରତିକ୍ରୀୟା ରଖି ଶ୍ରୀ ମହାରଥି କହିଛନ୍ତି ଯେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଅନର୍ଥ କରାଯାଇଛି । ତେଣୁ ସେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।

Share

Leave a Reply

Your email address will not be published. Required fields are marked *

19 − seven =