Friday, October 30, 2026
Latestରାଜ୍ୟ

ଝରାଫୁଲ ମର୍ଡର: ସିନ୍‌ ରିକ୍ରିଏସନ କଲା ଅଭିଯୁକ୍ତ ରାକେଶ

ଯାଜପୁର: ମୃତଦେହ ଫୋପାଡିଥିବା ସ୍ଥାନକୁ ଚିହ୍ନଟ କଲା ଅଭିଯୁକ୍ତ ରାକେଶ । କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୋଲିସ । ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ସେ ବିଷୟରେ ରାକେଶ ସିନ୍‌ ରିକ୍ରିଏସନ୍‌ କରିଥିଲା ପୋଲିସ । ତେବେ ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରେ ଚିହ୍ନଟ କରିଥିଲା ଅଭିଯୁକ୍ତ । ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁ ନିଆଯାଇ ଜେରା ଜାରି ରହିଛି ।

ଅନ୍ୟପଟେ ଭିସେରା ରିପୋର୍ଟ ପାଇଁ ଝରାଫୁଲଙ୍କ ମୃତଦେହର ଅଂଶବିଶେଷ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବୋରେଟରିକୁ ପଠାଯାଇଛି। ତାର ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା କରିଛି। ଅନ୍ୟପକ୍ଷରେ ରାକେଶଙ୍କ ଆଉ ଜଣେ ସହଯୋଗୀ ଫେରାର ଥିବାରୁ ତାଙ୍କୁ ଧରିବା ଲାଗି ପୁଲିସ ତନାଘନା କରୁଛି। ଅଧିକ ତଥ୍ୟସଂଗ୍ରହ ପାଇଁ ଝରାଫୁଲଙ୍କ ବାପା ରମାକାନ୍ତ ନାୟକଙ୍କୁ ପୁଲିସ ଆଜି କୁଆଖିଆ ଥାନାକୁ ଡକାଇଛି।

ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା ଅଭିଯୁକ୍ତ ରାକେଶ । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଝରାଫୁଲ ଯେତେବେଳେ ଭୁବନେଶ୍ୱର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ । ପୂର୍ବରୁ ରା‌କେଶଙ୍କ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ୱର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟିରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା । ଦୁହେଁ ହୋଟେଲରେ ରାତିରେ ରହିଥିଲେ । ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା । ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା । ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

eight − 1 =